ETV Bharat / sports

ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ରୋହିତ- ଧୋନୀ ଟକ୍କର

ଚଳିତ ସିଜନ୍‌ର 44ତମ ମ୍ୟାଚ୍‌ ଚେନ୍ନାଇ-ମୁମ୍ବାଇ ମଧ୍ୟରେ ଏମ୍‌.ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଖେଳାଯିବ। ମୁମ୍ବାଇ ଠାରୁ ପରାଜୟର ପ୍ରତିଶୋଧ ନେବା ପାଇଁ ସିଏସ୍‌କେ ପଡିଆକୁ ଓହ୍ଲାଇବ।

author img

By

Published : Apr 26, 2019, 2:51 PM IST

ଫଟୋ ସୌଜନ୍ଯ: ସୋସିଆଲ ମିଡିଆ

ହାଇଦ୍ରାବାଦ୍‌: ଏମ୍‌.ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଚଳିତ ସିଜନ୍‌ର 44ତମ ମ୍ୟାଚ୍‌ ଖେଳାଯିବ । ଶୁକ୍ରବାର ଦୁଇ ଡିପେଡିଂ ଚାମ୍ପିୟନ୍‌ ଚେନ୍ନାଇ-ମୁମ୍ବାଇ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିବ । ତେବେ ମୁମ୍ବାଇ ଠାରୁ ପରାଜୟର ପ୍ରତିଶୋଧ ନେବା ପାଇଁ ଧୋନୀ ବାହିନୀ ନିଜର ଘରୋଇ ଗ୍ରାଉଣ୍ଡକୁ ଓହ୍ଲାଇବ । ସେହିପରି ପଏଣ୍ଟ ଟେବୁଲ୍‌ରେ ଶୀର୍ଷ 4ସ୍ଥାନ ମଧ୍ୟରେ ରହିବା ଲକ୍ଷ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ ଚେନ୍ନାଇକୁ ହାରିବା ଲକ୍ଷ୍ୟରେ ଖେଳିବ ।

ଏଯାଏଁ 11ଟି ମ୍ୟାଚ୍‌ ଖେଳି ଚେନ୍ନାଇ 8ଟି ମ୍ୟାଚ୍‌ରେ ବିଜୟ ହାସଲ କରିଛି । ଫଳରେ ପଏଣ୍ଟ ଟେବୁଲ୍‌ରେ ଶୀର୍ଷ ସ୍ଥାନରେ ଟିମ୍‌ ରହିଛି । ଅନ୍ୟପଟେ ମୁମ୍ବାଇ 12 ପଏଣ୍ଟ ହାସଲ କରି ତାଲିକାର 3ୟସ୍ଥାନରେ ରହିଛି । ସୂଚନାଥାଉକି, ଏହି ସିଜନ୍‌ରେ ରୋହିତ ବାହିନୀ ଚେନ୍ନାଇକୁ 37ରନ୍‌ରେ ପରାଜୟ କରିଥିଲା ଗତ ମଙ୍ଗଳବାର ଦିନ ଚେନ୍ନାଇ ଟିମ୍‌ର ସେନ୍‌ ୱାଟସନ୍‌ ଫର୍ମକୁ ଫେରିଛନ୍ତି । ଯାହା ଟିମ୍‌ ପାଇଁ ଶୁଭ ସଙ୍କେତ। ସେ ହାଇଦ୍ରାବାଦ୍‌ ବିପକ୍ଷରେ 53ବଲ୍‌ରେ 96ରନ୍‌ କରି ଚେନ୍ନାଇକୁ ବିଜୟ ଦେଇଥିଲେ।

ସେହିପରି ରୋହିତଙ୍କ ପାଖରେ ମଜବୁତ୍‌ ବ୍ୟାଟ୍ସମ୍ୟାନ୍‌ ରହିଛନ୍ତି । ତେବେ ମୁମ୍ବାଇ ଇଣ୍ଡିଆନ୍ସ ତା'ର ଶେଷ ମ୍ୟାଚ୍‌ରେ ରାଜସ୍ଥାନ ଠାରୁ 5 ଓ୍ୱିକେଟ୍‌ ହାରିଯାଇଥିଲା । ତେଣୁ ପୁଣି ବିଜୟଧାରାକୁ ଫେରିବା ପାଇଁ ଏମ୍‌.ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ମୁମ୍ବାଇ ନିଜର ଜୋର୍‌ ଲଗାଇବ ।

Intro:Body:

blank

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.