ବେଙ୍ଗାଲୁରୁ: ଆନ୍ତର୍ଜାତୀୟ କ୍ରିକେଟ ଓ ଫାଷ୍ଟ କ୍ଲାସ କ୍ରିକେଟରୁ ହଠାତ ସନ୍ୟାସ ଗ୍ରହଣ କରିଛନ୍ତି ଭାରତର ଅଲରାଉଣ୍ଡର ଷ୍ଟୁଆର୍ଟ ବିନ୍ନି । ବିନ୍ନି ତାଙ୍କ କ୍ୟାରିୟରରେ ୬ଟି ଟେଷ୍ଟ ୧୪ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ ଖେଳିଛନ୍ତି । "ମୋର କ୍ରିକେଟ୍ ଯାତ୍ରାରେ ବିସିସିଆଇ ଯେଉଁ ବିରାଟ ଭୂମିକା ଗ୍ରହଣ କରିଛି ତାହା ମୋ ପାଇଁ ବେଶ ସହାୟକ ହୋଇଛି । ବର୍ଷ ବର୍ଷ ଧରି ସେମାନଙ୍କର ସମର୍ଥନ ଏବଂ ବିଶ୍ବାସ ମୋ ପାଇଁ ଅମୂଲ୍ୟ ଅଟେ । କର୍ଣ୍ଣାଟକ ରାଜ୍ୟ ତଥା ସେମାନଙ୍କ ସମର୍ଥନ ବିନା ମୋ କ୍ରିକେଟ ଯାତ୍ରା ସମ୍ବବ ହୋଇନାଥାନ୍ତା ବୋଲି କହିଛନ୍ତି ବିନ୍ନି ।
ବିନ୍ନି ତାଙ୍କ ବିବୃତ୍ତିରେ କହିଛନ୍ତି, "କ୍ରିକେଟ୍ ମୋ ରକ୍ତରେ ପ୍ରବାହିତ ହେଉଛି ଏବଂ ମୋତେ ସବୁକିଛି ଦେଇଥିବା ଖେଳର ଋଣ ମୁଁ ସୁଝିବାକୁ ଚେଷ୍ଟା କରିବି । ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ବିନ୍ନି ।ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ମୁମ୍ବାଇ ଇଣ୍ଡିଆନ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ବ କରିବାକୁ ଯାଉଥିଲେ । 2003/04 ସିଜିନରେ ସେ କର୍ଣ୍ଣାଟକରେ ଡେବ୍ୟୁ କରିଥିଲେ ।
2014ରେ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଷ୍ଟୁଆର୍ଟ ବିନ୍ନିଙ୍କୁ ଭାରତର ODI ଦଳ ପାଇଁ ଚୟନ କରାଯାଇଥିଲା । ଏହା ତାଙ୍କର ପ୍ରଥମ ଦିନିକିଆ ଥିଲା । ଜୁନ୍ 17, 2014 ରେ, ବିନ୍ନି ୪ରନ ଦେଇ ୬ ୱିକେଟ ନେଇ ଭାରତୀୟ ବୋଲର ଅନିଲ କୁମ୍ବଲେଙ୍କୁ ଅତିକ୍ରମ କରିଥିଲେ । ୨୦୧୪ରେ ଇଂଲଣ୍ତ ବପକ୍ଷରେ ସେ ତାଙ୍କର ଟେଷ୍ଟ ଡେବ୍ୟୁ କରିଥିଲେ । 2015 ରେ ଜିମ୍ବାୱେ ବିପକ୍ଷରେ ଭାରତ ପାଇଁ ଟି -20 ଡେବ୍ୟୁ କରିଥିଲେ ।
ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ବରେ ଭାରତ ପାଇଁ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିବା ଅଲରାଉଣ୍ଡର ଷ୍ଟୁଆର୍ଟ ବିନ୍ନି ହଠାତ୍ ଅବସର ନେଇଥିବାରୁ ତାଙ୍କର ସମସ୍ତ ପ୍ରଶଂସକ ନିରାଶ ହୋଇଛନ୍ତି । 2016 ମସିହାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି -20 ମ୍ୟାଚ୍ରେ 37 ବର୍ଷୀୟ ଷ୍ଟୁଆର୍ଟ ବିନ୍ନି 6ଟି ବଲରେ 5 ଛକା ଖାଇଥିଲେ । 27 ଅଗଷ୍ଟ 2016 ରେ ଖେଳାଯାଇଥିବା ଟି -20 ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ଇଭିନ୍ ଲୁଇସ୍ ଷ୍ଟୁଆର୍ଟ ବିନ୍ନିଙ୍କ ବୋଲିଂରେ ବଲକୁ ଧରାଶାୟୀ କରିଥିଲେ ।
@ANI