ETV Bharat / sports

IND vs NZ: ଟସ୍‌ ଜିତିଲେ ହିଟ୍‌ମ୍ୟାନ, ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ଆମନ୍ତ୍ରଣ - ଟସ୍‌ ଜିତିଲା ଭାରତ

ନ୍ୟୁଜିଲାଣ୍ଡ ବିପକ୍ଷରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଭାରତ । ଅଧିକ ପଢ଼ନ୍ତୁ

india won the toss and elected to bat first in first t-20 match against newzeland
IND vs NZ: ଟସ୍‌ ଜିତିଲେ ହିଟ୍‌ମ୍ୟାନ, ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ଆମନ୍ତ୍ରଣ
author img

By

Published : Nov 17, 2021, 6:57 PM IST

ଜୟପୁର: ନ୍ୟୁଜିଲାଣ୍ଡ ବିପକ୍ଷରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଭାରତ । ଏହି ମ୍ୟାଚରେ ଭାରତ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିବେ ଯୁବ କ୍ରିକେଟର ଭେଙ୍କେଟେସ ଆୟର । ଗତ ଆଇପିଏଲ ସିଜିନରେ ସେ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରି ସଭିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ମ୍ୟାଚ୍‌ରୁ ପ୍ରଥମ ଥର ପାଇ ଟିମ୍‌ ଇଣ୍ଡିଆର ଅଧିନାୟକ ଦାୟିତ୍ବ ତୁଲାଇବାକୁ ଯାଉଛନ୍ତି ରୋହିତ ଶର୍ମା ।

ଟସ୍‌ ଜିତିବା ପରେ ରୋହିତ ଶର୍ମା କହିଛନ୍ତି ଯେ, ‘ଆମେ ପ୍ରଥମେ ବୋଲିଂ କରିବୁ । ଏହି ପିଚ୍‌ ବ୍ୟାଟିଂ ପାଇଁ ସୁହାଇବ । ଦ୍ବିତୀୟ ଇନିଂସରେ କାକର ପଡ଼ିବା ସମ୍ଭାବନା ରହିଛି । ଦୁଇଦିନ ଏଠାରେ ଆମେ ଅଭ୍ୟାସ କରିବା ପରେ ଏହା ଅନୁଧ୍ୟାନ କରିଛୁ । ଆମେ ଆଜି ୩ଟି ଫାଷ୍ଟ ବୋଲର ଓ ଦୁଇ ଜଣ ସ୍ପିନର ସହ ପିଚ୍‌କୁ ଓହ୍ଲାଇବୁ । ଆଜିର ମ୍ୟାଚରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବୁ । ଆଗାମୀ ବିଶ୍ବକପକୁ ଦୃଷ୍ଟିରେ ରଖି ଆମେ ମ୍ୟାଚ ଖେଳିବୁ ।’

ସେପଟେ ମ୍ୟାଚକୁ ନେଇ ନ୍ୟୁଜିଲାଣ୍ଡ ଅଧିନାୟକ ଟିମ୍‌ ସାଉଦି କହିଛନ୍ତି ଯେ, ଆମେ ମଧ୍ୟ ପ୍ରଥମେ ବୋଲିଂ କରିବାକୁ ଚାହୁଁଥିଲୁ । ବିଶ୍ବକପ ନଜିତିବା ଆମ ପାଇଁ ଦୁଃଖଦାୟକ ଥିଲା । କିନ୍ତୁ ଦଳ ଆଗାମୀ ସବୁ ମ୍ୟାଚରେ ଭଲ ପ୍ରଦର୍ଶନ କରିବାକୁ ଚାହିଁବ । ଆଜିର ମ୍ୟାଚ ପାଇଁ ଦଳରେ ୪ଟି ପରିବର୍ତ୍ତନ ହୋଇଛି । ମାର୍କ ଚପମ୍ୟାନ, ଟଡ୍‌ ଆସ୍ଲେ, ରଚିନ ରବିନ୍ଦ୍ର ଓ ଲକି ଫର୍ଗୁସନ ଦଳରେ ସାମିଲ ହୋଇଛନ୍ତି ।

ଭାରତ ଚୂଡ଼ାନ୍ତ ଏକାଦଶ

ରୋହିତ ଶର୍ମା, କେ.ଏଲ ରାହୁଲ, ସୂର୍ଯ୍ୟ କୁମାର ଯାଦବ, ଶ୍ରେୟସ ଆୟର, ଋଷଭ ପନ୍ତ, ଭେଙ୍କେଟେସ ଆୟର, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ବିନ, ଭୁବନେଶ୍ବର କୁମାର, ଦୀପକ ଚହର, ମହମ୍ମଦ ସିରାଜ ।

ନ୍ୟୁଜିଲାଣ୍ଡ ଚୂଡ଼ାନ୍ତ ଏକାଦଶ

ମାର୍ଟିନ ଗୁପ୍ଟିଲ, ଡାରିଲ ମିଚେଲ, ମାର୍କ ଚପମ୍ୟାନ, ଗ୍ଲେନ ଫିଲି୍‌ପ୍‌ସ୍‌, ଟିମ୍‌ ସିଫର୍ଡ, ରଚିନ ରିବନ୍ଦ୍ର, ମିଚେଲ ସାଣ୍ଟନର, ଟିମ୍‌ ସାଉଦି, ଟଡ୍‌ ଆସ୍ଲେ, ଲକି ଫର୍ଗୁସନ, ଟ୍ରେଣ୍ଟ ବୋଲ୍ଟ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.