ଅହମ୍ମଦାବାଦ: ୧୦୦୦ତମ ଦିନିକିଆ ମ୍ୟାଚ୍ରେ ଦମଦାର ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ରବିବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ବିପକ୍ଷ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ହରାଇଛି ଭାରତ । ସ୍ପିନର ୟୁଜଭେନ୍ଦ୍ର ଚହଲ ୪ଟି ୱିକେଟ ଦଖଲ ଓ କ୍ୟାପଟେନ ରୋହିତ ଶର୍ମା ଅର୍ଦ୍ଧଶତକୀୟ ଇଂନିସ ଖେଳି ମ୍ୟାଚ୍ର ଷ୍ଟାର ପ୍ରଦର୍ଶନକାରୀ ରହିଛନ୍ତି ।
-
A sparkling performance from India in their 1⃣0⃣0⃣0⃣th ODI 💥
— ICC (@ICC) February 6, 2022 " class="align-text-top noRightClick twitterSection" data="
They win the first match against West Indies by six wickets, taking a 1-0 series lead 👏#INDvWI | https://t.co/Bf4Z5gkR7N pic.twitter.com/0ExjX2tdTS
">A sparkling performance from India in their 1⃣0⃣0⃣0⃣th ODI 💥
— ICC (@ICC) February 6, 2022
They win the first match against West Indies by six wickets, taking a 1-0 series lead 👏#INDvWI | https://t.co/Bf4Z5gkR7N pic.twitter.com/0ExjX2tdTSA sparkling performance from India in their 1⃣0⃣0⃣0⃣th ODI 💥
— ICC (@ICC) February 6, 2022
They win the first match against West Indies by six wickets, taking a 1-0 series lead 👏#INDvWI | https://t.co/Bf4Z5gkR7N pic.twitter.com/0ExjX2tdTS
ଏଥିସହିତ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ୧-୦ରେ ଆଗୁଆ ହୋଇଛି ମେନ ଇନ୍ ବ୍ଲୁ । ୱେଷ୍ଟଇଣ୍ଡିଜକୁ ମାତ୍ର ୧୭୬ ରନ୍ରେ ଅଲଆଉଟ୍ କରିବା ପରେ ସହଜସାଧ୍ୟ ବିଜୟକୁ ୨୮ ଓଭରରେ ହାସଲ କରିନେଇଥିଲା ଭାରତ । ୧୭୭ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଟିମ ଇଣ୍ଡିଆ ପ୍ରଥମ ୧୦ ଓଭରରେ ବିନା କୌଣସି ୱିକେଟ ହରାଇ ୬୭ ରନ୍ ସଂଗ୍ରହ କରିନେଇଥିଲା । ତେବେ ଇଣ୍ଡିଜ ପକ୍ଷରୁ ଆଲଜାରୀ ଜୋସେଫ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଶୀଘ୍ର ଆଉଟ୍ କରି ପାଭିଲିଅନ ଫେରାଇ ଦେଇଥିଲେ । ଅକିଲ ହୋସେନ ୧୭ତମ ଓଭରରେ ଇଶାନ କିଶନଙ୍କୁ ଓ ଜୋସେଫ ଋଷଫ ପନ୍ତଙ୍କୁ ଆଉଟ୍ କରିବା ପରେ ଭାରତର ସ୍କୋର ୧୧୧/୪ ହୋଇଥିଲା । ମାତ୍ର ସୂର୍ଯ୍ୟକୁମାର ଯାଦବ(୩୪) ଓ ଦୀପକ ହୁଡ୍ଡା(୨୬) ଅପରାଜିତ ରହି ବିଜୟୀ କରାଇଥିଲେ ।
ସଂକ୍ଷିପ୍ତ ସ୍କୋର: ୱେଷ୍ଟଇଣ୍ଡିଜ ୧୭୬/୧୦(ହୋଲ୍ଡର ୫୭; ୟୁଜଭେନ୍ଦ୍ର ଚହଲ ୪-୪୯, ୱାସିଂଟନ ସୁନ୍ଦର ୩-୩୦) ବନାମ ଭାରତ ୧୭୮/୪(ରୋହିତ ଶର୍ମା ୬୦, ସୂର୍ଯ୍ୟକୁମାର ଯାଦବ ୩୪; ଆଲଜେରୀ ଜୋସେଫ ୨-୧) ।