ETV Bharat / sports

ଆଇପିଏଲ ମହାସମର: କୋଲକାତା ବିପକ୍ଷରେ ଦିଲ୍ଲୀର ଦମଦାର ବିଜୟ

କୋଲକାତା ନାଇଟ ରାଇଡର୍ସ ପକ୍ଷରୁ 155 ରନ୍‌ର ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ ସହଜରେ ହାସଲ କରିନେଇଛି ଦିଲ୍ଲୀ । ଅଧିକ ପଢନ୍ତୁ...

author img

By

Published : Apr 29, 2021, 10:48 PM IST

ଆଇପିଏଲ ମହାସମର: କୋଲକାତା ବିପକ୍ଷରେ ଦିଲ୍ଲୀର ଦମଦାର ବିଜୟ
ଆଇପିଏଲ ମହାସମର: କୋଲକାତା ବିପକ୍ଷରେ ଦିଲ୍ଲୀର ଦମଦାର ବିଜୟ

ଅହମ୍ମଦାବାଦ: ଆଇପିଏଲର 25ତମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଦମଦାର ବିଜୟ ମିଳିଛି । କୋଲକାତା ନାଇଟ ରାଇଡର୍ସ ପକ୍ଷରୁ 155 ରନ୍‌ର ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ ସହଜରେ ହାସଲ କରିନେଇଛି ଦିଲ୍ଲୀ ।

ଦୁଇ ଓପନର ଶିଖର ଧାୱନ ଓ ପୃଥ୍ବୀ ଶଙ୍କ ମଧ୍ୟରେ ମ୍ୟାଚ ବିଜୟୀ 132 ରନର ଭାଗିଦାରୀ ଦିଲ୍ଲୀ ବିଜୟ ସୁନିଶ୍ଚିନ୍ତ କରିଥିଲା । ଫଳରେ 155 ରନର ବିଜୟ ଲକ୍ଷ୍ୟକୁ 16.3 ଓଭରରେ 3 ୱିକେଟ ହରାଇ ସହଜରେ ହାସଲ କରିନେଇଛି ଦିଲ୍ଲୀ ।

ଧାୱନ 47 ବଲ୍‌ରୁ 4ଟି ଚୌକା ଓ ଗୋଟିଏ ଛକା ସହାୟତାରେ 46 ରନ୍‌ର ଇଂନିସ ଖେଳିବା ସହ ଅଳ୍ପକେ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ । ଅନ୍ୟପଟେ ଶ’ 41 ବଲ୍‌ରୁ 11 ଚୌକା ଓ 3 ଠକା ସହାୟତାରେ 82 ରନ୍‌ର ବିସ୍ଫୋରକ ଇଂନିସ ଖେଳିଥିଲେ ।

ପୂର୍ବରୁ ଅଲରାଉଣ୍ଡର ରସେଲଙ୍କ 45, ଓ ଶୁଭମନ ଗିଲ୍‌ଙ୍କ 43 ରନ୍‌ ସହାୟତାରେ 154 ରନ୍‌ କରିପାରିଥିଲା କୋଲକାତା ନାଇଟ ରାଇଡର୍ସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.