ETV Bharat / sports

‘ସର୍ବକାଳୀନ ଶ୍ରେଷ୍ଠ ଟି -20 ଖେଳାଳି ୟୁନିଭର୍ସ ବସ୍‌’

author img

By

Published : Oct 27, 2020, 9:02 PM IST

ସେ ସୋମବାର 29 ଟି ବଲରୁ 51 ରନ୍ ଖେଳି ତାଙ୍କୁ 'ୟୁନିଭର୍ସ ବସ୍' କୁହାଯାଉଥିବାର ପ୍ରମାଣ କରିଥିଲେ ।

‘ସର୍ବକାଳୀନ ଶ୍ରେଷ୍ଠ ଟି -20 ଖେଳାଳି ୟୁନିଭର୍ସ ବସ୍‌’
‘ସର୍ବକାଳୀନ ଶ୍ରେଷ୍ଠ ଟି -20 ଖେଳାଳି ୟୁନିଭର୍ସ ବସ୍‌’

ଶାରଜା: କିଙ୍ଗ୍ସ ଏକାଦଶ ପଞ୍ଜାବର ଓପନର୍ ମନଦୀପ ସିଂ କ୍ରିସ ଗେଲଙ୍କୁ 'ସର୍ବକାଳୀନ ଶ୍ରେଷ୍ଠ ଖେଳାଳି' ବୋଲି କହିଛନ୍ତି । କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ବିପକ୍ଷରେ ତାଙ୍କ ଶକ୍ତି ଉପରେ ଏମିତି କହିଛନ୍ତି ମନଦୀପ ।

ୟୁନିଭର୍ସ ବସ୍
ୟୁନିଭର୍ସ ବସ୍

ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟରେ ଗେଲଙ୍କୁ ସୁଯୋଗ ମିଳିନଥିଲା ଏବଂ ସେ ମଧ୍ୟ ଅସୁସ୍ଥ ଥିଲେ । କିନ୍ତୁ ଏହି ସବୁ ଜିନିଷ ଭୁଲି ସେ ସୋମବାର 29 ଟି ବଲରୁ 51 ରନ୍ ଖେଳି ତାଙ୍କୁ 'ୟୁନିଭର୍ସ ବସ୍' କୁହାଯାଉଥିବାର ପ୍ରମାଣ କରିଥିଲେ । ତାଙ୍କର ଅର୍ଦ୍ଧଶତକ ଏବଂ ମନଦୀପଙ୍କ ଅପରାଜିତ 66 ରନ ଇନିଂସ ପଞ୍ଜାବକୁ କ୍ରମାଗତ ପଞ୍ଚମ ବିଜୟ ସହ ଟେବୁଲର ପଞ୍ଚମ ସ୍ଥାନରେ ପହଞ୍ଚିବାରେ ସାହାଯ୍ୟ କରିଥିଲା ।

The very special interview with Mandeep Singh@henrygayle interviews @mandeeps12 post his emotional match-winning half century. This interview has all our hearts

WATCH it here 📹📹https://t.co/4EJ21f0M3p #Dream11IPL pic.twitter.com/W4f36zvLEK

— IndianPremierLeague (@IPL) October 27, 2020 ">

ପଞ୍ଜାବର 8 ୱିକେଟ୍ ବିଜୟ ପରେ ମନଦୀପ ଗଣମାଧ୍ୟମକୁ କହିଛନ୍ତି, "କ୍ରିସ୍ ଗେଲ୍ ଖେଳକୁ ସହଜ କରିଥିଲେ ଏବଂ ମୁଁ ତାଙ୍କୁ କହିଥିଲି ଯେ ଆପଣ କେବେ ଅବସର ନେବେ ନାହିଁ । ମୁଁ ତାଙ୍କୁ କେବେ ସଂଘର୍ଷ କରୁଥିବାର ଦେଖି ନାହିଁ । ସେ ବୋଧହୁଏ ଟି -20 କ୍ରିକେଟର ସର୍ବକାଳୀନ ଶ୍ରେଷ୍ଠ ଖେଳାଳି ।’’

ଗେଲଙ୍କୁ ତାଙ୍କର ଜ୍ୱଳନ୍ତ ଇନିଂସ ପାଇଁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ବିଚାର କରାଯାଇଥିଲା । 5ଟି ମ୍ୟାଚ୍‌ରେ ଏହା ହେଉଛି ତାଙ୍କର ଦ୍ୱିତୀୟ ଅର୍ଦ୍ଧଶତକ । ମନଦୀପ କହିଛନ୍ତି, "ମୁଁ ଯେପରି କହିଥିଲି ଯେ ସେ କେବେବି ଅବସର ନେବେ ନାହିଁ । ସେ ସର୍ବଦା ମହାନ ଗତିରେ ଅଛନ୍ତି । ମୁଁ କ୍ରିସ୍ ଗେଏଲ୍, ଏବି ଡି ଭିଲିୟର୍ସ, ବିରାଟ କୋହଲିଙ୍କ ଭଳି ଖେଳାଳିଙ୍କ ସହ ଖେଳିଥିବାରୁ ଭାଗ୍ୟବାନ ଅଟେ।"

ଶାରଜା: କିଙ୍ଗ୍ସ ଏକାଦଶ ପଞ୍ଜାବର ଓପନର୍ ମନଦୀପ ସିଂ କ୍ରିସ ଗେଲଙ୍କୁ 'ସର୍ବକାଳୀନ ଶ୍ରେଷ୍ଠ ଖେଳାଳି' ବୋଲି କହିଛନ୍ତି । କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ବିପକ୍ଷରେ ତାଙ୍କ ଶକ୍ତି ଉପରେ ଏମିତି କହିଛନ୍ତି ମନଦୀପ ।

ୟୁନିଭର୍ସ ବସ୍
ୟୁନିଭର୍ସ ବସ୍

ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟରେ ଗେଲଙ୍କୁ ସୁଯୋଗ ମିଳିନଥିଲା ଏବଂ ସେ ମଧ୍ୟ ଅସୁସ୍ଥ ଥିଲେ । କିନ୍ତୁ ଏହି ସବୁ ଜିନିଷ ଭୁଲି ସେ ସୋମବାର 29 ଟି ବଲରୁ 51 ରନ୍ ଖେଳି ତାଙ୍କୁ 'ୟୁନିଭର୍ସ ବସ୍' କୁହାଯାଉଥିବାର ପ୍ରମାଣ କରିଥିଲେ । ତାଙ୍କର ଅର୍ଦ୍ଧଶତକ ଏବଂ ମନଦୀପଙ୍କ ଅପରାଜିତ 66 ରନ ଇନିଂସ ପଞ୍ଜାବକୁ କ୍ରମାଗତ ପଞ୍ଚମ ବିଜୟ ସହ ଟେବୁଲର ପଞ୍ଚମ ସ୍ଥାନରେ ପହଞ୍ଚିବାରେ ସାହାଯ୍ୟ କରିଥିଲା ।

ପଞ୍ଜାବର 8 ୱିକେଟ୍ ବିଜୟ ପରେ ମନଦୀପ ଗଣମାଧ୍ୟମକୁ କହିଛନ୍ତି, "କ୍ରିସ୍ ଗେଲ୍ ଖେଳକୁ ସହଜ କରିଥିଲେ ଏବଂ ମୁଁ ତାଙ୍କୁ କହିଥିଲି ଯେ ଆପଣ କେବେ ଅବସର ନେବେ ନାହିଁ । ମୁଁ ତାଙ୍କୁ କେବେ ସଂଘର୍ଷ କରୁଥିବାର ଦେଖି ନାହିଁ । ସେ ବୋଧହୁଏ ଟି -20 କ୍ରିକେଟର ସର୍ବକାଳୀନ ଶ୍ରେଷ୍ଠ ଖେଳାଳି ।’’

ଗେଲଙ୍କୁ ତାଙ୍କର ଜ୍ୱଳନ୍ତ ଇନିଂସ ପାଇଁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ବିଚାର କରାଯାଇଥିଲା । 5ଟି ମ୍ୟାଚ୍‌ରେ ଏହା ହେଉଛି ତାଙ୍କର ଦ୍ୱିତୀୟ ଅର୍ଦ୍ଧଶତକ । ମନଦୀପ କହିଛନ୍ତି, "ମୁଁ ଯେପରି କହିଥିଲି ଯେ ସେ କେବେବି ଅବସର ନେବେ ନାହିଁ । ସେ ସର୍ବଦା ମହାନ ଗତିରେ ଅଛନ୍ତି । ମୁଁ କ୍ରିସ୍ ଗେଏଲ୍, ଏବି ଡି ଭିଲିୟର୍ସ, ବିରାଟ କୋହଲିଙ୍କ ଭଳି ଖେଳାଳିଙ୍କ ସହ ଖେଳିଥିବାରୁ ଭାଗ୍ୟବାନ ଅଟେ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.