ETV Bharat / sports

ସର୍ବକାଳୀନ ଆଇପିଏଲ ରନରେ ରୋହିତଙ୍କୁ ଟପିଲେ ଧାୱନ - ରୋହିତ ଶର୍ମାଙ୍କୁ ଟପିଲେ ଶିଖର ଧାୱନ

175ଟି ମ୍ୟାଚରୁ 5182 ରନ ସହ ସର୍ବକାଳୀନ ଆଇପିଏଲ ରନ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ତାଲିକାରେ ରୋହିତ ଶର୍ମାଙ୍କୁ ପଛରେ ପକାଇଛନ୍ତି ଶିଖର ଧାୱନ । ଅଧିକ ପଢନ୍ତୁ...

IPL 2020: Dhawan completes 600 runs; surpasses Rohit in all-time run-getters list
ସର୍ବକାଳୀନ ଆଇପିଏଲ ରନରେ ରୋହିତଙ୍କୁ ଟପିଲେ ଧାୱନ
author img

By

Published : Nov 9, 2020, 3:08 AM IST

ଆବୁଧାବି: ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟ୍ସମ୍ୟାନ ଶିଖର ଧାୱନ ଆଇପିଏଲର 13ତମ ସଂସ୍କରଣରେ 600 ରନ ପୂରଣ କରିଛନ୍ତି । ଏଥିସହ ରବିବାର ସର୍ବକାଳୀନ ଆଇପିଏଲ ରନ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ତାଲିକାରେ ରୋହିତ ଶର୍ମାଙ୍କୁ ପଛରେ ପକାଇଛନ୍ତି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ କ୍ବାଲିଫାୟର 2 ମ୍ୟାଚରେ ଏହି ସଫଳତାର ଅଧିକାରୀ ହେଇଛନ୍ତି ଧାୱନ ।

ହାଇଦ୍ରାବାଦ ବିପକ୍ଷରେ 50 ବଲରୁ 2ଟି ଛକା ଓ 6ଟି ଚୌକା ସହାୟତାରେ ବିସ୍ଫୋରକ 78 ରନର ଇଂନିସ ଖେଳିଥିଲେ ବାମହାତୀ ଧାୱନ । ଚଳିତ ଆଇପିଏଲ ସଂସ୍କରଣରେ ଏହା ଷଷ୍ଠ ଅର୍ଦ୍ଧଶତକୀୟ ଇଂନିସ । ଏଥିସହ ଚଳିତ ସଂସ୍କରଣରେ ଦ୍ବିତୀୟ ସର୍ବାଧିକ ବ୍ୟକ୍ତିଗତ ରନ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ତାଲିକାର ଦ୍ବିତୀୟରେ ପହଞ୍ଚିଯାଇଛନ୍ତି ଦିଲ୍ଲୀ ଓପନର ଧାୱନ ।

ସେହିପରି 78 ରନର ଇଂନିସ ସହ ଧାୱନ 175ଟି ଆଇପିଏଲ ମ୍ୟାଚରୁ 5182 ରନ ସଂଗ୍ରହ କରି ସର୍ବକାଳୀନ ରନ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ତାଲିକାର 4ର୍ଥ ସ୍ଥାନରେ ପହଞ୍ଚିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ ରୋହିତ ଶର୍ମା 199ଟି ମ୍ୟାଚରୁ 5162 ରନ ସହ ତାଲିକାର 5ମ ସ୍ଥାନରେ ରହିଛନ୍ତି ।

ଟିମ ଇଣ୍ଡିଆ ତଥା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କ୍ୟାପଟେନ ବିରାଟ କୋହଲି 192ଟି ମ୍ୟାଚରୁ 5878 ରନ ସହ ତାଲିକାର ଶୀର୍ଷରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.