ETV Bharat / sports

T-20 WC Warmup: ଓପନରଙ୍କ ଦମଦାର ଇନିଂସ, ସହଜରେ ଜିତିଲା ଟିମ୍ ଇଣ୍ଡିଆ - ଅଷ୍ଟ୍ରେଲିଆକୁ ହରାଇଲା ଭାରତ

T-20 WC Warmup ରେ ଅଷ୍ଟ୍ରେଲିଆକୁ ସହଜରେ ପରାସ୍ତ କଲା ଟିମ ଇଣ୍ଡିଆ । 13ଟି ବଲ ବାକି ଥାଇ 153 ରନର ଟାର୍ଗେଟକୁ ହାତେଇଲା ଭାରତ । ଅଧିକ ପଢନ୍ତୁ..

T-20 WC Warmup: ଓପନରଙ୍କ ଦମଦାର ଇନିଂସ, ସହଜରେ ଜିତିଲା ଟିମ୍ ଇଣ୍ଡିଆ

author img

By

Published : Oct 20, 2021, 7:55 PM IST

ଦୁବାଇ: ଇଂଲଣ୍ଡ ପରେ ଅଷ୍ଟ୍ରେଲିଆ । ଅଭ୍ୟାସ ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରଥମେ ଇଂଲଣ୍ଡ ଏବଂ ଆଜି ଅଷ୍ଟ୍ରେଲିଆକୁ ସହଜରେ ପରାସ୍ତ କରିଛି । ଦୁବାଇରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ 13ଟି ବଲ ବାକିଥାଇ 153 ରନର ଟାର୍ଗେଟକୁ ହାତରେ 9 ଓ୍ବିକେଟ ଥାଇ ଚେଜ୍ କରିଛି । ଭାରତ ପକ୍ଷରୁ ଦୁଇ ଓପନର ଦମଦାର ଆରମ୍ଭ କରିଥିଲେ । ପରେ ସୂର୍ଯ୍ୟକୁମାର ଯାଦବ ଏବଂ ହାର୍ଦ୍ଦିକଙ୍କ ଯୋଡି ରନ ପିଛାରେ କମାଲ କରିଥିଲେ ।

ରନ ପିଛା କରି ରୋହିତ 41 ବଲରୁ 60, ରାହୁଲ 31 ବଲରୁ 39 ଏବଂ ସୂର୍ଯ୍ୟକୁମାର 27 ବଲରୁ 38 ରନ ସ୍କୋର କରିଥିଲେ । ଏହାସହ ପାଣ୍ଡ୍ୟା ଶେଷରେ ଏକ ଦର୍ଶନୀୟ ଛକା ମାରି ମ୍ୟାଚ ଜିତାଇଥିଲେ ।

ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ 20 ଓଭରରେ 5 ଓ୍ବିକଟ ହରାଇ 152 ରନ ସ୍କୋର କରିଥିଲା । ପରେ ରନ ପିଛା କରି ଭାରତୀୟ ବ୍ୟାଟ୍ସମ୍ୟାନ ଆକର୍ଷଣୀୟ ଇନିଂସ ମାନ ଖେଳିଥିଲେ । ଆଜିର ମ୍ୟାଚରେ ଭାରତର ସମସ୍ତ ଖେଳାଳି ଦର୍ଶନୀୟ ଖେଳ ପ୍ରଦର୍ଶନ କରିଥିଲେ । ଅଶ୍ବିନୀ ନୂଆ ବଲରେ ସୁନ୍ଦର ବୋଲିଂ କରିଥିଲେ, ଭୁବନେଶ୍ବର ମଧ୍ୟ ଠିକ୍ ଠାକ ଶେଷ ଓଭର ବୋଲିଂ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.