ETV Bharat / sports

କୋରୋନା ଲଢ଼େଇ, ପ୍ରଥମ ଡୋଜ ଟିକା ନେଲେ ପନ୍ତ୍ - Pant took vaccine

ପ୍ରଥମ ଡୋଜ କୋଭିଡ ଭ୍ୟାକ୍ସିନ ନେଲେ ଭାରତୀୟ ୱିକେଟକିପର ଋଷଭ ପନ୍ତ । କୋରୋନା ମହାମାରୀ ସଂକ୍ରମଣରୁ ବର୍ତ୍ତିବା ପାଇଁ ଟିକା ନେବା ସୋସିଆଲ ମିଡିଆରେ ଫଟୋ ସେୟାର କିରଛନ୍ତି ଋଷଭ ପନ୍ତ । ଅଧିକ ପଢ଼ନ୍ତୁ...

କୋରୋନା ଲଢ଼େଇ, ପ୍ରଥମ ଡୋଜ ଟିକା ନେଲେ ପନ୍ତ୍
କୋରୋନା ଲଢ଼େଇ, ପ୍ରଥମ ଡୋଜ ଟିକା ନେଲେ ପନ୍ତ୍
author img

By

Published : May 13, 2021, 7:54 PM IST

ନୂଆଦିଲ୍ଲୀ: ପ୍ରଥମ ଡୋଜ କୋଭିଡ ଭ୍ୟାକ୍ସିନ ନେଲେ ଭାରତୀୟ ୱିକେଟକିପର ଋଷଭ ପନ୍ତ । କୋରୋନା ମହାମାରୀ ସଂକ୍ରମଣରୁ ବର୍ତ୍ତିବା ପାଇଁ ଟିକା ନେବା ସୋସିଆଲ ମିଡିଆରେ ଫଟୋ ସେୟାର କିରଛନ୍ତି ଋଷଭ ପନ୍ତ । ଏହାସହ ଟିକା ନେବାକୁ ଯୋଗ୍ୟ ବ୍ୟକ୍ତିଙ୍କୁ ଯଥାଶୀଘ୍ର ଟିକା ଗ୍ରହଣ କରିବାକୁ ସେ ଅପିଲ କରିଛନ୍ତି ।

  • Got my first jab today. When you are eligible, please step up and get the vaccine. The sooner we do it, the sooner we can beat this Virus. pic.twitter.com/D8AC4WrESO

    — Rishabh Pant (@RishabhPant17) May 13, 2021 " class="align-text-top noRightClick twitterSection" data=" ">

ଏହାକୁ ନେଇ ଋଷଭ ପନ୍ତ ଟ୍ବିଟ୍ କରି କହିଛନ୍ତି ଯେ, "କୋଭିଡ ପ୍ରଥମ ଡୋଜ ଟିକା ନେଇଛି । ଯୋଗ୍ୟ ବ୍ୟକ୍ତି ଯଥାଶୀଘ୍ର ଆଗକୁ ଆସି ଟିକା ଗ୍ରହଣ କରନ୍ତୁ । ଆପଣମାନେ ଯେତେଶୀଘ୍ର ଟିକା ନେବେ ଆମେମାନେ ସେତେ ଶୀଘ୍ର ଏହି ମହାମାରୀ ଭାଇରସକୁ ମାତ ଦେଇ ପାରିବା ।"

ଏହାପୂର୍ବରୁ ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି, ଓପନର ଶିଖର ଧାୱନ, ଦୀପକ ଚହର, ଇଶାନ୍ତ ଶର୍ମା, ଚେତେଶ୍ବର ପୂଜାରା ଓ ସିଦ୍ଧାର୍ଥ କାଉଲ ଭଳି କ୍ରିକେଟର ପ୍ରଥମ ଡୋଜ ଟିକା ନେଇ ସାରିଛନ୍ତି । ବିଶ୍ବ ଟେଷ୍ଟ ଚମ୍ପିଆନ ଫାଇନାଲ ମ୍ୟାଚ ପାଇଁ ଭାରତୀୟ ସ୍କ୍ବାଡରେ ସାମିଲ ରହିଛନ୍ତି ଋଷଭ ପନ୍ତ । ଜୁନ 2 ତାରିଖରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତ କରିବ । ଏହାପୂର୍ବରୁ ଟେଷ୍ଟ ଦଳରେ ସାମିଲ ଥିବା ସମସ୍ତ କ୍ରିକେଟରଙ୍କୁ ଭ୍ୟାକ୍ସିନ ଦିଆଯିବ ବୋଲି କହିଛି ବିସିସିଆଇ ।

ଆଇପିଏଲ 2021 ସ୍ଥଗିତ ହେବାପରେ ପ୍ରତ୍ୟେକ ଖେଳାଳି ନିଜ ନିଜ ଘରକୁ ଫେରି ଯାଇଛନ୍ତି । ବହୁ ଫ୍ରାଞ୍ଚାଇଜିର ଖେଳାଳି କୋରୋନା ସଂକ୍ରମିତ ହେବାପରେ ଆଇପିଏଲକୁ ସ୍ଥଗିତ କରି ଦିଆଯାଇଛି । ଏଥିପାଇଁ ବର୍ତ୍ତମାନ ଇଂଲଣ୍ଡ ଗସ୍ତ ଉପରେ ସଭିଏଁ ଧ୍ୟାନ କେନ୍ଦ୍ରିତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.