ETV Bharat / sports

T-20 WC: ନେଦରଲ୍ୟାଣ୍ଡକୁ ହରାଇଲା ନାମ୍ବିଆ, ସୁପର-୧୨ ଆଶା ଉଜ୍ଜୀବିତ - ନେଦରଲ୍ୟାଣ୍ଡକୁ-ନାମ୍ବିଆ ମ୍ୟାଚ ଅପଡେଟ

ନେଦରଲ୍ୟାଣ୍ଡକୁ 6 ଓ୍ବିକେଟରେ ପରାସ୍ତ କଲା ନାମ୍ବିଆ । ଟି-20 ବିଶ୍ବକପରେ ଦେଖିବାକୁ ମିଳୁଛି ଗୋଟିଏ ପରେ ଗୋଟିଏ ବିପର୍ଯ୍ୟୟ । ଅଧିକ ପଢନ୍ତୁ...

T-20 WC: ନେଦରଲ୍ୟାଣ୍ଡକୁ ହରାଇଲା ନାମ୍ବିଆ, ସୁପର-୧୨ ଆଶା ଆଶା ଉଜ୍ଜୀବିତ

author img

By

Published : Oct 20, 2021, 8:37 PM IST

ଦୁବାଇ: ଟି-20 ବିଶ୍ବକପରେ ଗୋଟିଏ ପରେ ଗୋଟିଏ ବିପର୍ଯ୍ୟୟ ଦେଖିବାକୁ ମିଳୁଛି । ସ୍କଟଲ୍ୟାଣ୍ଡ, ବାଂଲାଦେଶକୁ ହରାଇବା ପରେ ଆଜି ଗ୍ରୁପ-ଏର 7ମ ମ୍ୟାଚରେ ନାମ୍ବିଆ, ନେଦରଲ୍ୟାଣ୍ଡକୁ 6 ଓ୍ବିକେଟରେ ପରାସ୍ତ କରିଛି ।

ପ୍ରଥମେ ବ୍ୟାଟିଂ କରି ନେଦରଲ୍ୟାଣ୍ଡ ନିର୍ଦ୍ଧାରିତ 20 ଓଭରରେ 4 ଓ୍ବିକେଟ ବିନିମୟରେ 164 ରନ ସ୍କୋର କରିଥିଲା । ଦଳ ପକ୍ଷରୁ ଓପନର ମ୍ୟାକ୍ସ ଓଡେଡ୍ 70 ରନର ଚମତ୍କାର ଇନିଂସ ଖେଳିଥିଲେ । ତେବେ ମିଡିଲ ଅର୍ଡରରେ ଆକରମାନଙ୍କ 35 ରନର ଇନିଂସ ଏବଂ ଶେଷ ଆଡକୁ ସ୍କଟ୍ ଏଡଓ୍ବାର୍ଡ୍ସ 11 ବଲରୁ 21 ରନ ସ୍କୋର କରି ଦଳୀୟ ସ୍କୋରକୁ 164ରେ ପହଞ୍ଚାଇଥିଲେ ।

ତେବେ ବୋଲିଂରେ ନାମ୍ବିଆ ପକ୍ଷରୁ 5 ଜଣ ବୋଲିଂ କରିଥିଲେ ଏବଂ ଯାନ ଫ୍ରାଏଲିଙ୍କୁ 2ଟି ଓ୍ବିକେଟ ମିଳିଥିବାବେଳେ ଓ୍ବାଇଜଙ୍କୁ ଗୋଟିଏ ଓ୍ବିକେଟ ମିଳିଥିଲା ।

ଏପଟେ 165 ରନ ଚେଜ୍ କରି ନାମ୍ବିଆ ପକ୍ଷରୁ ଭଲ ଆରମ୍ଭ ହୋଇଥିଲା । ଓପନର ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ ତେବେ ମିଡିଲ ଅର୍ଡରରେ କ୍ୟାପଟେନ୍ ଏରାସମସ୍ (32) ଏବଂ ଡେଭିଡ୍ ଓ୍ବାଇଜ୍ (60) ରନ ସ୍କୋର କରି ଦଳକୁ ବିଜୟୀ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.