ETV Bharat / sports

Border Gavaskar Trophy : ସମ୍ପୂର୍ଣ୍ଣ ସିରିଜରୁ ବାଦ ପଡିଲେ ବୁମରା ! - ସମ୍ପୂର୍ଣ୍ଣ ସିରିଜୁର ବାଦ ପଡିଲେ ବୁମରା

ବର୍ଡର ଗାଭାସ୍କର ଟ୍ରଫି ଭଳି ଗୁରୁତ୍ବପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଲେ ଫାଷ୍ଟ ବୋଲର ଜଶପ୍ରିତ ବୁମରା । ଅଧିକ ପଢନ୍ତୁ

ଜଶପ୍ରିତ ବୁମରା
ଜଶପ୍ରିତ ବୁମରା
author img

By

Published : Feb 10, 2023, 9:48 PM IST

Updated : Feb 10, 2023, 10:58 PM IST

ହାଇଦ୍ରାବାଦ : ଟିମ ଇଣ୍ଡିଆକୁ ପୁଣି ଝଟକା । ବର୍ଡର ଗାଭାସ୍କର ଟ୍ରଫି ଭଳି ଗୁରୁତ୍ବପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଲେ ଫାଷ୍ଟ ବୋଲର ଜଶପ୍ରୀତ ବୁମ୍‌ରା । ସେ ଆହତ ସମସ୍ୟାରୁ ମୁକୁଳିଥିବା ନେଇ ମିଡିଆ ରିପୋର୍ଟରେ ଖବର ପ୍ରସାରଣ ହୋଇଥିଲା । ଏହାପରେ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଚାରି ଟିକିଆ ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜରେ ପରବର୍ତ୍ତୀ ମୁହୂର୍ତ୍ତରେ ସାମିଲ କରିବା ନେଇ ଚର୍ଚ୍ଚା ହେଉଥିଲା । ହେଲେ ଏବେ ସେ ସିରିଜରୁ ବାଦ ପଡିଥିବା ନେଇ ଖବର ପ୍ରକାଶ ପାଇଛି । କାରଣ ଆଗକୁ ବିଶ୍ବକପ ଭଳି ବଡ ଟୁର୍ଣ୍ଣାମେଣ୍ଟରେ ବୁମରାଙ୍କ ଉପସ୍ଥିତି ନିହାତି ଜରୁରୀ । ତେଣୁ ଟିମ୍‌ ମ୍ୟାନେଜମେଣ୍ଟ ଏହି ଫାଷ୍ଟ ବୋଲରଙ୍କ ବାବାଦରେ କୌଣସି ରିସ୍କ ନେବାକୁ ଚାହୁଁ ନାହିଁ । ଏହି କାରଣରୁ ବୁମରା ବର୍ଡର ଗାଭାସ୍କର ଟ୍ରଫିରୁ ବିଶ୍ରାମ ନେଇଛନ୍ତି ।

ରିପୋର୍ଟ ମୁତାବିକ "BCCIର ଟିମ୍‌ ମ୍ୟାନେଜମେଣ୍ଟ ଫାଷ୍ଟ ବୋଲର ଜଶପ୍ରୀତ ବୁମରାଙ୍କ ବାବଦରେ କୌଣସି ରିସ୍କ ନେବାକୁ ଚାହେଁ ନାହିଁ । ଯେଉଁ କାରଣରୁ ଜଶପ୍ରୀତ ବୁମରା ଆହତ ସମସ୍ୟାରୁ ମୁକୁଳିଥିଲେ ମଧ୍ୟ ତାଙ୍କ ଉପରେ ଅଧିକ ଚାପ ଦେବାକୁ ଚାହେଁନି ମ୍ୟାନେଜମେଣ୍ଟ । ତାଙ୍କୁ ସମ୍ପୂର୍ଣ୍ଣ ଫିଟ୍ ହେବାକୁ ମ୍ୟାନଜମେଣ୍ଟ ଆହୁରି ସମୟ ଦେଇଛି ।"

ଏହା ପୂର୍ବରୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପାଇଁ ବୁମରାଙ୍କୁ ଦଳରେ ସାମିଲ କରାଯାଇଥିଲା ହେଲେ ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କୁ ସ୍କ୍ବାଡରୁ ବାଦ ଦିଆଯାଇଥିଲା । ସେପଟେ ଆଉ ଏକ ରିପୋର୍ଟ ମୁତାବକ ଜଶପ୍ରୀତ ବୁମରା ନେଟ୍ସରେ ବୋଲିଂ ପ୍ରାକ୍ଟିସ କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା । ଏହା ସହିତ ସେ ଜାତୀୟ କ୍ରିକେଟ ଏକାଡେମୀ ବେଙ୍ଗାଲୁରୁରେ ବୋଲିଂ ଅଭ୍ୟାସ କରୁଥିବାର ସୂଚନା ମିଳିଥିଲା । ତେବେ ବୁମରାଙ୍କ ବାବଦରେ ଏପରି ଖବର ପ୍ରକାଶ ପାଇବା ପରେ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ପରବର୍ତ୍ତୀ ଦୁଇଟି ଟେଷ୍ଟ ମ୍ୟାଚ୍‌ରେ ସାମିଲ କରିବା ନେଇ ମିଡିଆ ରିପୋର୍ଟରେ ପ୍ରକାଶ ପାଇଥିଲା । ହେଲେ ଏବେ ଖବର ପ୍ରକାଶ ପାଇଛି କି ସେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରୁ ସମ୍ପୂର୍ଣ୍ଣ ଭାବରେ ବାଦ୍‌ ପଡ଼ିଛନ୍ତି । ତେବେ ଏହାକୁ ନେଇ ବିସିସିଆଇ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

ଭାରତୀୟ ଷ୍ଟାର ଫାଷ୍ଟ ବୋଲର ଜଶପ୍ରୀତ ବୁମରା ଆହତ କାରଣରୁ ଦୀର୍ଘ ଦିନ ଧରି କ୍ରିକେଟ ମୈଦାନରୁ ଦୂରେଇ ରହିଛନ୍ତି । ଆହତ ସମସ୍ୟା ନେଇ ସେ ଟି୨୦ ବିଶ୍ବକପ ମଧ୍ୟ ଖେଳି ପାରିନଥିଲେ । ତାଙ୍କ ଫିଟ୍‌ନେସକୁ ନେଇ ଏବେ ବି ଆଶଙ୍କାରେ ରହିଛି BCCI । ଏବେ NCA ହେପାଜାତରେ ବୁମରା ରହିଛନ୍ତି । ତେବେ ଚଳିତ ବର୍ଷ ଖେଳାଯିବାକୁ ଥିବା ଦିନିକିଆ ବିଶ୍ବକପ ପୂର୍ବରୁ ବୁମରାଙ୍କୁ ଫିଟ୍ ହେବା ଟିମ୍‌ ଇଣ୍ଡିଆ ପାଇଁ ଜରୁରୀ ।

Last Updated : Feb 10, 2023, 10:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.