ETV Bharat / sports

ରନ ସଂଗ୍ରହ ଅପେକ୍ଷା ପିଚ୍ ଉପରେ ସମୟ ବିତାଇବା ଜରୁରୀ: ପୂଜାରା

author img

By

Published : Jan 31, 2021, 6:32 PM IST

ବେଳେବେଳେ ରନ କରିବା ଅପେକ୍ଷା ପିଚ ଉପରେ ଛିଡ଼ା ହୋଇ ସମୟ ବିତାଇ ଅଧିକ ଜରୁରୀ ହୋଇପଡ଼େ। ଏକ ସାକ୍ଷାତକାରରେ ଏହା କହିଛନ୍ତି ଭାରତୀୟ ଟେଷ୍ଟ ଦଳର ଟପ ଅର୍ଡର ବ୍ୟାଟସମ୍ୟାନ ଚେତେଶ୍ବର ପୂଜାରା। ଅଧିକ ପଢ଼ନ୍ତୁ...

sometimes its better to spend time on the pitch rather score run says cheteswar pujara
ରନ କରିବା ଅପେକ୍ଷା ପିଚ୍ ଉପରେ ସମୟ ବିତାଇବା ଜରୁରୀ: ପୂଜାରା

ଚେନ୍ନାଇ: "ବେଳେବେଳେ ରନ କରିବା ଅପେକ୍ଷା ପିଚ ଉପରେ ଛିଡ଼ା ହୋଇ ସମୟ ବିତାଇ ଅଧିକ ଜରୁରୀ ଥାଏ।" ଏକ ସାକ୍ଷାତକାରରେ ଏହା କହିଛନ୍ତି ଭାରତୀୟ ଟେଷ୍ଟ ଦଳର ଟପ ଅର୍ଡର ବ୍ୟାଟସମ୍ୟାନ ଚେତେଶ୍ବର ପୂଜାରା। କ୍ୟାରିୟରରେ ଆଖି ଦୃଷିଆ ରନ ହାର ନଥିବା ପ୍ରଶ୍ନକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଚେତେଶ୍ବର ପୂଜାରା।

2018-19 ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ 41.41 ଷ୍ଟ୍ରାଇକ ରେଟରେ 521 ରନ କରିଥିଲେ ଚେତେଶ୍ବର ପୂଜାରା। ଏହି ସିରିଜରେ ସେ ମ୍ୟାନ ଅଫ ଦ ଟୁର୍ଣ୍ଣାମେଣ୍ଟ ହୋଇଥିଲେ। ତେବେ 2020-21 ସିରିଜରେ ସ ଅଷ୍ଟ୍ରେଲିଆ ବିପକ୍ଷରେ 7ଟି ଇନିଂଶ ଖେଳି 29.20 ଷ୍ଟ୍ରାଇକ ରେଟରେ 271 ରନ ହିଁ କରି ପାରିଥିଲେ। ଏଥିରେ ତାଙ୍କର 3ଟି ଅର୍ଦ୍ଧ ଶତକ ସାମିଲ ରହିଥିଲା। ଏହାପରେ ସେ ରନ ସଂଗ୍ରହ କରି ପାରୁନଥିବାନେଇ ସମାଲୋଚନାର ଶିକାର ମଧ୍ୟ ହୋଇଥିଲେ। ବିଶେଷ କରି ପ୍ରଥମ ଟେଷ୍ଟ ପରେ ହିଁ ତାଙ୍କୁ ନେଇ ସମାଲୋଚନା ଆରମ୍ଭ ହୋଇ ଯାଇଥିଲା।

ଏହାକୁ ନେଇ ଚେତେଶ୍ବର ପୂଜାରା କହିଛନ୍ତି ଯେ, "2018-19 ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ 41.41 ଷ୍ଟ୍ରାଇକ ରେଟରେ 521 ରନ କରିବା ଯେତିକି ଗୁରୁତ୍ବପୂର୍ଣ୍ଣ ଥିଲା, 2020-21ରେ 29.20 ଷ୍ଟ୍ରାଇକ ରେଟରେ 271 ରନ କରିବା ମୋ ପାଇଁ ସେତିକି ମହତ୍ତ୍ବପୂର୍ଣ୍ଣ। ଦୁଇଟି ସିରିଜରେ ଭିନ୍ନ ଭିନ୍ନ ପରିସ୍ଥିତି ଥିଲା। ବେଳେ ବେଳ ଆପଣଙ୍କୁ କେବଳ ପିଚରେ ସମୟ ବିତାବାକୁ ପଡ଼ିଥାଏ। ଏହାଛଡ଼ା କୋଭିଡ 19 ଭାଇରସ ସଂକ୍ରମଣ ଯୋଗୁଁ ମୁଁ 9 ମାସ ପରେ ପଡ଼ିଆକୁ ଓହ୍ଲାଇଥିଲି।"

ବ୍ରିସବେନ ଟେଷ୍ଟରେ ଦମଦାର ପ୍ରଦର୍ଶନ କରିଥିଲେ ଚେତେଶ୍ବର ପୂଜାରା। ସେତେଟା ରନ କରିନଥିଲେ ସୁଦ୍ଧା ପିଚରେ ସମୟ ବିତାଇବା ଜରୁରୀ ଥିଲା। ଏହି ସମୟରେ ଅଷ୍ଟ୍ରେଲିଆ ଦ୍ରୁତ ବୋଲରଙ୍କ ସାମ୍ନା କରି ପ୍ରାୟ 6ରୁ 8ଟି ବଲ ତାଙ୍କ ଦେହ ଓ ହେଲମେଟରେ ବାଜିଥିଲେ। ଏହାସତ୍ତ୍ବେ ସେ ଅଷ୍ଟ୍ରେଲିଆର ବିଜୟ ପଥରେ କାନ୍ଥ ଭଳି ଛିଡ଼ା ହୋଇଥିଲେ। ଫଳରେ ଭାରତ ଐତିହାସିକ ବିଜୟ ହାସଲ କରିଥିଲେ।

ବ୍ୟୁରୋ ରିପୋର୍ଟ, ଇିଟଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.