ETV Bharat / sports

IND vs NZ 2nd ODI: ଟସ ଜିତିଲା ଭାରତ, ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ - ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ବିତୀୟ ଦିନିକିଆ ମ୍ୟାଚ

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରାୟପୁରରେ ଆରମ୍ଭ ହୋଇଯାଇଛି ଦ୍ବିତୀୟ ଦିନିକିଆ ମ୍ୟାଚ । ଟସ ଜିତି ଭାରତର ଫିଲ୍ଡିଂ ନିଷ୍ପତ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jan 21, 2023, 1:36 PM IST

Updated : Jan 21, 2023, 1:58 PM IST

ରାୟପୁର: ଆଜି(ଶନିବାର) ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ବିତୀୟ ଦିନିକିଆ ମ୍ୟାଚ । ଟସ ଜିତି ପ୍ରଥମ ବୋଲି ନିଷ୍ପତ୍ତି ନେଲା ଭାରତ । ବ୍ୟାଟିଂ ପାଇଁ ପଡିଆକୁ ଓହ୍ଳାଇଲା ନ୍ୟୁଜିଲାଣ୍ଡ । ଦ୍ବିତୀୟ ମ୍ୟାଚରେ ଭାରତୀୟ ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ହୋଇନଥିବା ବେଳେ ନ୍ୟୁଜିଲାଣ୍ଡ ଟିମର ଖେଳାଳି ମଧ୍ୟ ପରିବର୍ତ୍ତନ ହୋଇ ନାହାନ୍ତି । ଆଜିର ମ୍ୟାଚରେ ଭାରତ ବିଜୟୀ ହେବା ଲକ୍ଷ୍ୟ ରଖି ପଡିଆକୁ ଓହ୍ଳାଇଛି । ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୧୨ ରନରେ ପରାସ୍ତ କରିଥିଲା ଭାରତ ।

ତେବେ ପ୍ରଥମ ଥର ଛତିଶଗଡ ରାୟପୁରରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳାଯାଉଛି । ସହିଦ ବୀର ନାରାୟଣ ସିଂହ ଷ୍ଟାଡିୟମରେ ମ୍ୟାଚ ଆରମ୍ଭ ହୋଇଥିବା ବେଳେ ଦର୍ଶକ ମଧ୍ୟ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଦେଖିବାକୁ ବେଶ ଉତ୍ସାହିତ । ପ୍ରଥମ ମ୍ୟାଚରେ ଭାରତୀୟ ଟିମ ଭଲ ପ୍ରଦର୍ଶନ କରିଥିଲା । ଯୁବ ବ୍ୟାଟର ଶୁବମନ ଗିଲ ନିଜ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଦ୍ବିଶତକ ହାସଲ କରିଥିଲେ । ମୋଟ ୧୪୯ ବଲରୁ ୧୯ ଚୌକା ଓ ୯ଟି ଛକା ବଳରେ ସେ ୨୦୮ ରନ ସଂଗ୍ରହ କରିଥିଲେ । ସେପଟେ ରନ ମେସିନ କୁହାଯାଉଥିବା ବିରାଟ କୋହଲିଙ୍କ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି ।

ଏହା ମଧ୍ୟ ପଢନ୍ତୁ-Hockey World Cup 2023: ଭାରତୀୟ ହକି ଟିମକୁ ଝଟକା, ବିଶ୍ବକପରୁ ବାଦ ପଡିଲେ ହାର୍ଦ୍ଦିକ

ସେହିପରି ପ୍ରଥମ ଦିନିକିଆରେ ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ ଫାଷ୍ଟ ବୋଲର ମହମ୍ମଦ ସିରାଜ । ଆଜି ମଧ୍ୟ ଭଲ ପ୍ରଦର୍ଶନ କରିବା ନେଇ ଆଶା ରଖିଛି ଦଳ । ପ୍ରଥମ ଦିନିକିଆରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୩୪୯ ରନ କରିଥିଲା । ଏହାର ଜବାବରେ ନ୍ୟୁଜିଲାଣ୍ଡ ୩୩୭ ରନରେ ଅଲ ଆଉଟ ହୋଇଥିଲା । ହାଇଦ୍ରାବାଦ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ପ୍ରଥମ ଦିନିକିଆ ଖେଳାଯାଇଥିଲା ।

ଭାରତୀୟ ଚୂଡାନ୍ତ ଏକାଦଶ: ରୋହିତ ଶର୍ମା (ଅଧିନାୟକ),ଶୁଭମନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଇଶାନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶଂଟନ ସୁନ୍ଦର, ସାର୍ଦ୍ଦୁଳ ଠାକୁର, କୁଳଦୀପ ଯାଦବ, ମହମ୍ମଦ ସିରାଜ, ମହମ୍ମଦ ସାମି ।

ନ୍ୟୁଜିଲାଣ୍ଡ ଚୂଡାନ୍ତ ଏକାଦଶ: ଏଫ ଏଲେନ, ଡି କନୱେ, ଏଚ ନିକୋଲାସ, ଡି ମେଚଲ, ଟି ଲାଥାମ (ଅଧିନାୟକ), ଜି ଫିଲିପ୍ସ, ଏମ ବ୍ରାସୱେଲ, ଏମ ସାଣ୍ଟନର, ଏଚ ସିପ୍ଲି, ବି ଟିକନେର, ଏଲ ଫର୍ଗ୍ୟୁସନ ।

Last Updated : Jan 21, 2023, 1:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.