ETV Bharat / sports

ମୁମ୍ବାଇ ଇଣ୍ଡିଆନ୍ସକୁ 165 ରନର ଟାର୍ଗେଟ ଦେଲା ବାଙ୍ଗାଲୋର - ରୟାଲ ଚ୍ୟାଲେଞ୍ଜେର୍ସ ବାଙ୍ଗାଲୋର

ଆବୁଧାବିରେ ଚାଲିଥିବା ଆଇପିଏଲର 48ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ 165 ରନର ବିଜୟ ଲକ୍ଷ୍ୟ ଦେଇଛି ବାଙ୍ଗାଲୋର। ଅଧିକ ପଢ଼ନ୍ତୁ...

ମୁମ୍ବାଇ ଇଣ୍ଡିଆନ୍ସକୁ 165 ରନର ଟାର୍ଗେଟ ଦେଲା ବାଙ୍ଗାଲୋର

author img

By

Published : Oct 28, 2020, 9:35 PM IST

ଆବୁଧାବି: ମୁମ୍ବାଇ ଇଣ୍ଡିଆନ୍ସକୁ 165 ରନର ବିଜୟ ଲକ୍ଷ୍ୟ ଦେଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଆବୁଧାବିରେ ଶେଖ ଜାଏଦ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚରେ ମୁମ୍ବାଇ ଟସ୍ ଜିତି ପ୍ରଥମେ ବାଙ୍ଗାଲୋରକୁ ବୋଲିଂ ପାଇଁ ଆମନ୍ତ୍ରଣ କରିଥିଲା ।

ରୟାଲ ଚ୍ୟାଲେଞ୍ଜେର୍ସ ବାଙ୍ଗାଲୋର ପକ୍ଷରୁ ଓପନର ଦେବଦତ୍ତ ପାଦିକଲ ଓ ଜୋଶ ଫିଲିପ ଦଳକୁ ଭଲ ଆରମ୍ଭ ଦେଇଥିଲେ । ତେବେ ଅଷ୍ଟମ ଓଭରରେ ରାହୁଲ ଚହରଙ୍କ ଶିକାର ହୋଇଥିଲେ ଜୋଶ ଫିଲପ । ଏହାପରେ ଦେବଦତ୍ତ ପାଡିକଲ ଦମଦାର ପ୍ରଦର୍ଶନ କରି 45 ବଲରୁ 74 ରନ କରିଥିଲେ । ବିରାଟ କୋହଲି 9 ରନ କରି ଯଶପ୍ରୀତ ବୁମରାଙ୍କ ଶିକାର ହୋଇଥିଲେ । ଏହାପରେ କେହି ବି ପଡିଆରେ ସେତେଟା ସମୟ ବିତାଇ ପାରିନଥିଲେ।

ଦେବଦତ୍ତ ପାଡିକଲ 74 ରନ କରି ବୁମରାଙ୍କ ଶିକାର ହୋଇଥିଲେ । ଏହାପରେ ଏବି ଡିଭିଲିୟର୍ସ ମଧ୍ୟ 15 ରନ କରି ପୋଲାର୍ଡଙ୍କ ଶିକାର ହୋଇଥିଲେ । ଫଳରେ ଦଳ ନର୍ଦ୍ଧାରିତ 20 ଓଭରରେ ମାତ୍ର 164 ରନ ହିଁ କରି ପାରିଥିଲା।

ମୁମ୍ବାଇ ପକ୍ଷରୁ ଯଶପ୍ରୀତ ବୁମରା ଚମତ୍କାର ବୋଲିଂ କରି 4 ଓଭରୁ ମାତ୍ର 14 ରନ ଦେଇ 3ଟି ୱିକେଟ ନେଇଥିଲେ । ଏହାପରେ ଟ୍ରେଣ୍ଟ ବୋଲ୍ଟ, କୈରନ ପୋଲାର୍ଡ ଓ ରାହୁଲ ଚହର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ମୁମ୍ବାଇ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ସର୍ବାଧିକ 40 ରନ ଖର୍ଚ୍ଚ କରିଛନ୍ତି ।

ମୁମ୍ବାଇ ଇଣ୍ଡିଆନ୍ସ ଏକାଦଶ: ଇଶାନ କିଶନ, କ୍ୱିଣ୍ଟନ ଡି କକ, ସୂର୍ଯ୍ୟକୁମାର ଯାଦବ, ସୌରଭ ତିୱାରୀ, ହାର୍ଦ୍ଦିକ ପାଣ୍ଡ୍ୟା, କିରନ ପୋଲାର୍ଡ, କ୍ରୁନାଲ ପାଣ୍ଡ୍ୟା, ଜେମ୍ସ ପାଟିନ୍ସନ୍, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ଜସପ୍ରୀତ ବୁମରା ।

ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏକାଦଶ: ଦେବଦତ୍ତ ପାଦିକଲ, ଜୋଶ ଫିଲିପ, ବିରାଟ କୋହଲି, ଏବି ଡି ଭିଲିୟର୍ସ, ଗୁରୁକେରାଟ ସିଂ ମନ୍, ଶିବମ୍ ଦୁବେ, କ୍ରିସ୍ ମୋରିସ୍, ୱାଶିଂଟନ୍ ସୁନ୍ଦର, ଡାଲ୍ ଷ୍ଟେନ୍, ମହମ୍ମଦ ସିରାଜ, ୟୁଜଭେନ୍ଦ୍ର ଚହଲ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.