ଦୁବାଇ: ଆଇପିଏଲ ୨୦୨୧ର ୫୦ତମ ମ୍ୟାଚ୍ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି । ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ ଋଷଭ ପନ୍ତ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି ଓ ଚେନ୍ନାଇ ସୁପର କିଙ୍ଗ୍ସକୁ ବ୍ୟାଟିଂ ଆମନ୍ତ୍ରଣ କରିଛନ୍ତି ।
ଚୁଡାନ୍ତ ଏକାଦଶରୁ ଦିଲ୍ଲୀ କ୍ୟାପିଟାଲ୍ସ ଷ୍ଟିଭେନ ସ୍ମିଥଙ୍କ ସ୍ଥାନରେ ରିପଲ ପଟେଲଙ୍କୁ ଡେବ୍ୟୁ କରିବାକୁ ସୁଯୋଗ ଦେଇଛି । ଅନ୍ୟପଟେ ଚେନ୍ନାଇ ଚୁଡାନ୍ତ ଏକାଦଶକୁ ଫେରିଛନ୍ତି ଦୀପକ ଚହର ଓ ଡିଜେ ବ୍ରାଭୋ । ସୁରେଶ ରାଇନାଙ୍କ ସ୍ଥାନରେ ରବିନ ଉଥାପ୍ପା ଓ ଆସିଫଙ୍କ ସ୍ଥାନ ନେଇଛନ୍ତି ଚହର । ସାମ କରନଙ୍କ ସ୍ଥାନରେ ବ୍ରାଭୋଙ୍କୁ ସ୍ଥାନ ମିଳିଛି ।
-
#DelhiCapitals have won the toss and they will bowl first against #CSK.
— IndianPremierLeague (@IPL) October 4, 2021 " class="align-text-top noRightClick twitterSection" data="
Live - https://t.co/zT4bLrVdAV #DCvCSK pic.twitter.com/yLUCBD6Pch
">#DelhiCapitals have won the toss and they will bowl first against #CSK.
— IndianPremierLeague (@IPL) October 4, 2021
Live - https://t.co/zT4bLrVdAV #DCvCSK pic.twitter.com/yLUCBD6Pch#DelhiCapitals have won the toss and they will bowl first against #CSK.
— IndianPremierLeague (@IPL) October 4, 2021
Live - https://t.co/zT4bLrVdAV #DCvCSK pic.twitter.com/yLUCBD6Pch
ଚୁଡାନ୍ତ ଏକାଦଶ:
ଚେନ୍ନାଇ ସୁପର କିଙ୍ଗ୍ସ: ଫାଫ୍ ଡୁପ୍ଲେସିସ, ଋତୁରାଜ ଗାଏକ୍ବାଡ, ମୋଇନ ଅଲୀ, ଅମ୍ବାତି ରାୟୁଡୁ, ରବିନ ଉଥାପ୍ପା, ମହେନ୍ଦ୍ର ସିଂହ ଧୋନି(କ୍ୟାପଟେନ), ରବିନ୍ଦ୍ର ଜାଡେଜା, ଡିଜେ ବ୍ରାଭୋ, ଶାର୍ଦ୍ଦୁଳ ଠାକୁର, ଦୀପକ ଚହର, ଜସ ହେଜେଲଉଡ୍ ।
ଦିଲ୍ଲୀ କ୍ୟାପିଟାଲ୍ସ: ଶିଖର ଧାୱନ, ପୃଥ୍ବୀ ଶ, ଶ୍ରେୟସ ଆୟର, ଋଷଭ ପନ୍ତ(କ୍ୟାପଟେନ), ଆର ପଟେଲ, ସିମ୍ରନ ହେଟମେଟର, ଏ ପଟେଲ, ରବିଚନ୍ଦ୍ରନ ଅଶ୍ବିନ, କାଗିସୋ ରବାଡା, ଏ ଖାନ୍, ଆନରିଚ ନର୍କିଆ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ