ETV Bharat / sports

ମହିଳା ଆଇପିଏଲ: ହରମନପ୍ରିତକରଙ୍କୁ ହରାଇଲେ ସ୍ମୃତି

author img

By

Published : May 7, 2019, 2:52 PM IST

ମହିଳା ଆଇପିଏଲର ପ୍ରଥମ ମ୍ୟାଚରେ ଟ୍ରେଲବ୍ଲେଜରସ, ସୁପରନୋଭାସକୁ 2ରନରେ ପରାସ୍ତ କରିଛି ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ

ଜୟପୁର: ମହିଳା ଆଇପିଏଲର ପ୍ରଥମ ମ୍ୟାଚରେ ଟ୍ରେଲବ୍ଲେଜରସ, ସୁପରନୋଭାସ କୁ 2ରନରେ ହରାଇଛି । ସ୍ମୃତି ମନ୍ଧାନାଙ୍କ ଟ୍ରେଲବ୍ଲେଜରସ ଦଳ ପ୍ରଥମେ ବ୍ୟାଟିଂ କରି 140 ରନ କରିଥିଲା । ଶେଷ ଓଭରରେ ହରମନପ୍ରିତକରଙ୍କ ସୁପରନୋଭାସ ଦଳ ବିଜୟ ପାଇଁ 16 ରନ ଆବଶ୍ୟକ କରୁଥିଲା । ମାତ୍ର 14 ରନ କରିବାକୁ ସମର୍ଥ ହୋଇଥିଲା ।

ସୱାଇ ମାନସିଂ ଷ୍ଟାଡିୟମ ଜୟପୁରରେ ଏହି ମ୍ୟାଚ ଖେଳାଯାଇଥିଲା । ମହିଳା ଆଇପିଏଲର ମଜା ନେବାପାଇଁ ପ୍ରାୟ ସବୁ ଦର୍ଶକ ଗ୍ୟାଲେରୀ ଖଚାଖଚ ଭରିଥିଲା । ଟ୍ରେଲବ୍ଲେଜରସ ପ୍ରଥମେ ବ୍ୟାଟିଂ କରିଥିଲା । ସ୍ମୃତି 67ବଲରୁ 90ରନର ଦମଦାର ପାଳି ଖେଳିଥିଲେ । ସ୍ମୃତିଙ୍କ ଧୁଆଁଧାର ପାଳି ମହିଳା ଆଇପିଏଲକୁ ଯେମିତି ଅପେକ୍ଷା କରିଥିଲା । ସ୍ମୃତିଙ୍କ ଏହି ପାଳିରେ 10ଟି ଚୌକା ଓ 3ଟି ଛକା ସାମିଲ ରହିଛି । ମାତ୍ର 10 ରନ ପାଇଁ ସ୍ମୃତି ଶତକରୁ ବଞ୍ଚିତ ହୋଇଥିଲେ ।

ଜବାବରେ ସୁପରନୋଭାସ 6 ରନରେ ପ୍ରିୟା ପୁନିଆଙ୍କ ୱିକେଟ ହରାଇଥିଲା । ଦଳ ପକ୍ଷରୁ ଚମାରି ଆଟାପଟ୍ଟୁ 26, ଯେମିମା ରୋଡଗ୍ୟୁସ 24 ରନ କରିଥିଲେ । ହରମନପ୍ରିତକର ସର୍ବାଧିକ 34 ବଲରୁ 46ରନ କରିଥିଲେ ।

ଶେଷ ବଲରେ ଦଳ 3ରନ ଆବଶ୍ୟକ କରୁଥିଲା । କିନ୍ତୁ ଝୁଲଣ ଗୋସ୍ବାମୀ କୌଣସି ରନ ଦେଇନଥିଲେ । ହରମନପ୍ରିତକରଙ୍କ ସବୁ ଉଦ୍ୟମ ବିଫଳ ହୋଇଥିଲା । ଫଳରେ ସୁପରନୋଭାସ ଦଳ 138 ରନରେ ଅଟକି ଯାଇଥିଲା । ଫଳରେ ଏହି ରୋମାଞ୍ଚକର ମ୍ୟାଚରେ ଟ୍ରେଲବ୍ଲେଜରସ 2ରନ ରେ ବିଜୟୀ ହୋଇଥିଲା । ସ୍ମୃତି ମନ୍ଧାନା ଏହି ମ୍ୟାଚର ପ୍ଲେଆର ଅଫ ଦି ମ୍ୟାଚ ହୋଇଥିଲେ ।

Intro:Body:

df

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.