ETV Bharat / sports

ଯୁବ ଭାରତୀୟ ଖେଳାଳିଙ୍କ ପ୍ରତିଭା ଦେଖିବା IPLର ମୁଖ୍ୟ ଆକର୍ଷଣ: ଲି

ଭାରତୀୟ ଯୁବ ଖେଳାଳିଙ୍କୁ ପ୍ରଶଂସା କଲେ ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟ୍ ଲି । ଆଇପିଏଲର ସବୁଠୁ ବଡ଼ ଆକର୍ଷଣ ଯୁବ ପ୍ରତିଭାଙ୍କୁ ଦେଖିବା କହିଲେ ଲି । ଅଧିକ ପଢ଼ନ୍ତୁ...

author img

By

Published : Nov 12, 2020, 4:45 AM IST

Emergence of young Indian players,  best part of 2020 IPL,  Brett Lee on young Indian players,  IPLର ମୁଖ୍ୟ ଆକର୍ଷଣ, ଯୁବ ଭାରତୀୟ ଖେଳାଳିଙ୍କ ପ୍ରତିଭା, ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟ୍ ଲି
ଯୁବ ଭାରତୀୟ ଖେଳାଳିଙ୍କ ପ୍ରତିଭା ଦେଖିବା IPLର ମୁଖ୍ୟ ଆକର୍ଷଣ: ଲି

ଦୁବାଇ: ଯୁବ ଭାରତୀୟ ଖେଳାଳିଙ୍କ ଆବିର୍ଭାବ ଦେଖିବା 2020 ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ର ମୁଖ୍ୟ ଆକର୍ଷଣ ବୋଲି ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟ୍ ଲି କହିଛନ୍ତି।

ଷ୍ଟାର ସ୍ପୋର୍ଟସ ସୋ କ୍ରିକେଟ୍ ଲାଇଭରେ ଲି କହିଛନ୍ତି, ‘‘ଏହା ଅବିଶ୍ବସନୀୟ । ପ୍ରଶଂସକଙ୍କ ବିନା ଚଳିତ ସଂସ୍କରଣ କଷ୍ଟସାଧ୍ୟ ଥିଲା କିନ୍ତୁ ମୋ ପାଇଁ ଏହି ସିଜିନର ସର୍ବୋତ୍ତମ ଅଂଶ ହେଉଛି ଯୁବ ଭାରତୀୟ ଖେଳାଳିଙ୍କ ପ୍ରତିଭା ଦେଖିବା ।’’

ମୁମ୍ବାଇ ଇଣ୍ଡିଆନ୍ସ (MI) ଚଳିତ ସିଜନରେ ସେମାନଙ୍କର ପଞ୍ଚମ ଟାଇଟଲ ଜିତିଥିଲା ​​ଯେଉଁଥିରେ ଦେବଦତ୍ତ ପାଡିକ୍କଲ ଏବଂ ରୁତୁରାଜ ଗାଇକୱାଡଙ୍କ ପରି ଯୁବ ଖେଳାଳିଙ୍କ ଆବିର୍ଭାବ ହୋଇଥିବା ବେଳେ କମଲେଶ ନାଗାର୍କୋଟି, ଶିବମ ମାଭି ଏବଂ ଶୁଭମନ ଗିଲଙ୍କ ଭଳି ଯୁବ ଖେଳାଳି ମଧ୍ୟ ନିଜର ଛାପ ଛାଡ଼ିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସର୍ବାଧିକ ରନ୍ ସ୍କୋରରଙ୍କ ମଧ୍ୟରେ ସୁର୍ଯ୍ୟକୁମାର ଯାଦବ ଏବଂ ଇଶାନ କିଶାନ ଥିବାବେଳେ ଥାଙ୍ଗରାସୁ ନଟରାଜନ, ବରୁଣ ଚକ୍ରବର୍ତ୍ତୀ ଏବଂ ରାହୁଲ ତେୱତିଆ ମଧ୍ୟ ସେମାନଙ୍କ ଦଳ ପାଇଁ ମୁଖ୍ୟ ଭୂମିକାରେ ନିଭାଇଥିଲେ।

ଲି କହିଛନ୍ତି ଯେ ଦଳଗୁଡିକ ପାଇଁ ଗୁଣାତ୍ମକ ଦ୍ରୁତ ବୋଲିଂର ଗୁରୁତ୍ବ ମଧ୍ୟ ତାଙ୍କ ପାଇଁ ସକରାତ୍ମକ ହୋଇଛି।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.