ETV Bharat / sports

INDvsNZ 2nd T20I: ୬ ୱିକେଟରେ ଜିତିଲା ଭାରତ, ୧-୧ରେ ସିରିଜ ବରାବର

author img

By

Published : Jan 29, 2023, 10:39 PM IST

Updated : Jan 29, 2023, 10:51 PM IST

ଆଜି (ରବିବାର) ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ବିତୀୟ ଟି୨୦ ମ୍ୟାଚ ଖେଳାଯାଇଥିଲା । 6 ୱିକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କଲା ଭାରତ । ଅଧିକ ପଢନ୍ତୁ

ଭାରତ ବନାମ ନ୍ୟୁଜିଲାଣ୍ଡ
ଭାରତ ବନାମ ନ୍ୟୁଜିଲାଣ୍ଡ

ଲକ୍ଷ୍ନୌ : 6 ୱିକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କଲା ଭାରତ । ଆଜି (ରବିବାର) ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ବିତୀୟ ଟି୨୦ ମ୍ୟାଚ ଖେଳାଯାଇଥିଲା । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୯୯ ରନ କରିଥିଲା । ଜବାବରେ ଭାରତ ୧୯.୫ ଓଭରରେ ୪ ୱିକେଟ ହରାଇ ୧୦୧ ରନ କରିଛି । ଆଜିର ମ୍ୟାଚ ବିଜୟ ପରେ ଭାରତ ତିନି ଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜକୁ ୧-୧ ରେ ବରାବର କରିଛି । ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ୨୬ ରନର ଇନିଂସ ଖେଳିଥିଲେ ।

ପ୍ରଥମ ଟି୨୦ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହେବା ପରେ ଦ୍ବିତୀୟ ଟି୨୦ରେ ପୁରୁଣା ତ୍ରୁଟିକୁ ସୁଧାରି ମଇଦାନକୁ ଓହ୍ଲାଇଥିଲା ହାର୍ଦ୍ଦିକ ଏଣ୍ଡ କୋ । ଭାରତର ବୋଲିଂ ବିଭାଗ ଆଜି ଲକ୍ଷ୍ନୌରେ ଜବରଦସ୍ତ ପ୍ରଦର୍ଶନ ଦେଖାଇଥିଲା । ଭାରତୀୟ ବୋଲରଙ୍କ ପ୍ରଦର୍ଶନ ବଳରେ ବଡ ଇନିଂସ ଖେଳିବାରେ ବିଫଳ ରହିଥିଲା କିୱି ଟିମ । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୯୯ ରନ କରିଥିଲା ।

୧୦୦ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥିଲା ଟିମ ଇଣ୍ଡିଆ । ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଇନିଂସ ବଳରେ ଭାରତ ଟାର୍ଗେଟ ହାତେଇବାରେ ସକ୍ଷମ ହୋଇଥିଲା । Sky ସର୍ବାଧିକ ୨୬ ରନ ଇନିଂସ ଖେଳି ଅପରାଜିତ ରହିଥିଲେ । ସେହିପରି ଇଶାନ କିଶାନ ୧୯ ରନ, ଶୁବମନ ଗିଲ ୧୧ ରନ, ରାହୁଲ ତ୍ରିପାଠୀ ୧୩ ରନ, ୱାସିଙ୍ଗଟନ ସୁନ୍ଦର ୧୦ ରନ ଏବଂ ପାଣ୍ଡ୍ୟା ୧୫ ରନ କରିଥିଲେ ।

ଆରମ୍ଭରୁ ଭାରତୀୟ ବୋଲର ଆଟାକିଂ ମୋଡରେ ବୋଲିଂ କରିଥିଲେ । ଭାରତୀୟ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଥିଲେ କିୱି ବ୍ୟାଟର । ନ୍ୟୁଜିଲାଣ୍ଡର ନିୟମିତ ବ୍ୟବଧାନରେ ୱିକେଟ ପତନ ଘଟିଥିଲା । ଅଧିନାୟକ ମିଚେଲ ସାଣ୍ଟନର ସର୍ବାଧିକ ୧୯ ରନର ଇନିଂସ ଖେଳିଥିଲେ । କିୱି ଟିମର ଅନ୍ୟ ବ୍ୟାଟର ଭାରତୀୟ ବୋଲରଙ୍କ ଆଗରେ ବଡ ଇନିଂସ ଖେଳିବାରେ ବିଫଳ ରହିଥିଲେ । ଫିନ ଆଲେନ ଓ ଡେଭନ କନୱେ ଉଭୟ ୧୧ ରନ କରିଥିଲେ । ସେହିପରି ମାଇକେଲ ବ୍ରାସୱେଲ ଓ ମାର୍କ ଚପମେନ ଉଭୟ ୧୪ ରନ କରିଥିଲେ । ମଇଦାନକୁ ଆସିଥିବା ଅନ୍ୟବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର ଖେଳିପାରିନଥିଲେ । ଅର୍ଶଦୀପ ସିଂହ ସର୍ବାଧିକ ୨ ଟି ୱିକେଟ ନେଇଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା, ୱାସିଙ୍ଗଟନ ସୁନ୍ଦର, ଚହଲ, ଦୀପକ ହୁଡା, କୂଲଦୀପ ଯାଦବ ଗୋଟିଏ ୱିକେଟ ନେଇଥିଲେ । ଏହାର ତୃତୀୟ ଟି୨୦ ମ୍ୟାଚ ଫେବୃଆରୀ ୧ ତାରିଖରେ ଅହମ୍ମଦାବାଦରେ ଖେଳାଯିବ ।

Last Updated : Jan 29, 2023, 10:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.