ETV Bharat / sports

ଆଇପିଏଲ 2020: ଚେନ୍ନାଇକୁ ମାତ୍‌ ଦେଲା ଦିଲ୍ଲୀ - ଦିଲ୍ଲୀ କ୍ୟାପିଟାଲ୍ସ

ଆଇପିଏଲ-2020ର ଶୁକ୍ରବାରର ମ୍ୟାଚ୍‌ରେ ସିଏସକେକୁ 44 ରନରେ ହରାଇଛି ଦିଲ୍ଲୀ କ୍ୟାପିଟାଲ୍ସ । ପୃଥ୍ବୀ ସ’ ମ୍ୟାନ ଅଫ ଦ ମ୍ୟାଚ୍‌ । ଅଧିକ ପଢନ୍ତୁ...

ଆଇପିଏଲ-2020: ଚେନ୍ନାଇକୁ ମାତ୍‌ ଦେଲା ଦିଲ୍ଲୀ

author img

By

Published : Sep 26, 2020, 7:22 AM IST

ଦୁବାଇ: ଆଇପିଏଲ-2020ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଲାଗିଛି ଦ୍ବିତୀୟ ଝଟକା । ଶୁକ୍ରବାର ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ 44 ରନରେ ହାରି ଲଗାତାର ଦ୍ବିତୀୟ ପରାଜୟର ସମ୍ମୁଖୀନ ହୋଇଛି ଧୋନିବାହିନୀ । ସେପଟେ ଦୁଇଟି ମ୍ୟାଚ୍‌ରୁ ଦୁଇଟିରେ ବିଜୟ ହାସଲ କରି ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି ଦିଲ୍ଲୀ କ୍ୟାପିଟାଲ୍ସ ।

ଶୁକ୍ରବାର ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ପ୍ରଥମେ ସୁପର କିଙ୍ଗ୍ସ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦିଲ୍ଲୀ ପକ୍ଷରୁ ଓପନର ପୃଥ୍ବୀ ସ’ ଓ ଶିଖର ଧାୱନ ଯୋଡି ଭଲ ଆରମ୍ଭ ଦେଇଥିଲେ । ଉଭୟ ପ୍ରଥମରୁ ସତର୍କତା ସହ ବ୍ୟାଟିଂ କରି 94 ରନର ଭଲ ଭାଗୀଦାରି କରିଥିଲେ । ତେବେ ପ୍ରଥମେ ଶିଖର ଧାୱନ 35 ରନ କରି ଆଉଟ ହେବା ପରେ ପୃଥ୍ବୀ ସ’ 64 ରନ କରି ପାଭିଲିୟନ ଫେରିଥିଲେ ।

ଫଳରେ 100 ରନରେ ଗୋଟିଏ ୱିକେଟ ହରାଇଥିବା ଟିମ୍‌ 3 ୱିକେଟ ହରାଇ 175 ରନ କରିବାରେ ସକ୍ଷମ ହୋଇଥିଲା । ତେବେ 176 ରନର ବିଜୟ ଲକ୍ଷ୍ୟକୁ ପିଛା କରି ପଡିଆକୁ ଓହ୍ଲାଇଥିବା ଚେନ୍ନାଇର ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇଥିଲା । ଓପନର ସେନ ୱାଟସନ ଓ ମୁରଲୀ ବିଜୟ ଭଲ ଆରମ୍ଭ ଦେଇନଥିଲେ । ୱାଟସନ 14 ଓ ବିଜୟ 10 ରନରେ ପଡିଆ ଛାଡିଥିଲେ ।

ପରେ ଗାଏକୱାଡ୍‌ ମାତ୍ର 5 ରନ କରି ଆଉଟ ହୋଇଥିଲେ । ଫଳରେ ଦଳ 44 ରନରେ 3 ୱିକେଟ୍‌ ହରାଇଥିଲା । ଏହାପରେ ଡୁ ପ୍ଲେସିସ୍‌ ଓ କେଦାର ଯାଦବ ପାଳିକୁ ସମ୍ଭାଳିଥିଲେ ମଧ୍ୟ ବ୍ୟକ୍ତିଗତ 26 ରନରେ କେଦାର ପାଭିଲିୟନ ଫେରିଥିଲେ ।

କେଦାରଙ୍କ ପରେ ଧୋନୀ ପଡିଆକୁ ଓହ୍ଲାଇଥିବାବେଳେ ଡୁ ପ୍ଲେସିସ୍‌ 43 ରନରେ ଆଉଟ୍‌ ହୋଇଥିଲେ । ଶେଷରେ ଜାଡେଜା ଓ ଧୋନୀ ପଡିଆରେ ନିଜ ସ୍ଥିତି ଜାହିର କରିଥିଲେ ବି ଦଳକୁ ଜିତାଇ ପାରିନଥିଲେ । 44 ରନରେ ଟୁର୍ଣ୍ଣାମେଣ୍ଟରେ ଦ୍ବିତୀୟ ପରାଜୟ ଦେଖିଥିଲା ଚେନ୍ନାଇ ସୁପର କିଙ୍ଗ୍ସ ।

ମ୍ୟାଚ୍‌ରେ 43 ବଲରୁ 64 ରନର ଧୁଆଁଧାର ପାଳି ଖେଳି ପୃଥ୍ବୀ ସ’ ମ୍ୟାନ ଓଫ ଦ ମ୍ୟାଚ୍‌ ଘୋଷିତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.