ETV Bharat / sports

ବିବାହ ବନ୍ଧନରେ ବାନ୍ଧି ହେଲେ ସ୍ପିଡ୍‌ଷ୍ଟାର ନବଦୀପ ସୈନି, ପ୍ରେମିକା ସ୍ବାତୀ ଅସ୍ଥାନାଙ୍କୁ କଲେ ଜୀବନ ସାଥି

author img

By ETV Bharat Odisha Team

Published : Nov 24, 2023, 10:12 PM IST

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଭାରତୀୟ କ୍ରିକେଟର ନବଦୀପ ସୈନି ଓ ତାଙ୍କ ପ୍ରେମିକା ସ୍ବାତୀ ଅସ୍ଥାନା । ନିଜ ଜନ୍ମଦିନରେ ପ୍ରେମିକାଙ୍କୁ ସାତ ଜନ୍ମର ସାଥି କଲେ ନବଦୀପ । ଅଧିକ ପଢ଼ନ୍ତୁ

ବିବାହ ବନ୍ଧନରେ ବାନ୍ଧିହେଲେ ସ୍ପିଡ୍‌ଷ୍ଟାର ନବଦୀପ ସୈନି

ଜୟପୁର: ଭାରତୀୟ କ୍ରିକେଟର ନବଦୀପ ସୈନି ଓ ସ୍ବାତୀ ଅସ୍ଥାନାଙ୍କ ସମ୍ପର୍କ ବେଶ କିଛିଦିନ ଚର୍ଚ୍ଚାରେ ରହିଥିଲା । ତେବେ ଗତକାଲି ଅର୍ଥାତ ନଭେମ୍ବର ୨୩ରେ ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକ‌ାଇ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ନବଦୀପ ଓ ସ୍ବାତୀଙ୍କ ବିବାହ ବେଶ ଧୁମଧାମରେ ସମ୍ପନ୍ନ ହୋଇଛି । ଏହାପରେ ନବଦମ୍ପତ୍ତିଙ୍କୁ ‌ସୁଖମୟ ବୈବାହିକ ଜୀବନ ପାଇଁ ଅନେକ କ୍ରିକେଟର, ସେଲିବ୍ରିଟି ଓ ପ୍ରଶଂସକମାନେ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଉଛନ୍ତି ।

ଭାରତୀୟ ଦ୍ରୁତ ବୋଲର ନବଦୀପ ସୈନି ତାଙ୍କ ପ୍ରେମିକା ସ୍ବାତୀ ଅସ୍ଥାନାଙ୍କ ପ୍ରେମ ସମ୍ପର୍କ ଅନେକ ଦିନ ଧରି ଚର୍ଚ୍ଚାରେ ରହିଥିଲା । ଏପରିକି ଅନେକ ସମୟରେ ବିଭିନ୍ନ ସ୍ଥାନରେ ଉଭୟଙ୍କୁ ଏକାଠି ଦେଖିବାକୁ ମଧ୍ୟ ମିଳିଥିଲା । ଶେଷରେ ଦୁହେଁ ବିବାହ ପାଇଁ ସ୍ଥିର କରିଥିଲେ । ନଭେମ୍ବର ୨୩ ତାରିଖ (ଗୁରୁବାର) ନବଦୀପ ଓ ‌‌ସ୍ବାତୀ ବିବାହ କରି ଜନ୍ମ ଜନ୍ମାନ୍ତରର ସାଥୀ ହୋଇଛନ୍ତି । ଏହି ବିବାହରେ ଉଭୟ ନବଦୀପ ଓ ସ୍ବାତୀଙ୍କ ପରିବାର ଏବଂ ସାଙ୍ଗସାଥୀମାନେ ଉପସ୍ଥିତ ଥିଲେ । ରାଜସ୍ଥାନର ଉଦୟପୁରରେ ପାରମ୍ପରିକ ରୀତିନୀତିରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି । ନିଜେ ନବଦୀପ ନିଜ ଇନ୍‌ଷ୍ଟାଗ୍ରାମରେ ସୁନ୍ଦର କ୍ୟାପ୍ସନ ଦେଇ ବିବାହ ସମୟର ଫଟୋ ପୋଷ୍ଟ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିବାହ କରିବେ ତମନ୍ନା ବ୍ୟାସ, ଜାନୁଆରୀରେ ପଡିପାରେ ହାତଗଣ୍ଠି

ନବଦୀପଙ୍କ ହାତ ଧରିଥିବା ସ୍ବାତୀ ଅସ୍ଥାନା ସୋସିଆଲ ମିଡିଆରେ ସକ୍ରିୟ ରହିବା ସହିତ ସେ ଜଣେ ଫ୍ୟାସନ, ଟ୍ରାଭେଲର ଓ ଲାଇଫଷ୍ଟାଇଲ ବ୍ଲଗର ଅଟନ୍ତି । ସ୍ବାତୀ କ୍ରମାଗତ ଭାବେ ନିଜର ୟୁଟ୍ୟୁବ ଚ୍ୟାନେଲରେ ଭିଡିଓ ପୋଷ୍ଟ କରିଥାଆନ୍ତି । ତାଙ୍କର ୮୫ ହଜାରରୁ ଅଧିକ ଅନୁଗାମୀ ମଧ୍ୟ ଅଛନ୍ତି । ଅନ୍ୟପଟେ ନବଦୀପ ସୈନି ଭାରତୀୟ ଜାତୀୟ ବରିଷ୍ଠ ଦଳରେ 2 ଟେଷ୍ଟ, 8 ଦିନିକିଆ ଓ 11 ଟି20 ମ୍ୟାଚ୍‌ ଖେଳି 23 ୱିକେଟ୍‌ ଅକ୍ତିଆର କରିଛନ୍ତି ।

ତେବେ ଗତ 2021 ପରଠାରୁ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳି ନାହାନ୍ତି । ସ୍ବାତୀ ଅସ୍ଥାନାଙ୍କ ସହ ପ୍ରେମ ସମ୍ପର୍କ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥିବାବେଳେ ଉଭୟ ଏନେଇ କେବେ ଖୁଲାସା କରିନଥିଲେ । ଶେଷରେ ଏହି ଯୋଡ଼ି ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ଦିନକୁ ସ୍ମରଣୀୟ କରିବା ପାଇଁ ନବଦୀପ ସୈନି ନିଜ ଜନ୍ମଦିନକୁ ବାଛିଥିଲେ । 23 ନଭେମ୍ବର ନିଜ ଜନ୍ମଦିନରେ ସେ ନିଜ ପ୍ରେମିକା ସ୍ବାତୀଙ୍କୁ 7 ଜନ୍ମର ସାଥି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.