ETV Bharat / sports

‘ସମୟ ଆସିଲେ ମୁଁ ନିଜେ କ୍ରିକେଟ ଛାଡିଦେବି’ - ipl

‘ଗତ ଦୁଇବର୍ଷ ମୋ ପାଇଁ କଠିନ ସମୟ ଥିଲା ଓ ମୁଁ ନିଶ୍ଚିତ କରି ପାରୁନଥିଲି ଯେ ମୁଁ କ’ଣ କରିବା ଦରକାର।’

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@mipaltan
author img

By

Published : Mar 25, 2019, 12:53 PM IST

Updated : Mar 25, 2019, 2:01 PM IST

ମୁମ୍ବାଇ: ଅନେକ ସମୟ ଧରି ଯୁବରାଜ ସିଂହଙ୍କ କ୍ରିକେଟ କ୍ୟାରିୟର ଟର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କିନ୍ତୁ ଏବେ ଯୁବରାଜ କହିଛନ୍ତି ଯେ ସମୟ ଆସିଲେ ସେ ନିଜେ କ୍ରିକେଟରୁ ଅବସର ନେଇଯିବେ। ଅନେକ ସମୟ ଧରି ଆନ୍ତର୍ଜାତୀୟ କ୍ରିକେଟରେ ଭଲ ପ୍ରଦର୍ଶନ କରି ପାରିନଥିବା ଯୁବରାଜ ଆଇପିଏଲରେ ମଧ୍ୟ ସେତେଟା ଭଲ ପ୍ରଦର୍ଶନ କରିପାରିନଥିଲେ। କିନ୍ତୁ ଚଳିତ ସିଜନରେ ପୁଣିଥରେ ଗର୍ଜିଛି ଯୁବିଙ୍କ ବ୍ୟାଟ।

ଯୁବରାଜ କହିଛନ୍ତି ‘ଯେତେବେଳେ ସମୟ ଆସିବ ମୁଁ ନିଜେ ଅବସର ନେଇଯିବି’। ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ 37 ରନରେ ହାରିବା ପରେ ଗଣମାଧ୍ୟମକୁ ଏହା କହିଛନ୍ତି ଯୁବି। 2007 ଟି-20 ବିଶ୍ୱକପ ଓ 2011 ବିଶ୍ୱକପ୍‌ର ଏହି ହିରୋ ବେଳେ ବେଳେ ଆଗକୁ ଖେଳିବା ଆଉ ଠିକ ହେବ ନାହିଁ ହୋଲି ମନେକରନ୍ତି। ‘ଗତ ଦୁଇବର୍ଷ ମୋ ପାଇଁ ଅନେକ କଠିନ ଥିଲା, ଓ ମୁଁ ନିଶ୍ଚିତ କରି ପାରୁନଥିଲି ମୁଁ କ’ଣ କରିବା ଦରକାର।’ କହିଛନ୍ତି ଯୁବି।

ଯୁବରାଜ ଆହୁରି ମଧ୍ୟ କହିଛନ୍ତି ଯେ ‘ମୁଁ ଅନେକ ଆତ୍ମସମୀକ୍ଷା କଲି, ଆଉ ଅନୁଭବ କଲି ଯେ ମତେ ବର୍ତ୍ତମାନ ଖଳିବାରେ ଆନନ୍ଦ ମିଳୁଛି। ଯେମିତି ଜଣେ 16 ବର୍ଷରୁ କମ୍‌ ଖେଳାଳି ଜାତୀୟ ଦଳରେ ଚୟନ କଥା ଚିନ୍ତା କରେ ନାହିଁ କେବଳ ଖେଳରେ ଧ୍ୟାନ ଦିଏ ଠିକ ସେହିପରି। ତେଣୁ ଯେତେଦିନ ପର୍ଯ୍ୟନ୍ତ ମେତେ ଖେଳିବାରେ ଆନନ୍ଦ ମିଳୁଥିବ ସେତେଦିନ ଯାଏଁ ମୁଁ ଖେଳିବି।’

ସଚିନଙ୍କ ସହ ଏନେଇ ଆଲୋଚନା କରିବା କଥା ମଧ୍ୟ ଯୁବି କହିଛନ୍ତି, ‘ମୁଁ ସଚିନଙ୍କ ସହ ଏ ବିଷୟରେ ଆଲୋଚନା କରିଛି ଯେ ସେ ଯେତେବେଳେ 37-38-39 ବର୍ଷରେ ଖେଳୁଥିଲେ ଓ ଏଭଳି ସ୍ଥିତି ଉତ୍ପନ୍ନ ହୋଇଥିଲା ତାଙ୍କୁ କିଭଳି ଅନୁଭବ ହେଉଥିଲା। ତାଙ୍କ ସହ କଥା ହେବା ପରେ ସବୁ ଜିନିଷ ଆହୁରି ସହଜ ମନେ ହେଲା।’

ମୁମ୍ବାଇ ଇଣ୍ଡିଆନ୍ସରେ ନିଜର ଡେବ୍ୟୁ ମ୍ୟାଚରେ ଯୁବି ଭଲ ଫର୍ମରେ ନଜର ଆସିଥିଲେ, ଓ ଅର୍ଦ୍ଧଶତକ ହାସଲ କରିଥିଲେ।

23.03.2019
Radhakanta Mohanty,Kendrapada(SPL)
Slug-Kendrapada Lokasabha Politics
Anchor-ଘୋଷଣା ହୋଇଛି କେନ୍ଦ୍ରାପଡ଼ା ବିଜେପିର ଲୋକସଭା ପ୍ରାର୍ଥୀ।ଏହି ଆସନରୁ ବିଗତ ଦୁଇଟି ନିର୍ବାଚନରେ ବିଜେଡିରୁ ବିଜୟୀ ହୋଇଥିବା ସାଂସଦ ବୈଜୟନ୍ତ ପଣ୍ଡା ଏଥର ବିଜେପିର ପ୍ରାର୍ଥୀ।
VO1-1951 ମସିହାରୁ ଗଠିତ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜୟୀ ହୋଇ ପୁର୍ବରୁ ବହୁ ସାଂସଦ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି।ଗତ ୨୦୦୯ ଓ ୨୦୧୪  ମସିହା ସାଧାରଣ ନିର୍ବାଚନରେ ବୈଜୟନ୍ତ ବିଜେଡ଼ି ଦଳରୁ ଏହି ଆସନରେ ବିଜୟୀ ହୋଇଥିବା ବେଳେ ବିଗତ ନ' ବର୍ଷ ମଧ୍ୟରେ ତାଙ୍କ ଦ୍ୱାରା କରାଯାଇଥିବା ଜିଲ୍ଲାର ବିକାଶକୁ ସମୀକ୍ଷା କରୁଛନ୍ତି ଭୋଟର।ବୈଜୟନ୍ତଙ୍କ ଦ୍ଵାରା ଜିଲ୍ଲାରେ ଶିଳ୍ପ ସ୍ଥାପନା,ଜିଲ୍ଲାକୁ ଗୁରୁଗାଓଁରେ ପରିଣତ କରିବା ଭଳି ପ୍ରତିଶୃତି ଫେଲ ମାରିଥିବା ଓ ସେ ଏହି ପ୍ରତିଶୃତିରେ ବିଫଳ ହେବା କାରଣ ତାଙ୍କର ପୂର୍ବ ଦଳର ମୁଖିଆଙ୍କୁ ଦୋଷ ଦେବା ରାଜନୀତିକୁ ସରଗରମ କରି ରଖିଛି।ସାଲେପୁର,ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା,ଆଳି,ରାଜନଗର ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ମୋଟ ୧୫ ଲକ୍ଷରୁ ଉର୍ଦ୍ଧ୍ଵ ଭୋଟର ଚଳିତଥର ବୈଜୟନ୍ତଙ୍କର ବିଜୟଧାରାକୁ ନିର୍ଣ୍ଣୟ କରିବେ।ପୁର୍ବରୁ ବିଜୁ ଅଙ୍କଲ ଓ ନବୀନଙ୍କ ନାମ ନେଇ ଦୁଇଦୁଇଥର ସାଂସଦ ହୋଇଥିବା ବୈଜୟନ୍ତ ଚଳିତ ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ବେଳେ ଶିଳ୍ପବିହୀନ ଜିଲ୍ଲାରେ କିଭଳି ବାଜିମାତ କରିବେ ତାହା ଦେଖିବାକୁ ବାକି ରହିଛି।ବିଜେପିରେ ଯୋଗ ଦେବାପରେ ଜିଲ୍ଲାରେ ବୈଜୟନ୍ତଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିବା ବେଳେ ସ୍ୱାଗତ କେବଳ ସ୍ୱାଗତରେ ରହିବ ନା ବିଜୟର ରୂପ ନେବ ତାହା ଭୋଟର ସ୍ଥିର କରିବେ।କିନ୍ତୁ ବୈଜୟନ୍ତଙ୍କୁ କଡ୍ଡା ଟକ୍କର ଦେବାପାଇଁ ଜିଲ୍ଲାରେ ବିଜେଡିର ପ୍ରାର୍ଥୀ ଚୟନ ହିଁ ବୈଜୟନ୍ତଙ୍କର ଭାଗ୍ୟ ରେଖାକୁ ଜଣାଇବ ବୋଲି କୁହନ୍ତି ରାଜନୀତି ସମୀକ୍ଷକ।
ବାଇଟ-ବୈଜୟନ୍ତ ପଣ୍ଡା(ବିଜେପି ଲୋକସଭା ସାଂସଦ ପ୍ରାର୍ଥୀ)
ବାଇଟ-ରବି ପତି(ରାଜନୀତି ସମୀକ୍ଷକ)
ବାଇଟ-ଅମରବର ବିଶ୍ୱାଳ(ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ)
VO2-ବୈଜୟନ୍ତଙ୍କୁ ବିଜେପିର କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ଘୋଷଣା କରାଯିବା ପରେ ତାଙ୍କୁ ଏହି ଆସନରୁ କିଏ ଚେକ ଦେବ ସେନେଇ ଉଭୟ କଂଗ୍ରେସ ଓ ବିଜେଡି ଶିବିରରେ ଅଙ୍କ କଷା ଚାଲିଛି।୨୦୧୪ରେ ବୈଜୟନ୍ତଙ୍କ ଠାରୁ ପରାଜୟ ବରଣ କରିଥିବା ବରିଷ୍ଠ କଂଗ୍ରେସ ନେତା ତଥା ଆଇନଜୀବୀ ଧରଣୀଧର ନାୟକ ଚଳିତଥର କଂଗ୍ରେସରୁ ପୁନଶ୍ଚ ପ୍ରାର୍ଥୀ ହେବା ଆଶା କରାଯାଉଥିବା ବେଳେ ବିଜେଡ଼ିର କିନ୍ତୁ ଅଳିନ୍ଦ ଭିତରେ ପ୍ରାର୍ଥୀ ଘୋଷଣା ରହିଯାଇଛି।ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ମହାକାଳପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଦଳ ପ୍ରାର୍ଥୀ କଲେ ସେ ବୈଜୟନ୍ତଙ୍କ ବିଜୟ ଧାରାକୁ ପ୍ରଭାବିତ କରିପାରିବେ ବୋଲି ଆଶା କରାଯାଉଛି।ଅତନୁଙ୍କ ବ୍ୟତୀତ ରାଜ୍ୟସଭା ସାଂସଦ ତଥା ଓଲିଉଡ ଷ୍ଟାର ଅନୁଭବ ମହାନ୍ତି,ରାଜ୍ୟସଭା ସାଂସଦ ପ୍ରତାପ ଦେବଙ୍କର ନାମ ମଧ୍ୟ କେନ୍ଦ୍ରାପଡ଼ା ଜିଲ୍ଲାରେ ଲୋକସଭା ପ୍ରାର୍ଥୀ ଭାବରେ ଶୁଣିବାକୁ ମିଳୁଛି।ଏତଦଭିନ୍ନ ମିଶନଶକ୍ତିର ନିର୍ଦ୍ଦେଶିକା,ବରିଷ୍ଠ ପ୍ରଶାସିକା ତଥା ବୈଜୟନ୍ତଙ୍କର ଅଭିଯୋଗ ମୁତାବକ ବିଜେଡ଼ିର ଅଲ୍ଲିଖିତ ସଭାପତି ପାଣ୍ଡିୟାନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନଙ୍କ ନାମ ମଧ୍ୟ ଆଗରୁ ଶୁଣିବାକୁ ମିଳିଛି।ତେବେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ବିଜେଡି ପକ୍ଷରୁ କେନ୍ଦ୍ରାପଡ଼ା ଲୋକସଭା ଆସନରୁ କେହି ବୈଜୟନ୍ତଙ୍କ ସହ ପ୍ରତିଦ୍ବନ୍ଦିତା କରିବା ପାଇଁ ଆଗଭର ହେଉନଥିବା ସୂଚନା ରହିଛି।କେବଳ ଅତନୁ ସବ୍ୟସାଚୀ ନାୟକଙ୍କୁ ଛାଡିଲେ କୌଣସି ପ୍ରାର୍ଥୀ ଆସିଲେ ବୈଜୟନ୍ତଙ୍କ ଆଗରେ ତିଷ୍ଠି ପାରିବେ ନାହିଁ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ।ଅତନୁ ଗୋଟି ଚଳାଇବାରେ ମାହୀର ତେଣୁ ଅତନୁ only can ବୋଲି ବୁଦ୍ଧିଜୀବୀଙ୍କ ମତ।ଗତ ଫେବୃଆରୀ ୧୫ ତାରିଖ ଓ ମାର୍ଚ୍ଚ ୧୦ ତାରିଖଦିନ ବିଜେଡି ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କର କେନ୍ଦ୍ରାପଡ଼ା ଗସ୍ତକୁ ସୁଚାରୁରୂପେ ଅତନୁ ସମ୍ପାଦନ କରିଥିବା ଦେଖାଯାଇଥିଲା।ସାରା ସଂସଦୀୟ କ୍ଷେତ୍ରରେ ଅତନୁଙ୍କର ଦବଦବା ରହିଥିଲା ବେଳେ ଏହି ଲୋକସଭା ଆସନ ଓ ସମସ୍ତ ସାତୋଟିଯାକ ଆସନରୁ ବିଜେଡି ବିଜେଡ଼ି ଜିତିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଅତନୁ।
ବାଇଟ-ଅତନୁ ସବ୍ୟସାଚୀ ନାୟକ(ବିଧାୟକ,ମହାକାଳପଡ଼ା
ବାଇଟ-ଅନୁଭବ ମହାନ୍ତି
ବାଇଟ-ପରେଶ ଦାସ(ବରିଷ୍ଠ ସମାଜସେବୀ
FVO-ତେବେ ବୈଜୟନ୍ତଙ୍କୁ ନିର୍ବାଚନ ମଣ୍ଡଳୀରେ ଚେକ ଦେବା ଆଗରୁ ଉଭୟ କଂଗ୍ରେସ ଓ ବିଜେଡିର ପ୍ରାର୍ଥୀ ଚୟନ ଗୁରୁତ୍ୱ ବହନ କରୁଛି।
Last Updated : Mar 25, 2019, 2:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.