ETV Bharat / sports

ଆଇପିଏଲ ମହାସମର: ଚେନ୍ନାଇକୁ 188 ରନ୍‌ରେ ରୋକିଲା ରାଜସ୍ଥାନ

ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ ଚେନ୍ନାଇ ସୁପର କିଙ୍ଗ୍ସ 9 ୱିକେଟ ହରାଇ 188 ରନ ସଂଗ୍ରହ କରିଛି । ଅଧିକ ପଢନ୍ତୁ...

author img

By

Published : Apr 19, 2021, 9:33 PM IST

Updated : Apr 19, 2021, 9:40 PM IST

IPL 2021: CSK set a target of 189 runs vs RR
ଆଇପିଏଲ ମହାସମର: ଚେନ୍ନାଇକୁ 188ରେ ରୋକିଲା ରାଜସ୍ଥାନ

ମୁମ୍ବାଇ: ଆଇପିଏଲ ମହାସମରରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ଜାରି ରହିଛି । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ ଚେନ୍ନାଇ ସୁପର କିଙ୍ଗ୍ସ 9 ୱିକେଟ ହରାଇ 188 ରନ ସଂଗ୍ରହ କରିଛି । ଫଳରେ ରାଜସ୍ଥାନ ରୟାଲ୍ସ ସାମ୍ନାରେ 189 ରନର ବିଜୟ ଲକ୍ଷ୍ୟ ରହିଛି ।

ଭଲ ଆରମ୍ଭ ମିଳିଥିଲେ ସୁଦ୍ଧା ସୁପର କିଙ୍ଗ୍ସର କୌଣସି ବ୍ୟାଟ୍ସମ୍ୟାନ ବଡ ସ୍କୋର କରିପାରେ ବିଫଳ ହୋଇଛନ୍ତି । ଫାଫ୍‌ ଡୁପ୍ଲେସିସ ସର୍ବାଧିକ 33 ରନ୍‌ର ଇଂନିସ ଖେଳିଛନ୍ତି । 17 ବଲ୍‌ରୁ 4 ଚୌକା ଓ 2ଟି ଛକା ସହାୟତାରେ 33 ରନ୍‌ର ଦ୍ରୁତ ଇଂନିସ ଖେଳିଛନ୍ତି ଡୁପ୍ଲେସିସ ।

ମୋଇନ ଅଲୀ 26, ଅମ୍ବାତି ରାୟୁଡୁ 27 ଓ ସୁରେଶ ରାଇନା 18 ରନରେ ଆଉଟ ହୋଇଥିଲେ । କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି 18 ରନ କରିଥିଲେ । ଶେଷ ଭାଗରେ ଅଲରାଉଣ୍ଡର ବ୍ରାଭୋ 8 ବଲ୍‌ରୁ 2ଟି ଚୌକା ଓ ଗୋଟିଏ ଛକା ସହାୟତାରେ 20 ରନ୍‌ର ବିସ୍ଫୋରକ ଇଂନିସ ସହ ଦଳୀୟ ସ୍କୋର 180 ପାର୍‌ କରାଇଥିଲେ ।

ରାଜସ୍ଥାନ ପକ୍ଷରୁ ଯୁବ ବୋଲର ଚେତନ ସକାରିୟାଙ୍କୁ ସର୍ବାଧିକ 3ଟି ସଫଳତା ମିଳିଛି । କ୍ରିସ ମୋରିସ 2ଟି, ମୁସ୍ତାଫିଜୁର ରେହମାନ ଓ ରାହୁଲ ତେୱାତିଆ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 19, 2021, 9:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.