ETV Bharat / sports

ଆଇପିଏଲ: ସନ୍ଦେହଜନକ ବୋଲିଂ ଆକ୍ସନ, ନାରିନଙ୍କୁ ୱାର୍ଣ୍ଣିଂ ପରେ କେକେଆର ଖପ୍ପା

ଶନିବାର ଶୈଖ ଜାଏଦ ଷ୍ଟାଡିୟମରେ ଖେଳାଯାଇଥିବା, କିଙ୍ଗ୍ସ ଇଲେଭେନ ପଞ୍ଜାବ ବିପକ୍ଷ ମ୍ୟାଚରେ ମ୍ୟାଚ ଅଧିକାରୀ ନାରିନଙ୍କ ବୋଲିଂ ଆକ୍ସନକୁ ନେଇ ୱାର୍ଣ୍ଣିଂ ଜଣାଇଥିଲେ ।

author img

By

Published : Oct 12, 2020, 5:23 PM IST

IPL: KKR express surprise over Sunil Narine warning
ଆଇପିଏଲ: ସନ୍ଦେହଜନକ ବୋଲିଂ ଆକ୍ସନ, ନାରିନଙ୍କୁ ୱାର୍ଣ୍ଣିଂ ପରେ କେକେଆର ଖପ୍ପା

ଆବୁଧାବି: ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ସଂସ୍କରଣରେ ଅଫ ସ୍ପିନର ସୁନୀଲ ନାରିନଙ୍କ ସନ୍ଦେହଜନକ ବୋଲିଂ ଆକ୍ସନକୁ ଚର୍ଚ୍ଚା ବଢିବାରେ ଲାଗିଛି । ସୋମବାର ଏହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛି କେକେଆର ।

ଗତ ଶନିବାର ଶୈଖ ଜାଏଦ ଷ୍ଟାଡିୟମରେ ଖେଳାଯାଇଥିବା, କିଙ୍ଗ୍ସ ଇଲେଭେନ ପଞ୍ଜାବ ବିପକ୍ଷ ମ୍ୟାଚରେ ମ୍ୟାଚ ଅଧିକାରୀ ନାରିନଙ୍କ ବୋଲିଂ ଆକ୍ସନକୁ ନେଇ ୱାର୍ଣ୍ଣିଂ ଜଣାଇଥିଲେ ।

IPL: KKR express surprise over Sunil Narine warning
ସୁନୀଲ ନାରିନ

" ନାରିନଙ୍କୁ ଆସିଥିବା ଖବର ଆଶ୍ଚର୍ଯ୍ୟଜନକ, 2012ରୁ ଆଇପିଏଲରେ ପ୍ରାୟ 115 ମ୍ୟାଚ ଖେଳିସାରିଛନ୍ତି ନାରିନ, 2015 ଠାରୁ ପ୍ରାୟ 68ଟି ମ୍ୟାଚ ଖେଳିଛନ୍ତି, ତେବେ ସନ୍ଦେହଜନକ ବୋଲିଂ ଆକ୍ସନ ନେଇ ପ୍ରଶ୍ନ ଉଠିବାପରେ SRASSC, ଆଇସିସି ସୀକୃତିପ୍ରାପ୍ତ ସୁବିଧା ଦ୍ବାରା କ୍ଲିନଚିଟ ହାସଲ କରିଛନ୍ତି ।" କେକେଆର ଫ୍ରାଞ୍ଚାଇଜ ପକ୍ଷରୁ ଏକ ଘୋଷଣାନାମାରେ ଏହା କୁହାଯାଇଛି ।

ତେବେ ପୁନର୍ବାର ନାରିନଙ୍କୁ, ସନ୍ଦେହଜନକ ବୋଲିଂ ଆକ୍ସନ ପାଇଁ ୱାର୍ଣ୍ଣିଂ ତାଲିକାରେ ରଖାଯାଇଛି ।

ଚଳିତ ଆଇପିଏଲ ସଂସ୍କରଣରେ ସେ 6ଟି ମ୍ୟାଚ ଖେଳିସାରିଛନ୍ତି, ମାତ୍ର ଔପଚାରିକ କିମ୍ବା ଅନୌପଚାରିକ ଭାବେ ମ୍ୟାଚ ଅଧିକାରୀ କୌଣସି ତଥ୍ୟ ରଖିନଥିବା କେକେଆର ପକ୍ଷରୁ କୁହାଯାଇଛି । 32ବର୍ଷୀୟ କାରବିୟନ ସ୍ପିନର, ବର୍ଷ 2014ରେ କେକେଆର ପକ୍ଷରୁ ଚମ୍ପିଆନ୍ସ ଲିଗ ଟି-20 ଖେଳୁଥିବାବେଳେ, ମଧ୍ୟ ସନ୍ଦେହଜନକ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର ପରିସରକୁ ଆସିଥିଲେ ।

କୋଲକାତା ନାଇଟ ରାଇଡର୍ସ

ତେବେ ବର୍ତ୍ତମାନ ସ୍ଥିତିରେ ନାରିନଙ୍କୁ ଆଇପିଏଲରେ ବୋଲିଂ ପାଇଁ ଅନୁମତି ରହିଛି । ମାତ୍ର ଚଳିତ ଟୁର୍ଣ୍ଣାମେଣ୍ଟରେ ଆଉ ଗୋଟିଏ ଥର ୱାର୍ଣ୍ଣିଂର ଶିକାର ହେବାପରେ ବିସିସିଆଇର ସନ୍ଦେହଜନକ ବୋଲିଂ ଆକ୍ସନ କମିଟି ଦ୍ବାରା କ୍ଲିନଚିଟ ନ ପାଇବା ପର୍ଯ୍ୟନ୍ତ, ଆଇପିଏଲରୁ ନିଲମ୍ବିତ ହେବାର ସମ୍ଭାବନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.