ETV Bharat / sports

ଆଇପିଏଲ 2020: ଚମକିଲେ ଡିଭିଲିୟର୍ସ-ମୋରିସ, 7 ୱିକେଟରେ ଆରସିବି ବିଜୟୀ

ଏବି ଡି ଭିଲିୟର୍ସଙ୍କ 22 ବଲରୁ ଧୂଆଁଧାର 55 ରନ ବଳରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ 7 ୱିକେଟରେ ବିଜୟୀ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଅଧିକ ପଢନ୍ତୁ...

author img

By

Published : Oct 17, 2020, 8:35 PM IST

IPL 2020: AB de Villiers, Morris guide RCB to 7-wkt win over RR
ଆଇପିଏଲ 2020: ଚମକିଲେ ଡିଭିଲିୟର୍ସ-ମୋରିସ, 7 ୱିକେଟରେ ଆରସିବି ବିଜୟୀ

ଦୁବାଇ: ଏବି ଡି ଭିଲିୟର୍ସଙ୍କ 22 ବଲରୁ ଧୂଆଁଧାର 55 ରନ ବଳରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ 7 ୱିକେଟରେ ବିଜୟୀ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଶନିବାର ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଇଥିଲା ।

178 ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଆରସିବି ପାଇଁ ଓପନିଂ ଯୋଡିରେ ଆରୋନ ଫିଞ୍ଚ ଓ ଦେବଦତ୍ତ ପାଦିକ୍କଲ ମାତ୍ର 23 ରନ ଯୋଡିଥିଲେ । ମ୍ୟାଚର 4ର୍ଥ ଓଭରରେ, 14ରନରେ ବ୍ୟାଟିଂ କରୁଥିବା ସମୟରେ ଶ୍ରେୟସ ଗୋପାଳଙ୍କ ଶିକାର ହୋଇଥିଲେ ଫିଞ୍ଚ ।

ପରେ କ୍ୟାପଟେନ ବିରାଟ କୋହଲି ଓ ପାଦିକ୍କଲଙ୍କ ମଧ୍ୟରେ ଉପଯୋଗୀ 79 ରନର ପାର୍ଟନରସିପ ହୋଇଥିଲା । 35 ରନର ଇଂନିସ ଖେଳି ପାଦିକ୍କଲ ରାହୁଲ ତେୱାତିଆଙ୍କ ବଲରେ ୱିକେଟ ହରାଇଥିଲେ । ଏହାର ପରବର୍ତ୍ତୀ ଓଭରରେ କାର୍ତ୍ତିକ ତ୍ୟାଗୀଙ୍କ ବଲରେ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ କୋହଲି ।

32 ବଲରୁ ଦୁଇଟି ଛକା ଓ ଗୋଟିଏ ଚୌକା ସହାୟତାରେ 43 ରନର ଇଂନିସ ଖେଳିଥିଲେ କୋହଲି ।

ପରେ ଏବି ଡି ଭିଲିୟର୍ସ ଓ ଗୁରୁକିରତ ସିଂଙ୍କ ମଧ୍ୟରେ 77 ରନର ଅପରାଜିତ ପାର୍ଟନରସିପ ବାଙ୍ଗାଲୋରକୁ ବିଜୟୀ କରାଇଥିଲା । ଡିଭିଲିୟର୍ସ 6ଟି ଛକା ସହାୟତାରେ ଧୂଆଁଧାର 55 ଓ ଗୁରୁକିରତ 19 ରନ କରିଥିଲେ । ଫଳରେ ଦୁଇଟି ବଲ ବାକିଥାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ଆରସିବି ।

ରାଜସ୍ଥାନ ପକ୍ଷରୁ କାର୍ତ୍ତିକ ତ୍ୟାଗୀ, ରାହୁଲ ତେୱାତିଆ ଓ ଶ୍ରେୟସ ଗୋପାଳ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।

ପୂର୍ବରୁ କ୍ୟାପଟେନ ଷ୍ଟିଭ ସ୍ମିତଙ୍କ ଅର୍ଦ୍ଧଶତକୀୟ ଇଂନିସ ଓ ରାହୁଲ ତେୱାତିଆଙ୍କ ଉପଯୋଗୀ ଇଂନିସ ବଳରେ ରାଜସ୍ଥାନ ରୟାଲ୍ସ, ଆରସିବି ସାମ୍ନାରେ 177 ରନ ବିଜୟ ଲକ୍ଷ୍ୟ ରଖିଥିଲା । କ୍ରିସ ମୋରିସ ବାଙ୍ଗାଲୋର ପକ୍ଷରୁ ପ୍ରଭାବୀ ପ୍ରଦର୍ଶନ ସହ 4ଟି ୱିକେଟ ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.