ETV Bharat / sports

ମହିଳା ଟି20 ଚ୍ୟାଲେଞ୍ଜ: ସୁପରନୋଭାସକୁ 5 ୱିକେଟରେ ପରାସ୍ତ କଲା ଭେଲୋସିଟି

author img

By

Published : Nov 5, 2020, 4:00 AM IST

ବୁଧବାର ଦିନ ସାରଜା କ୍ରିକେଟ୍ ଷ୍ଟାଡିୟମରେ ଆରମ୍ଭ ହୋଇଛି ମହିଳା ଟି 20 ଚ୍ୟାଲେଞ୍ଜ । ଉଦ୍‌ଘାଟନୀ ମ୍ୟାଚରେ ମିତାଲି ରାଜଙ୍କ ଭେଲୋସିଟି ହରମନପ୍ରୀତ କୌରଙ୍କ ସୁପରନୋଭାକୁ 5 ୱିକେଟ୍‌ରେ ପରାସ୍ତ କରିଛି । ଅଧିକ ପଢନ୍ତୁ...

Women's T20 Challenge
ମହିଳା ଟି20 ଚ୍ୟାଲେଞ୍ଜ

ସାରଜା : ବୁଧବାର ସାରଜା କ୍ରିକେଟ୍ ଷ୍ଟାଡିୟମରେ ଆରମ୍ଭ ହୋଇଛି ମହିଳା ଟି20 ଚ୍ୟାଲେଞ୍ଜ । ପ୍ରଥମ ମ୍ୟାଚରେ ସୁପରନୋଭାସକୁ 5 ୱିକେଟରେ ପରାସ୍ତ କଲା ଭେଲୋସିଟି ।ସୁପରନୋଭାସର ପ୍ରଥମେ ବ୍ୟାଟିଂ କରି 127 ରନ କରିଥିଲା । ଏହି ଟାର୍ଗେଟକୁ ପିଛା କରି ଭେଲୋସିଟି 19.5 ଓଭରରେ 129 ରନ ହାସଲ କରିନେଇଥିଲା ।

ଭେଲୋସିଟି ପକ୍ଷରୁ ଦକ୍ଷିଣ ଆଫ୍ରିକାର ସୁନେ ଲୁସ୍ 37 ରନରେ ଅପରାଜିତ ରହିଥିବାବେଳେ ୱିକେଟକିପର ସୁଷମା ବର୍ମା 34 ରନ କରିଥିଲେ । ଏହି ଯୋଡି 5ମ ୱିକେଟ୍ ପାଇଁ 51 ରନ୍ ପାର୍ଟନରସିପ କରି ବିଜୟ ସୁନିଶ୍ଚିତ କରିଥିଲେ । ଅଧିନାୟକ ମିତାଲି ରାଜ 19 ବଲରୁ 7 ରନ କରିଥିଲେ । ସୁପରନୋଭାସ ପକ୍ଷରୁ ଶାକେରା ସଲମାନ ବିନା ୱିକେଟରେ ନିଜର ଓଭର ଶେଷ କରିଥିଲେ । କିନ୍ତୁ ସୁପରନୋଭାସ୍ଙ୍କୁ ମ୍ୟାଚର ନିକଟତର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । କାରଣ ତାଙ୍କ ଚାରି ଓଭରରେ ମାତ୍ର 19 ରନ୍ ବ୍ୟୟ କରିଥିଲେ । ଆୟାବୋଙ୍ଗା ଖାକା ଓପନର୍ ଶାଫାଲି ବର୍ମା ଏବଂ ଡାନି ୱାଟ୍ଟୁଙ୍କ 2ଟି ଗୁରୁତ୍ବପୂର୍ଣ୍ଣ ୱିକେଟ ନେଇଥିଲେ ।

Women's T20 Challenge
ମହିଳା ଟି20 ଚ୍ୟାଲେଞ୍ଜ

ପୂର୍ବରୁ ଭେଲୋସିଟି ଟସ ଜିତି ସୁପରନୋଭାସକୁ ବ୍ୟାଟିଂ ଆମନ୍ତ୍ରଣ କରି 20 ଓଭରରେ 126/8 ସୀମିତ ରଖିଥିଲା ​​| ସୁପରନୋଭାସ୍ ପାଇଁ ଓପନର୍ ଚାମାରି ଆଟାପାଟ୍ଟୁ ସର୍ବାଧିକ 44 ଏବଂ ଅଧିନାୟକ ହରମନପ୍ରୀତ କୌର 31 ରନ କରିଥିଲେ । ଭେଲୋସିଟି ପକ୍ଷରୁ ଭେଟେରାନ ସ୍ପିନର ଏକତା ବିଷ୍ଟ ଇନିଂସର ଶେଷ ଦୁଇଟି ବଲରୁ 2 ୱିକେଟ ସହ ମ୍ୟାଚରେ ମୋଟ 3 ୱିକେଟ ନେଇଥିଲେ । ବାଂଲାଦେଶ ଦ୍ରୁତ ବୋଲର ଜାହାନାରା ଆଲାମ ଏବଂ ନ୍ୟୁଜିଲାଣ୍ଡ ବୋଲର କାସପେରେକ 2ଟି ଲେଖାଏଁ ୱିକେଟ୍ ନେଇଥିଲେ ।

ସଂକ୍ଷିପ୍ତ ସ୍କୋର: 20 ଓଭରରେ ସୁପରନୋଭାସ୍ 126/8 (ଚାମାରି ଅଟପାଟ୍ଟୁ 44, ହରମାନପ୍ରୀତ କୌର 31, ଏକତା ବିଷ୍ଟ 3/22) 19.5 ଓଭରରେ ଭେଲୋସିଟି 129/5 (ସୁନେ ଲୁସ୍ 37 ଅପରାଜିତ, ସୁଷମା ବର୍ମା 34, ଆୟାବଙ୍ଗା ଖାକା 2/ 27)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.