ETV Bharat / sports

ମନ୍ଥର ବୋଲିଂ ପାଇଁ ଟିମ ଇଣ୍ଡିଆ ଦଣ୍ଡିତ

author img

By

Published : Jan 24, 2022, 6:44 PM IST

ଭାରତୀୟ କ୍ରିକେଟ ଟିମ ପାଇଁ ଏବେ ସବୁକିଛି ଠିକ୍‌ ଚାଲିନାହିଁ । ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆରେ ଲଜ୍ଜାଜନକ ପରାଜୟ ମିଳିଥିବାବେଳେ, ମନ୍ଥର ବୋଲିଂ ପାଇଁ ଭାରତୀୟ ଖେଳାଳିଙ୍କୁ ଜୋରିମାନା ଦେବାକୁ ପଡିଛି । ଅଧିକ ପଢନ୍ତୁ

indian team fined for slow over rate against south africa
ମନ୍ଥର ବୋଲିଂ ପାଇଁ ଟିମ ଇଣ୍ଡିଆ ଦଣ୍ଡିତ

କେପ୍‌ ଟାଉନ୍‌: ଭାରତୀୟ କ୍ରିକେଟ ଟିମ ପାଇଁ ଏବେ ସବୁକିଛି ଠିକ୍‌ ଚାଲିନାହିଁ । ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ଲଜ୍ଜାଜନକ ପରାଜୟ ମିଳିଥିବାବେଳେ, ତୃତୀୟ ଦିନିକିଆରେ ମନ୍ଥର ବୋଲିଂ ପାଇଁ ଭାରତୀୟ ଖେଳାଳିଙ୍କୁ ଜୋରିମାନା ଦେବାକୁ ପଡିଛି । ନ୍ୟୁଲାଣ୍ଡ୍‌ସ କେପ୍‌ ଟାଉନ୍‌ରେ ଖେଳାଯାଇଥିବା ୩ ମ୍ୟାଚ୍‌ ବିଶିଷ୍ଟ ODI ସିରିଜର ତୃତୀୟ ମ୍ୟାଚ୍‌ରେ ୨୮୮ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭାରତୀୟ ଟିମ ୪୯.୨ ଓଭରରେ ୨୮୩ ରନ୍‌ର ଅଲଆଉଟ୍‌ ହୋଇଯାଇଥିଲା । ଫଳରେ ଦକ୍ଷିଣ ଆଫ୍ରିକା ୩-୦ରେ ସିରିଜ ମୂଳପୋଛ କରିଛି ।

ଏହାମଧ୍ୟ ପଢନ୍ତୁ: ICC Awards: ସ୍ମୃତି ମାନ୍ଧାନା ବର୍ଷ ୨୦୨୧ର ସର୍ବଶ୍ରେଷ୍ଠ ମହିଳା କ୍ରିକେଟର

କେପ୍‌ ଟାଉନ ଦିନିକିଆରେ ବୋଲିଂ ଶେଷ କରିବାକୁ ମିଳିଥିବା ଧାର୍ଯ୍ୟ ସମୟ ଠାରୁ ଦୁଇ ଓଭର ବିଳମ୍ବ ବୋଲିଂ କରିଥିଲା କେଏଲ ରାହୁଲଙ୍କ ନେତୃତାଧୀନ ଭାରତୀୟ ଟିମ । ଫଳରେ ICC ଏଲିଟ୍‌ ପ୍ୟାନେଲ ମ୍ୟାଚ୍‌ ରେଫ୍ରୀ ଜୋରିମାନା ଲଗାଇଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ଏନେଇ ଘୋଷଣା କରିଛି ।

ଖେଳାଳିଙ୍କ ପାଇଁ ଥିବା ICC ଆଚରଣ ସଂହିତାର ଅନୁଚ୍ଛେଦ ୨.୨୦ ଅନୁଯାୟୀ, ନିର୍ଦ୍ଧାରିତ ସମୟ ମଧ୍ୟରେ ବୋଲିଂ କରିବାକୁ ଅସମର୍ଥ ହୋଇଥିବା ପ୍ରତି ଓଭର ପାଇଁ ଖେଳାଳିଙ୍କ ମ୍ୟାଚ୍‌ ପାଉଣାର ୨୦ ପ୍ରତିଶତ ଜୋରିମାନା ଦଣ୍ଡ ରହିଛି । କ୍ୟାପଟେନ କେଏଲ ରାହୁଲ ଏହି ଭୁଲ୍‌କୁ ସ୍ବୀକାର କରିନେବାସହ ଦଣ୍ଡକୁ ଗ୍ରହଣ କରିଛନ୍ତି ।

IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.