ଆବୁଧାବି: ଆଜି ଆଇପିଏଲର 2ୟ କ୍ବାଲିଫାୟର ମ୍ୟାଚ । ଦିଲ୍ଲୀ ଆଗରେ ହାଇଦ୍ରାବାଦ ଚାଲେଞ୍ଜ । ତେବେ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଶ୍ରେୟାସ ଆୟର । ଅନ୍ୟପଟେ ପ୍ରଥମେ ବୋଲିଂ କରିବା ପାଇଁ ଖୁସି ଥିବା କହିଛନ୍ତି ହାଇଦ୍ରବାଦ ଅଧିନାୟକ ।
ତେବେ ହାଇଦ୍ରାବାଦ ଦଳରେ କୌଣସି ପରିବର୍ତ୍ତନ ହୋଇ ନଥିବା ବେଳେ ଦିଲ୍ଲୀ ଦଳରେ ଦୁଇଟି ପରିବର୍ତ୍ତନ ହୋଇଛି । ଦିଲ୍ଲୀ ଏକାଦଶରେ ସିମରନ ହେଟମାୟର ଓ ପ୍ରବୀଣ ଦୁବେ ସ୍ଥାନ ପାଇଛନ୍ତି ।
ଦିଲ୍ଲୀ କ୍ୟାପିଟାଲ୍ସ ଏକାଦଶ: ଶିଖର ଧୱନ, ଅଜିଙ୍କ୍ୟ ରାହାଣେ, ଶ୍ରେୟାସ ଆୟର, ଋଷଭ ପନ୍ତ, ଶିମ୍ରନ୍ ହେଟମିୟର, ମାର୍କସ ଷ୍ଟୋଇନିସ୍, ଆକ୍ସର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ୍, ପ୍ରବୀଣ ଦୁବେ, କାଗିସୋ ରାବାଡା, ଆନ୍ରିଚ୍ ନୋର୍ଜେ ।
ସନରାଇଜର୍ସ ହାଇଦ୍ରାବାଦ ଏକାଦଶ: ଡେଭିଡ ୱାର୍ଣ୍ଣର, ଶ୍ରୀବାତ୍ ଗୋସ୍ୱାମୀ, ମନୀଷ ପାଣ୍ଡେ, କେନ୍ ୱିଲିୟମସନ, ପ୍ରିୟ ଗର୍ଗ, ଜେସନ ହୋଲ୍ଡର, ଅବଦୁଲ ସମାଦ, ରସିଦ ଖାନ, ଶାହାବାଜ ନାଡିମ, ସନ୍ଦୀପ ଶର୍ମା, ଟି ନାଟାରାଜନ ।