ETV Bharat / sports

ICC Rankings: ମହିଳା ODI ମାନ୍ୟତାରେ ଖସିଲେ ଭାରତୀୟ ଖେଳାଳି

ଭାରତୀୟ କ୍ୟାପଟେନ ମିତାଲିଙ୍କୁ ଝଟ୍‌କା । ସଦ୍ୟ ପ୍ରକାଶିତ ICC ODI ମାନ୍ୟତାରେ ସପ୍ତମ ସ୍ଥାନକୁ ଖସିଛନ୍ତି ମିତାଲି । ସେହିପରି ଓପନର ସ୍ମୃତି ମାନ୍ଧାନା ମଙ୍ଗଳବାର ଜାରି ହୋଇଥିବା ମାନ୍ୟତା ତାଲିକାରେ ଏକାଦଶ ସ୍ଥାନକୁ ଖସିଛନ୍ତି । ଅଧିକ ପଢନ୍ତୁ

Indians slip in ICC Women's ODI Rankings
ICC Rankings: ମହିଳା ODI ମାନ୍ୟତାରେ ଖସିଲେ ଭାରତୀୟ ଖେଳାଳି
author img

By

Published : Mar 15, 2022, 4:52 PM IST

ଦୁବାଇ: ଭାରତୀୟ କ୍ୟାପଟେନ ମିତାଲିଙ୍କୁ ଝଟ୍‌କା । ସଦ୍ୟ ପ୍ରକାଶିତ ICC ODI ମାନ୍ୟତାରେ ସପ୍ତମ ସ୍ଥାନକୁ ଖସିଛନ୍ତି ମିତାଲି । ସେହିପରି ଓପନର ସ୍ମୃତି ମାନ୍ଧାନା ମଙ୍ଗଳବାର ଜାରି ହୋଇଥିବା ମାନ୍ୟତା ତାଲିକାରେ ଏକାଦଶ ସ୍ଥାନକୁ ଖସିଛନ୍ତି । ନ୍ୟୁଜିଲାଣ୍ଡରେ ଖେଳାଯାଉଥିବା ଚଳିତ ମହିଳା ଦିନିକିଆ ବିଶ୍ବକପରେ ପ୍ରଦର୍ଶନ ଆଧାରରେ ମାନ୍ୟତା ତାଲିକା ପ୍ରକାଶ ପାଇଛି ।

ଗତ ସପ୍ତାହରେ ଦୁଇଟି ସ୍ଥାନ ହରାଇଥିବା ମିତାଲି ୬୯୬ ରେଟିଂ ପଏଣ୍ଟ ସହ ଯୁଗ୍ମ ଭାବେ ଅଷ୍ଟ୍ରେଲିଆର ରାଚେଲ ହେଇନ୍ସଙ୍କ ସହିତ ସପ୍ତମ ସ୍ଥାନରେ ରହିଛନ୍ତି । ମହିଳା ଦିନିକିଆ ବିଶ୍ବକପରେ ଭାରତ ଖେଳିଥିବା ନ୍ୟୁଜିଲାଣ୍ଡ ଓ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍‌ରେ ମିତାଲି ଯଥାକ୍ରମେ ୩୧ ଓ ୫ ରନ୍‌ କରି ନିରାଶ କରିଥିଲେ। ଏହି ପ୍ରଦର୍ଶନ ICC ମାନ୍ୟତାରେ ପ୍ରତିଫଳିତ ହୋଇଛି । ଅନ୍ୟପଟେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଶନିବାର ୧୨୩ ରନ୍‌ର ଶତକୀୟ ଇଂନିସ ଖେଳିବା ସତ୍ତ୍ବେ ମଧ୍ୟ ମାନ୍ଧାନା ଟପ ଟେନରୁ ବାଦ୍‌ ପଡିଛନ୍ତି ଓ ଏକାଦଶରେ ସ୍ଥାନରେ ରହିଛନ୍ତି ।

ବିଶ୍ବକପରେ ସର୍ବାଧିକ ୱିକେଟ ସଂଗ୍ରହକାରୀ ବୋଲର ଭେଟେରାନ ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀ ଦୁଇଟି ସ୍ଥାନ ହରାଇ ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି । ଅନ୍ୟପଟେ ଦିପ୍ତୀ ଶର୍ମା ଅଲରାଉଣ୍ଡର ତାଲିକାରେ ତାଙ୍କର ଷଷ୍ଠ ସ୍ଥାନ ବଜାୟ ରଖିବାରେ ସଫଳ ହୋଇଛନ୍ତି । ମହିଳା ଦିନିକିଆ ବ୍ୟାଟ୍‌ର ମାନ୍ୟତାର ଶୀର୍ଷରେ ରହିଛନ୍ତି ଅଷ୍ଟ୍ରେଲିଆର ଆଲେସା ହେଲି । ସେହିପରି ବୋଲିଂ ମାନ୍ୟତାର ଶୀର୍ଷରେ ରହିଛନ୍ତି ଇଂଲଣ୍ଡର ସୋଫି ଏକଲେଷ୍ଟୋନ । ଅଲରାଉଣ୍ଡର ମାନ୍ୟତାରେ ଅଷ୍ଟ୍ରେଲୀୟ ଭେଟେରାନ ଏଲିସ ପେରୀ ନମ୍ବର ୧ ରହିଛନ୍ତି ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.