ହାଇଦ୍ରାବାଦ: ଖୁବଶୀଘ୍ର ଆରମ୍ଭ ହୋଇଯିବ ବିଶ୍ବର ସବୁଠାରୁ ଦାମି ଟି-୨୦ ଚୁର୍ଣ୍ଣାମେଣ୍ଟ IPL । ନୂଆ ରୂପରେ ନୂଆ ଢଙ୍ଗରେ ବିଶ୍ବର ବିତ୍ତଶାଳୀ ଟି-୨୦ ଲିଗ୍କୁ ଦେଖିବାକୁ ମିଳିବ । ଆଇପିଏଲର ୧୫ତମ ସଂସ୍କରଣ ପାଇଁ ଆଜିଠାରୁ ବେଙ୍ଗାଲୁରୁରେ ଆରମ୍ଭ ହେବେ ନିଲାମ ପ୍ରକ୍ରିୟା । ଆଜି ଓ ଆସନ୍ତାକାଲି ଏହି ନିଲାମ ପ୍ରକ୍ରିୟା ଜାରି ରହିବ । ଚଳିତ ଥର ୮ଟି ଦଳ ବଦଳରେ ୧୦ଟିଦଳ ଭାଗନେବେ । ଦୁଇ ନୂଆ ଦଳ ଭାବେ ଲକ୍ଷ୍ନୌ ସୁପର ପାଓ୍ବାର ଓ ଗୁଜୁରାଟ ଟାଇନ୍ସ ପ୍ରଥମଥର ପାଇଁ ଆପିଏଲରେ ସାମିଲ ହେବେ ।
ନିଲାମ ପ୍ରକ୍ରିୟାରେ ୫୯୦ଜଣ ଖେଳାଳି ସାମିଲ ହୋଇଥିବା ବେଳେ ସେଥି ମଧ୍ୟରୁ ୩୭୦ଜଣ ଭାରତୀୟ ଖେଳାଳି ଓ ୨୨୦ଜଣ ବିଦେଶ ଖେଳାଳି ରହିଛନ୍ତି । ୨ ଓଡିଆ ଖେଳାଳୀ ଶୁଭ୍ରାଂଶୁ ସେନାପତି ଓ ଅଭିଷେକ ରାଉତଙ୍କ ନାଁ ମଧ୍ୟ ରହିଛି । ଏମାନଙ୍କ ମଧ୍ୟରୁ ୨୨୮ କ୍ୟାପଡ୍ ଏବଂ ୩୫୫ ଅନକ୍ୟାପଡ୍ ଖେଳାଳି ରହିଛନ୍ତି । ତେବେ ନିଲାମ ପାଇଁ ସର୍ବାଧିକ ୨କୋଟି ଟଙ୍କା ରିଜର୍ଭଦର ଧାର୍ଯ୍ୟ କରାଯାଇଥିବା ବେଳେ ସର୍ବନିମ୍ନ ୨୦ଲକ୍ଷ ରହିଛି ।
ଆଜି ଦିନ ୧୧ଟାରେ ଆରମ୍ଭ ହେବ ନିଲାମୀ ପ୍ରକ୍ରିୟା । ଏଥର ୧୯ ଟି ଦେଶରୁ ୧୨୧୪ ଖେଳାଳି ମେଗା ନିଲାମ ପାଇଁ ପଞ୍ଜୀକୃତ ହୋଇଥିଲେ ମଧ୍ୟ ଏଥିମଧ୍ୟରୁ କେବଳ ୫୯୦ ଖେଳାଳି ନିଲାମରେ ସାମିଲ ହୋଇଛନ୍ତି ।