ETV Bharat / sports

ଦଳରେ ଯୁବ ଖେଳାଳିଙ୍କ ଅଭାବ ଯୋଗୁଁ ଚେନ୍ନାଇ ଆଇପିଏଲ 2020ରୁ ବାଦ ପଡ଼ିଲା: ବ୍ରାଏନ ଲାରା

author img

By

Published : Oct 30, 2020, 6:51 AM IST

ପ୍ରଥମ ଥର ପାଇଁ ଦଳ ଆଇପିଏଲ ଟୁର୍ଣ୍ଣାମେଣ୍ଟର ପ୍ଲେ-ଅଫ ଖେଳିବାରୁ ବାଦ ପଡ଼ିଛି ଚେନ୍ନାଇ ସୁପର କିଙ୍ଗ୍ସ। ତେବେ ଚେନ୍ନାଇ ସୁପର କିଙ୍ଗସରେ ଯୁବ ଖେଳାଳିଙ୍କ ଅଭାବ ଏହାର ମୂଳ କାରଣ ବୋଲି କହିଛନ୍ତି ପୂର୍ବତନ କ୍ରିକେଟ କମ୍ବଦନ୍ତୀ ବ୍ରାଏନ ଲାରା। ଅଧିକ ପଢ଼ନ୍ତୁ...

ଦଳରେ ଯୁବ ଖେଳାଳିଙ୍କ ଅଭାବ ଯୋଗୁଁ ଚେନ୍ନାଇ ଆଇପିଏଲ 2020ରୁ ବାଦ ପଡ଼ିଲା: ବ୍ରାଏନ ଲାରା
ଦଳରେ ଯୁବ ଖେଳାଳିଙ୍କ ଅଭାବ ଯୋଗୁଁ ଚେନ୍ନାଇ ଆଇପିଏଲ 2020ରୁ ବାଦ ପଡ଼ିଲା: ବ୍ରାଏନ ଲାରା

ଦୁବାଇ: ଆଇପିଏଲ 2020ରେ ଚେନ୍ନାଇ ସୁପର କିଙ୍ଗ୍ସ ଆଶାନୁରୁପ ପ୍ରଦର୍ଶନ କରି ପାରିନାହିଁ। ପ୍ରଥମ ଥର ପାଇଁ ଦଳ ଆଇପିଏଲ ଟୁର୍ଣ୍ଣାମେଣ୍ଟର ପ୍ଲେ-ଅଫ ଖେଳିବାରୁ ବାଦ ପଡ଼ିଛି। ତେବେ ଚେନ୍ନାଇ ସୁପର କିଙ୍ଗସରେ ଯୁବ ଖେଳାଳିଙ୍କ ଅଭାବ ଏହାର ମୂଳ କାରଣ ବୋଲି କହିଛନ୍ତି ପୂର୍ବତନ କ୍ରିକେଟ କମ୍ବଦନ୍ତୀ ବ୍ରାଏନ ଲାରା।

ଏକ ସାକ୍ଷାତକାରରେ ଆଇପିଏଲ 2020ରେ ଚେନ୍ନାଇ ସୁପର କିଙ୍ଗସର ବିଫଳତାକୁ ନେଇ ସମୀକ୍ଷା କରିଛନ୍ତି ବ୍ରାଏନ ଲାରା। ସେ କହିଛନ୍ତି ଯେ, "ଚଳିତ ବର୍ଷ ଆଇପିଏଲ ପାଇଁ ଚେନ୍ନାଇ ସୁପର କିଙ୍ଗସ ପାଖରେ ଯୁବ ଖେଳାଳିଙ୍କ ଅଭାବ ଦେଖା ଦେଇଥିଲା। ଏହି ଦଳରେ ବହୁ ବରିଷ୍ଠ ଖେଳାଳି ରହିଛନ୍ତି। ଯାହା ଫଳରେ ଏହା ଦଳ ପ୍ରଦର୍ଶନ ଉପରେ ଭାରି ପଡ଼ିଥିଲା। ଏହାସହ ଚେନ୍ନାଇ ପାଖରେ ବିଦେଶୀ ଖେଳାଳି ଦୀର୍ଘ ସମୟ ଧରି ଦଳରେ ରହି ଆସୁଛନ୍ତି। ତେବେ ସେମାନଙ୍କ ପ୍ରଦର୍ଶନରେ ଧିରେ ଧିରେ ଖରାପ ହେବାରେ ଲାଗିଛି। "

ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ 12ଟି ମ୍ୟାଚରୁ ମାତ୍ର 4ଟି ମ୍ୟାଚ ଜିତିଛି। 8 ପଏଣ୍ଟ ସହ ପଏଣ୍ଟ ତାଲିକାର ସର୍ବନିମ୍ନରେ ରହିଛି ଚେନ୍ନାଇ। ପ୍ରଥମ ଥର ପାଇଁ ପ୍ଲେ-ଅଫରୁ ବାଦ ପଡ଼ିବା ପରେ ଚେନ୍ନାଇକୁ ବହୁ ସାମଲୋଚନାର ଶିକାର ହେବାକୁ ପଡ଼ିଛି। ଏହାପୂର୍ବରୁ ସୁନିଲ ଗାଭାସ୍କର ମଧ୍ୟ ଦଳରେ ଯୁବ ଖେଳାଳୀଙ୍କ ସ୍ଥାନ ନଦିଆଯିବାନେଇ ଧୋନୀଙ୍କୁ ସମାଲୋଚନା କରିଥିଲେ।

ଏନେଇ ବ୍ରାଏନ ଲାରା କହିଛନ୍ତି ଯେ,"ଚେନ୍ନାଇ ଚଳିତ ଆଇପିଏଲରୁ ନିଶ୍ଚିତ ଭାବରେ ଶିକ୍ଷା ଲାଭ କରିବ। ଏହାସହ ଆଗାମୀ ସିଜିନ ଆଇପିଏଲରେ ଭଲ ପ୍ରଦର୍ଶନ କରି ପାରିବ। ପ୍ରତି ବର୍ଷ ଏହି ଟିମଠାରୁ ଫ୍ୟାନ୍ସମାନେ ଅଧିକ ଆଶା ରଖିଥାନ୍ତି। ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର ପ୍ରଦର୍ଶନ ଧିରେ ଧିରେ ସୁଧୁରି ଆସୁଛି। ଚେନ୍ନାଇ ଦଳ ଜିତିବା ଆରମ୍ଭ କରିଛି। ତେବେ ଏବେ ବହୁତ ଡେରି ହୋଇ ସାରିଛି।"

ଚେନ୍ନାଇ ଦଳର ଖରାପ ପ୍ରଦର୍ଶନ ଯୋଗୁଁ ଧୋନୀଙ୍କୁ ବହୁ ସମାଲୋଚନା ଶିକାର ହେବାକୁ ପଡ଼ିଛି। ଏଭଳି କି କିଛି ଖେଳାଳିଙ୍କ ଘରେ ଉପରେ ଫ୍ୟାନ୍ସ ମାନେ ଆକ୍ରମଣ କରିଥିବା ଅଭିଯୋଗ ମଧ୍ୟ ହୋଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.