ETV Bharat / sports

NZvsIND: ୫ ୱିକେଟରେ ପରାଜିତ କିଓ୍ବି ଟିମ୍ , ସିରିଜରେ ଆଗୁଆ ଭାରତ - ନ୍ୟୁଜିଲାଣ୍ଡ ବନାମ ଭାରତ ଟି-୨୦ ସିରିଜ

ପ୍ରଥମ ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୫ୱିକେଟର ମାତ୍‌ ଦେଇଛି ଟିମ୍‌ ଇଣ୍ଡିଆ । ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ଭାରତକୁ ୧୬୫ ରନ୍‌ ଟାର୍ଗେଟ ଦେଇଥିଲା ନ୍ୟୁଜିଲାଣ୍ଡ । ଅଧିକ ପଢ଼ନ୍ତୁ

NZ vs IND: ନ୍ୟୁଜିଲାଣ୍ଡ ୫ ୱିକେଟରେ ପରାଜିତ, ସିରିଜରେ ଆଗୁଆ ଭାରତ

author img

By

Published : Nov 17, 2021, 11:00 PM IST

ଜୟପୁର: ପ୍ରଥମ ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୫ୱିକେଟର ମାତ୍‌ ଦେଇଛି ଟିମ୍‌ ଇଣ୍ଡିଆ । ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ଭାରତକୁ ୧୬୫ ରନ୍‌ ଟାର୍ଗେଟ ଦେଇଥିଲା ନ୍ୟୁଜିଲାଣ୍ଡ । ଭାରତ ଏହି ଲକ୍ଷ୍ୟକୁ ୧୯.୪ ଓଭରରେ ହାସଲ କରି ନେଇଛି ।

ଭାରତ ପକ୍ଷରୁ ଆଜି ଭଲ ଓପେନିଂ ଭାଗିଦାରୀ ଦେଖିବାକୁ ମିଳିଥିଲା । ପ୍ରଥମ ୱିକେଟ ପାଇଁ ଦୁଇ ଓପନର ୫୦ ରନ୍‌ ଯୋଡ଼ିଥିଲେ । ଏହାପରେ କେ. ଏଲ ରାହୁଲ ଆଉଟ ହୋଇ ଫେରିଥିଲେ । ଏହାପରେ ରୋହିତ ଶର୍ମାଙ୍କ ପକ୍ଷରୁ ଅଧିନାୟକତ୍ବ ଇନିଂସ ଦେଖିବାକୁ ମିଳିଥିଲେ । ସେ ୩୬ ବଲ୍‌ରୁ ୪୮ ରନ୍‌ କରି ଆଉଟ ହୋଇଥିଲେ । ସୂର୍ଯ୍ୟ କୁମାର ଯାଦବ ମଧ୍ୟ ୪୦ ବଲ୍‌ରେ ୬୨ ରନ୍‌ କରି ଭାରତକୁ ବିଜୟ ଦ୍ବାର ଦେଶକୁ ନେଇ ଯାଇଥିଲେ । ମ୍ୟାଚ୍ ଶେଷ ପର୍ଯ୍ୟନ୍ତ ରୋମାଞ୍ଚକର ହୋଇ ରହିଥିଲା । ଶେଷ ଓଭରରେ ଭାରତକୁ ବିଜୟ ପାଇଁ ଆଉ ୧୦ ରନ୍‌ ଆବଶ୍ୟକତା ଥିଲ । ତେବେ ୨୦ତମ ଓଭରର ଚତୁର୍ଥ ବଲ୍‌ରେ ପନ୍ତ ଏକ ଚୌକା ମାରି ଭାରତ ପାଇଁ ବିଜୟ ହାସଲ କରିଥିଲେ ।

ନ୍ୟୁଜଲାଣ୍ଡ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ଦୁଇଟି ଓ ଟିମ ସାଉଦି, ମିଚେଲ ସାଣ୍ଟନର ଓ ଡାରିଲ ମିଚେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଟଡ ଆସ୍ଲେ ନ୍ୟୁଜିଲାଣ୍ଡ ପକ୍ଷରୁ ସର୍ବାଧିକ ରନ୍‌ ଖର୍ଚ୍ଚ କରିଛନ୍ତି । ଭାରତ ଏହି ତିନି ଟିକିଆ ଟି-୨୦ ସିରିଜରେ ବର୍ତ୍ତମାନ ୧-୦ରେ ଆଗୁଆ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.