ETV Bharat / sports

Cricket World Cup 2023: ଶ୍ରୀଲଙ୍କା ଟିମ୍‌କୁ ଝଟକା, ବିଶ୍ବକପରୁ ବାଦ ପଡ଼ିଲେ ଅଧିନାୟକ ଦସୁନ ସାନକା

author img

By ETV Bharat Odisha Team

Published : Oct 15, 2023, 10:09 AM IST

ଆହତ ଜନିତ ସମସ୍ୟା ଯୋଗୁଁ ବିଶ୍ବକପରୁ ବାଦ ପଡ଼ିଲେ ଶ୍ରୀଲଙ୍କା ଅଧିନାୟକ ଦସୁନ ସାନକା । ଅଧିକ ପଢ଼ନ୍ତୁ

Dasun Shanaka
Dasun Shanaka

ହାଇଦ୍ରାବାଦ: ଶ୍ରୀଲଙ୍କା ଟିମକୁ ଝଟକା । ଦଳରୁ ବାଦ ପଡିଲେ ଅଧିନାୟକ ଦସୁନ ସାନକା । ଆହତ ଜନିତ ସମସ୍ୟା ଯୋଗୁଁ ସେ ବିଶ୍ବକପରେ ବାକି ଥିବା ମ୍ୟାଚରୁ ବାଦ ପଡିଛନ୍ତି । ତାଙ୍କ ଜଙ୍ଘରେ ଆଘାତ ଲାଗିଥିବାରୁ ସୁସ୍ଥ ହେବା ପାଇଁ ତିନି ସପ୍ତାହ ସମୟ ଲାଗିବ । ଦସୁନ ସାନକାଙ୍କ ସ୍ଥାନରେ ଚାମିକା କରୁଣାରତ୍ନେଙ୍କୁ ଶ୍ରୀଲଙ୍କା ଦଳରେ ସ୍ଥାନ ଦିଆଯାଇଛି । ଫଳରେ ଦଳର ନେତୃତ୍ବ ନେବେ ଉପ ଅଧିନାୟକ କୁଶାଲ ମେଣ୍ଡିସ । ଏନେଇ ଶ୍ରୀଲଙ୍କା କ୍ରିକେଟ ଟିମ୍‌ ପକ୍ଷରୁ ଘୋଷଣା କରାଯାଇଛି । ଆଇସିସିର ଟେକ୍ନିକାଲ୍‌ କମିଟି ଶ୍ରୀଲଙ୍କା କ୍ରିକେଟ ଟିମ୍‌ରେ ଖେଳାଳି ଅଦଳବଦଳକୁ ଅନୁମୋଦନ କରିଥିବା ମଧ୍ୟ କୁହାଯାଇଛି ।

ପାକିସ୍ତାନ ବିପକ୍ଷରେ ଶ୍ରୀଲଙ୍କା ମ୍ୟାଚ୍‌ ଖେଳୁଥିବା ସମୟରେ ଦସୁନ ସାନକା ଆହତ ହୋଇଥିଲେ। ତାଙ୍କ ଜଙ୍ଘରେ ଆଘାତ ଲାଗିବାରୁ ସୁସ୍ଥ ହେବା ପାଇଁ ତିନି ସପ୍ତାହ ସମୟ ଲାଗିବ ବହୋଲି ଡାକ୍ତର କହିଥିଲେ । ଫଳରେ ସେ ବଳକା ଥିବା ବିଶ୍ବକପ ମ୍ୟାଚରୁ ସମ୍ପୂର୍ଣ୍ଣ ବାଦ ପଡିଥିଲେ । ପରେ ଆଇସିସିର ଟେକ୍ନିକାଲ୍‌ କମିଟି ଅନୁମୋଦନ କ୍ରମେ ଅଲରାଉଣ୍ଡର ଚାମିକା କରୁଣାରତ୍ନେଙ୍କୁ ଦଳରେ ସ୍ଥାନ ମିଳିଛି । ଶେଷ ଥର ପାଇଁ ଚାମିକା କରୁଣାରତ୍ନେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏପ୍ରିଲରେ ଟି 20 ମ୍ୟାଚ ଖେଳିଥିଲେ । ଏହି କ୍ରିକେଟର ତିନୋଟି ଫର୍ମାଟରେ ଶ୍ରୀଲଙ୍କା ଟିମ୍‌ ପାଇଁ 60ରୁ ଉର୍ଦ୍ଧ୍ବ ମ୍ୟାଚ ଖେଳିଛନ୍ତି ।

ଏହା ମଧ୍ୟ ପଢନ୍ତୁ-Cricket World Cup 2023: ନ୍ୟୁଜିଲାଣ୍ଡକୁ ୱିଲିୟମସନ୍‌ ଝଟ୍‌କା, ଆହତ କାରଣରୁ ପଡ଼ିଲେ ବାଦ୍‌

ଆସନ୍ତାକାଲି ବିଶ୍ବକପରେ ଶ୍ରୀଲଙ୍କା ପାଞ୍ଚ ଥର ଚମ୍ପିଆନ ହୋଇଥିବା ଅଷ୍ଟ୍ରେଲିକୁ ଭେଟିବ । ଲକ୍ଷ୍ନୌର ଏକନା କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ । ବର୍ତ୍ତମାନ ସୁଦ୍ଧା ବିଶ୍ବକପରେ 2ଟି ମ୍ୟାଚ୍‌ ଖେଳି ଗୋଟିଏରେ ଶ୍ରୀଲଙ୍କା ବିଜୟୀ ହୋଇଥିବା ବେଳେ ଆଉ ଗୋଟିଏ ମ୍ୟାଚରେ ପରାଜିତ ହୋଇଥିଲା । ଅନ୍ୟପଟେ ନ୍ୟୁଜିଲାଣ୍ଡ କ୍ରିକେଟ୍‌ ଟିମ୍ରୁ ବାଦ ପଡ଼ିଛନ୍ତି ଅଧିନାୟକ କେନ୍‌ ୱିଲିୟମସନ୍‌ । ଆହତ କାରଣରୁ ପ୍ରଥମ ଦୁଇଟି ମ୍ୟାଚ୍‌ ସେ ଖେଳି ପାରିନଥିବା ବେଳେ ଶୁକ୍ରବାର ବାଂଲାଦେଶ ବିପକ୍ଷରେ ମ୍ୟାଚ୍‌ ଖେଳି ଆହତ ହୋଇଥିଲେ । ଫଳରେ ସେ ବର୍ତ୍ତମାନ ପାଇଁ ବିଶ୍ବକପ୍‌ରୁ ବାହାର ହୋଇଛନ୍ତି । ତାଙ୍କ ବଦଳରେ ଟମ୍ ବ୍ଲଣ୍ଡେଲଙ୍କୁ ଦଳରେ ସ୍ଥାନ ଦିଆଯାଇଛି । ଆଇପିଏଲ୍‌ 2023ରେ ଗୁରାଟ ପକ୍ଷରୁ କେନ୍‌ ୱିଲିୟମସନ୍‌ ଖେଳୁଥିବା ବେଳେ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ତାଙ୍କ ଆଣ୍ଠୁରେ ଗଭୀର ଆଘାତ ଲାଗିଥିଲା । ଏହାର ସର୍ଜରୀ ମଧ୍ୟ ହୋଇଥିଲା । ଏହାପର ଠାରୁ ସେ ଖେଳରୁ ଦୂରେଇ ରହିଥିଲେ । ଏପରିକି ବିଶ୍ବକପ୍‌ 2023ରେ ନିଜ ଦଳର ପ୍ରଥମ ଦୁଇଟି ମ୍ୟାଚ୍‌ ମଧ୍ୟ ଖେଳିପାରିନଥିଲେ ୱିଲିୟମସନ୍‌ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.