ETV Bharat / sports

ଆଇପିଏଲରେ ପୁଣି ମଙ୍କଡ ଆଉଟ୍‌: ଏଥର ଟାର୍ଗେଟରେ ଧୋନି - ଚେନ୍ନାଇ ସୁପର କିଙ୍ଗସ

ଧୋନି କ୍ରିକେଟ୍‌ ପଡିଆରେ ନିଜ ସତର୍କତା ଓ ଚଞ୍ଚଳତା ପାଇଁ ବେଶ ପ୍ରସିଦ୍ଧ । ଯାହାର ପ୍ରମାଣ ସେ ଉକ୍ତ ମ୍ୟାଚରେ ଦେଇଥିଲେ । କ୍ରୁନାଲ ଅଟକିଯିବାର ମାତ୍ର କେଇ ସେକେଣ୍ଡ ଭିତରେ ସେ କ୍ରିଜ ମଧ୍ୟକୁ ଫେରିଥିଲେ । ଆଉ ପ୍ରମାଣ କରିଥିଲେ ଯେ ତାଙ୍କ ଦୃଷ୍ଟି କେବେ ହେଲେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନ ଉପରେ କେନ୍ଦ୍ରିତ ନଥାଏ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଫେସବୁକ୍‌@ବିସିସିଆଇ
author img

By

Published : Apr 8, 2019, 5:54 PM IST

ମୁମ୍ବାଇ: ଅନ୍ତର୍ଜାତୀୟ କ୍ରିକେଟରେ ମଙ୍କଡ ଆଉଟ୍‌ର କାହାଣୀ ପୁରୁଣା । ନିକଟରେ ଚଳିତ ଆଇପିଏଲରେ ପୁଣି ଫେରିଛି ସେହି କାହାଣୀ । କିଛି ଦିନ ତଳେ ପଞ୍ଜାବ-ରାଜସ୍ଥାନ ମ୍ୟାଚରେ ବଟଲରଙ୍କୁ ମଙ୍କଡ ଆଉଟ୍‌ କରି ବିବାଦ ଘେରକୁ ଆସିଥିଲେ ପଞ୍ଜାବ ଅଧିନାୟକ ଅଶ୍ବିନୀ ।

ଏବେ ପୁଣି ସେହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଚେନ୍ନାଇ-ମୁମ୍ବାଇ ମ୍ୟାଚରେ । ଏପ୍ରିଲ 3ରେ ଖେଳାଯାଇଥିବା ଆଇପିଏଲର ଏହି 18 ତମ ମ୍ୟାଚରେ ଘଟିଥିଲା ସମାନ ଘଟଣା । ଏହି ମ୍ୟାଚରେ ଚେନ୍ନାଇ କ୍ୟାପ୍ଟେନ ମହେନ୍ଦ୍ର ସିଂହ ଧୋନିଙ୍କୁ ମଙ୍କଡ ଆଉଟ୍‌ କରିବାକୁ ଚେଷ୍ଟା କରିଥିଲେ ମୁମ୍ବାଇ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା । ଯଦିଚ କ୍ରୁନାଲ ଧୋନିଙ୍କୁ ଆଉଟ୍‌ କରିବାକୁ ଚେଷ୍ଟା କରିନଥିଲେ, ତେବେ ତାଙ୍କ ଆକ୍ସନରେ ଧୋନିଙ୍କ ସତର୍କତା ବେଶ ଚର୍ଚ୍ଚା ପାଲଟିଛି ।

ମ୍ୟାଚର 14 ତମ ଓଭରରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ଓଭରର 4ର୍ଥ ବଲରେ କ୍ରୁନାଲ ବୋଲିଂ କରିବାକୁ ଆସିଥିଲେ । ବୋଲିଂ କରିବା ସମୟରେ ସେ କ୍ରିଜ ପାଖରେ ପହଞ୍ଚି ବୋଲିଂ ଆକ୍ସନ ଆରମ୍ଭ କରିଥିଲେ । ତେବେ ହଠାତ୍‌ ସେ ଅଟକିଯାଇ ହାତରୁ ବଲ ରିଲିଜ କରିନଥିଲେ । ବଲଟି ଡେଡ୍‌ ଘୋଷିତ ହୋଇଥିଲା । କିନ୍ତୁ ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ତାହା ହେଉଛି ଧୋନିଙ୍କ ସତର୍କତା ।

ଧୋନି ସେତେବେଳେ ନନ ଷ୍ଟ୍ରାଇକର ଏଣ୍ଡରେ ଥିଲେ । କ୍ରୁନାଲ ବଲ ପକାଇବାକୁ ଯିବାବେଳେ ସେ କ୍ରିଜରୁ ଆଗେଇ ଯାଇଥିଲେ । କିନ୍ତୁ ଯେତେବେଳେ ସେ ବଲ ରିଲିଜ କରିନଥିଲେ ଧୋନି ସଙ୍ଗେ ସଙ୍ଗେ ପଛକୁ ଫେରି ନିଜ ବ୍ୟାଟକୁ କ୍ରିଜ ମଧ୍ୟରେ ଛୁଇଁଥିଲେ । ସେ ଆଶା କରିଥିଲେ କ୍ରୁନାଲ ବୋଲିଂ କରିବେ କିନ୍ତୁ ସେ ଅଟକି ଯିବା ଫଳରେ ଧୋନି ମଙ୍କଡ ଆଉଟ୍‌ ଆଶାରେ ସତର୍କ ହୋଇଯାଇଥିଲେ ।

ଯଦିଚ କ୍ରୁନାଲଙ୍କ ଉଦ୍ଦେଶ୍ୟ ଧୋନିଙ୍କୁ ମଙ୍କଡ ଆଉଟ୍‌ କରିବାର ନଥିଲା କିନ୍ତୁ ଅଶ୍ବିନୀଙ୍କ ମଙ୍କଡ ପ୍ରସଙ୍ଗ ପରେ ସମସ୍ତେ ଏଥିପ୍ରତି ସତର୍କ ହୋଇଯାଇଛନ୍ତି । ହୁଏତ ଏପରି ହୋଇଥାଇପାରେ କ୍ରୁନାଲ ଧୋନିଙ୍କୁ କ୍ରିଜ ଛାଡିବାର ଦେଖିଥିବେ କିନ୍ତୁ ଏତେବଡ ବ୍ୟାଟ୍ସମ୍ୟାନଙ୍କୁ ମଙ୍କଡିଙ୍ଗ କରି ଅଯଥା ବିବାଦ ଘେରକୁ ଆସିବାକୁ ଚାହୁଁନଥିବେ । ସେଥିପାଇଁ ବଲ ନ ପକାଇ ପରୋକ୍ଷ ଭାବେ ସେ ଧୋନିଙ୍କୁ ଚେତାବନୀ ଦେବା କଥା ଭାବିଥିବେ ।

ତେବେ ଧୋନି କ୍ରିକେଟ୍‌ ପଡିଆରେ ନିଜ ସତର୍କତା ଓ ଚଞ୍ଚଳତା ପାଇଁ ବେଶ ପ୍ରସିଦ୍ଧ । ଯାହାର ପ୍ରମାଣ ସେ ଉକ୍ତ ମ୍ୟାଚରେ ଦେଇଥିଲେ । କ୍ରୁନାଲ ଅଟକିଯିବାର ମାତ୍ର କେଇ ସେକେଣ୍ଡ ଭିତରେ ସେ କ୍ରିଜ ମଧ୍ୟକୁ ଫେରିଥିଲେ । ଆଉ ପ୍ରମାଣ କରିଥିଲେ ଯେ ତାଙ୍କ ଦୃଷ୍ଟି କେବେ ହେଲେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନ ଉପରେ କେନ୍ଦ୍ରିତ ନଥାଏ । କ୍ରିକେଟ୍‌ ପଡିଆରେ ସେ ସମସ୍ତ ଦିଗ ପ୍ରତି ସତର୍କ ଦୃଷ୍ଟି ରଖିଥାନ୍ତି ବୋଲି ସମସ୍ତଙ୍କୁ ପରୋକ୍ଷ ଭାବେ ଜଣାଇଦେଇଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.