ETV Bharat / sports

IND vs SA: ବିରାଟ ବାହିନୀର ଜୋରଦାର୍‌ ଅଭ୍ୟାସ - ଭାରତ ବନାମ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ

ଟେଷ୍ଟ ସିରିଜ ପୂର୍ବରୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ କ୍ରିକେଟ ଟିମର ପ୍ରଥମ ପୂର୍ଣ୍ଣ ଅଭ୍ୟାସ ସେସନ । ଅଭ୍ୟାସ ସମୟରେ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ କ୍ୟାପଟେନ୍‌ ବିରାଟ କୋହଲିଙ୍କୁ ଦେଲେ ଗୁରୁତ୍ବପୂର୍ଣ୍ଣ ଟିପ୍ସ(tips) । ଅଧିକ ପଢନ୍ତୁ

Indian team has first full training session; Dravid gives batting tips to Kohli
IND vs SA: ବିରାଟ ବାହିନୀର ଜୋରଦାର୍‌ ଅଭ୍ୟାସ
author img

By

Published : Dec 19, 2021, 3:58 PM IST

ସେଞ୍ଚୁରିଆନ: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ କ୍ରିକେଟ ଟିମ ସୁପରସ୍ପୋର୍ଟ ପାର୍କରେ ପ୍ରତିକ୍ଷୀତ ଟେଷ୍ଟ ସିରିଜ ପୂର୍ବରୁ ପ୍ରଥମ ପୂର୍ଣ୍ଣ ଅଭ୍ୟାସ ସେସନ ଆରମ୍ଭ କରିଛି । ଅଭ୍ୟାସ ସମୟରେ କ୍ୟାପଟେନ୍‌ ବିରାଟ କୋହଲିଙ୍କୁ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ ଗୁରୁତ୍ବପୂର୍ଣ୍ଣ ଟିପ୍ସ ଦେଉଥିବା ଦେଖାଯାଇଛି ।

ଭାରତୀୟ ଟିମ ଦକ୍ଷିଣ ଆଫ୍ରିକା ବିପକ୍ଷରେ 3 ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ନେଇ ସୂଚୀ ରହିଛି। ପ୍ରଥମ ଟେଷ୍ଟ ଡିସେମ୍ବର 26(ବକ୍ସିଂ ଡେ)ରେ ଖେଳାଯିବ। କ୍ରିକେଟର ଲମ୍ବା ଫର୍ମାଟରେ ପ୍ରଥମ ଥର ଦକ୍ଷିଣ ଆଫ୍ରିକା ମାଟିରେ ସିରିଜ ବିଜୟ ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ବ୍ୟସ୍ତବହୁଳ ସୂଚୀ ଯୋଗୁଁ ସିରିଜ ପୂର୍ବରୁ କୌଣସି ୱାର୍ମଅପ୍‌ ମ୍ୟାଚ୍‌ ରଖାଯାଇନାହିଁ। ଫଳରେ ଦକ୍ଷିଣ ଆଫ୍ରିକା ପିଚ୍‌ ଓ ପରିବେଶ ସହ ନିଜକୁ ଖାପଖୁଆଇବାକୁ ଭାରତୀୟ ଖେଳାଳିଙ୍କ ପାଖରେ ସମୟ କମ୍‌ ରହିଛି । ଭେନ୍ୟୁ 1400 ମିଟର ଉଚ୍ଚତାରେ ରହିଛି ।

ଏହାମଧ୍ୟ ପଢନ୍ତୁ: OCA ପାଇଁ ଖୁସି ଖବର, ଶୁଭ୍ରାଂଶୁ ସେନାପତିଙ୍କୁ IPL ଡାକରା

ରବିବାର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଟିମ ଇଣ୍ଡିଆର ଅଭ୍ୟାସ ସମୟର ଭିଡିଓ ସେୟାର କରିବା ସହ ମେନ ଇନ୍‌ ବ୍ଲୁ ଆଗାମୀ ଟେଷ୍ଟ ସିରିଜ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଥିବା କହିଛି ।

ନେଟ୍‌ସରେ ମହମ୍ମଦ ସାମି, ରବିଚନ୍ଦ୍ରନ ଅଶ୍ବିନ ଓ ଇଶାନ୍ତ ଶର୍ମା ବୋଲିଂ କରିଛନ୍ତି। ଏଥିସହ ଅନ୍ୟ ଖେଳାଳିଙ୍କୁ ମଧ୍ୟ ଅଭ୍ୟାସ କରୁଥିବାର ଦେଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.