ETV Bharat / sports

‘ପାୱାରପ୍ଲେରେ 4 ୱିକେଟ୍‌ ହରାଇବା ମହଙ୍ଗା ପଡିଲା’

author img

By

Published : Apr 10, 2019, 6:42 PM IST

ଚେନ୍ନାଇ ବୋଲରଙ୍କ ସାମନାରେ ତିଷ୍ଠି ପାରିନଥିଲେ କୌଣସି କୋଲକାତା ବ୍ୟାଟ୍ସମ୍ୟାନ । ପ୍ରଥମ ଦୀପକ ଚହର ଏବଂ ପରେ ତାହିର ଓ ହରବଜନଙ୍କ ବୋଲିଂରେ ଧରାଶାୟୀ ହୋଇଥିଲା କେକେଆର୍‌ ବ୍ୟାଟିଂ ଲାଇନ।

ଫାଇଲ ଫଟୋ

ଚେନ୍ନାଇ: ଟେବୁଲ ଟପ୍‌ରେ ଥିବା 2 ଟିମର ମୁକାବିଲାକୁ କୁହାଯାଉଥିଲା ‘କ୍ଲାସ ଅଫ୍‌ ଟାଇଟାନ୍ସ’। ରୋମାଞ୍ଚକର ଓ କଡା ଟକ୍କରର ଫାଇଟ୍‌ ହେବ ବୋଲି ଆଶା କରାଯାଉଥିଲା । କିନ୍ତୁ ଫ୍ୟାନ୍ସଙ୍କୁ ନିରାଶ କରି ଏହା ଏକପାଖିଆ ମ୍ୟାଚ ହୋଇଯାଇଥିଲା। ଏହା ହେଉଛି ମଙ୍ଗଳବାର ଆଇପିଏଲରେ ଖେଳାଯାଇଥିବା ଚେନ୍ନାଇ ବନାମ କୋଲକାତା ମ୍ୟାଚର କାହାଣୀ।

ଚେନ୍ନାଇ ବୋଲରଙ୍କ ସାମ୍ନାରେ ତିଷ୍ଠି ପାରିନଥିଲେ କୌଣସି କୋଲକାତା ବ୍ୟାଟ୍ସମ୍ୟାନ। ପ୍ରଥମ ଦୀପକ ଚହର ଏବଂ ପରେ ତାହିର ଓ ହରବଜନଙ୍କ ବୋଲିଂରେ ଧରାଶାୟୀ ହୋଇଥିଲା କେକେଆର୍‌ ବ୍ୟାଟିଂ ଲାଇନ ଅପ୍ । ଏହାସହ ମ୍ୟାଚକୁ 7 ୱିକେଟ୍‌ରେ ଜିତିଥିଲା ଚେନ୍ନାଇ। ତେବେ ମ୍ୟାଚ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ କୋଲକାତା ଅଧିନାୟକ ଦିନେଶ କାର୍ତ୍ତିକ ଏହି ପରାଜୟ ପାଇଁ ଦଳର ବ୍ୟାଟ୍ସମ୍ୟାନଙ୍କୁ ଦାୟୀ କରିଥିଲେ ।

କାର୍ତ୍ତିକ କହିଥିଲେ ଯେ, ଦଳ ଏକ ଭଲ ସ୍କୋର କରିବାରେ ବିଫଳ ହୋଇଥିଲା। ବିଶେଷ କରି ପାୱାରପ୍ଲେରେ 4ଟି ୱିକେଟ୍‌ ହରାଇବା ପରେ ଦଳ ବ୍ୟାକ୍‌ଫୁଟ୍‌ରେ ରହି ଯାଇଥିଲା। ଆଉ ଅଧିକ 20 ରନ କରିପାରିଥିଲେ ହୁଏତ ମ୍ୟାଚର ଫଳାଫଳ ଭିନ୍ନ ହୋଇଥାନ୍ତା। ପାୱାରପ୍ଲେରେ 4 ୱିକେଟ୍‌ ହରାଇବା ମହଙ୍ଗା ପଡିଲା । ତେବେ ପୁଣିଥରେ ରସେଲ ଦଳ ପାଇଁ ତ୍ରାଣକର୍ତ୍ତା ସାଜିଥିଲେ। ସର୍ବାଧିକ ସ୍କୋର କରିବା ସହ 50 ରନରେ ସେ ଅପରାଜିତ ଥିଲେ।

ତାଙ୍କ ବ୍ୟାଟିଂକୁ ପ୍ରଶଂସା କରିବା ସହ କାର୍ତ୍ତିକ କହିଥିଲେ, ରସେଲ ପରିସ୍ଥିତି ଅନୁସାରେ ବ୍ୟାଟିଂ କରିଥିଲେ। ପ୍ରଥମେ ସେଟ୍‌ ହେବା ପରେ ସେ ବିସ୍ଫୋରକ ପାଳି ଖେଳିଥିଲେ। କିନ୍ତୁ ଦଳ ତାଙ୍କ ଉପରେ ସବୁବେଳେ ନିର୍ଭରଶୀଳ ବୋଲି ପ୍ରସଙ୍ଗକୁ ଏଡାଇ ଦେଇଥିଲେ କେକେଆର ଅଧିନାୟକ। ରସେଲ ଭଲ ଖେଳୁଛନ୍ତି ଅନ୍ୟ ବ୍ୟାଟ୍ସମ୍ୟାନ ମଧ୍ୟ ତାଙ୍କୁ ଉପଯୁକ୍ତ ସହାୟତା ଯୋଗାଉଛନ୍ତି ବୋଲି ସେ କହିଥିଲେ। ତେବେ ଏତେ କମ ସ୍କୋର ସତ୍ତ୍ବେ ଦଳର ବୋଲର ଚତ୍ମକାର ବୋଲିଂ କରିଥିବାରୁ କାର୍ତ୍ତିକ ସେମାନଙ୍କୁ ପ୍ରଶଂସା କରିଥିଲେ । ଏହାସହ ଏହି ମ୍ୟାଚକୁ ଭୁଲି ପରବର୍ତ୍ତୀ ମ୍ୟାଚ ଉପରେ ଧ୍ୟାନ କେନ୍ଦ୍ରୀଭୁତ କରିବାକୁ ସେ ଖେଳାଳିଙ୍କୁ ପରାମର୍ଶ ଦେଇଛନ୍ତି।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.