ETV Bharat / sports

India vs West Indies: ସ୍ଥାନାନ୍ତର ହୋଇପାରେ Barabati T-20 - ବାରବାଟୀ ଟି-୨୦ ସ୍ଥାନାନ୍ତର

ବାତିଲ ହୋଇପାରେ ଭାରତ-ୱେଷ୍ଟଇଣ୍ଡିଜ ବାରବାଟୀ ଟି-୨୦ ମ୍ୟାଚ୍‌ । କଟକର ବାରବାଟୀ ଷ୍ଟାଡିୟମରେ ଫେବୃଆରୀ ୧୫ରେ ଖେଳାଯିବାକୁ ଥିବା ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ ନେଇ ଅନିଶ୍ଚିତତା ବଢିବାରେ ଲାଗିଛି । ଅଧିକ ପଢନ୍ତୁ

India-West Indies T20I Match May Move Out Of Barabati Stadium
India vs West Indies: ସ୍ଥାନାନ୍ତର ହୋଇପାରେ ବାରବାଟୀ ଟି-୨୦
author img

By

Published : Jan 20, 2022, 8:54 PM IST

କଟକ: ବାତିଲ ହୋଇପାରେ ଭାରତ-ୱେଷ୍ଟଇଣ୍ଡିଜ ବାରବାଟୀ ଟି-୨୦ ମ୍ୟାଚ୍‌ । କଟକର ବାରବାଟୀ ଷ୍ଟାଡିୟମରେ ଫେବୃଆରୀ ୧୫ରେ ଖେଳାଯିବାକୁ ଥିବା ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ ନେଇ ଅନିଶ୍ଚିତତା ବଢିବାରେ ଲାଗିଛି । ଦେଶ ତଥା ରାଜ୍ୟର COVID-19 ସଂକ୍ରମଣ ସ୍ଥିତି ଯୋଗୁଁ ବଦଳିପାରେ ଭାରତ-ୱେଷ୍ଟଇଣ୍ଡିଜ ସୀମିତ ଓଭର ସିରିଜର ଭେନ୍ୟୁ ସୂଚୀ ।

COVID ମହାମାରୀର ତୃତୀୟ ଲହର ଭୟାଭୟତାକୁ ଆଶଙ୍କା କରି ଭାରତୀୟ କ୍ରିକେଟ ବୋର୍ଡ(BCCI)ର ଟୁର୍‌, ଫିସଚର୍ସ ଓ ଟେକ୍ନିକାଲ କମିଟି ସୀମିତ ଓଭର ସିରିଜର ସମସ୍ତ ୬ଟି ମ୍ୟାଚ୍‌ କେବଳ ଦୁଇଟି ଭେନ୍ୟୁ- ଅହମ୍ମଦାବାଦ ଓ କୋଲକାତାରେ ଆୟୋଜନ ପାଇଁ ବୋର୍ଡକୁ ସୁପାରିଶ କରିଛି । ଫଳରେ BCCI ଦିନେ ଦୁଇଦିନ ମଧ୍ୟରେ ଚୁଡାନ୍ତ ଭେନ୍ୟୁ ସୂଚୀ ଘୋଷଣା କରିବାର ସମ୍ଭାବନା ରହିଛି । ଯଦି BCCI କମିଟିର ସୁପାରିଶକୁ ଗ୍ରହଣ କରେ, ତେବେ ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ସିରିଜର ପ୍ରଥମ ଟି-୨୦ ସ୍ଥାନାନ୍ତର ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଓଡିଶା କ୍ରିକେଟ ଆସୋସିଏସନ(OCA) ପକ୍ଷରୁ ବାରବାଟୀରୁ ମ୍ୟାଚ୍‌ ସ୍ଥାନାନ୍ତର ସମ୍ଭାବନା ନେଇ କୌଣସି ସୂଚନା ଜାତୀୟ ବୋର୍ଡ ପକ୍ଷରୁ ମିଳିନଥିବା କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ: ICC Men's Test Team Of 2021: ଟିମରେ ୩ ଭାରତୀୟ, ୱିଲିୟମସନ ଅଧିନାୟକ

ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଫେବୃଆରୀ ୬ରୁ ଅହମ୍ମଦାବାଦରେ ODI ସିରିଜ ଖେଳାଯିବା ନେଇ ସୂଚୀ ରହିଛି । ଦ୍ବିତୀୟ ODI ଫେବୃଆରୀ ୯ରେ ଜୟପୁର, କୋଲକାତାରେ ତୃତୀୟ ODI ଫେବୃଆରୀ ୧୨ରେ ଖେଳାଯିବା ନେଇ ସୂଚୀ ରହିଛି । ସେହିପରି ଟି-୨୦ ଅନ୍ତର୍ଜାତୀୟ ସିରିଜର ତିନୋଟି ମ୍ୟାଚ୍‌ ଯଥାକ୍ରମେ କଟକ, ବିଶାଖାପାଟଣା ଓ ଥିରୁଅନନ୍ତପୁରମରେ ଖେଳାଯିବା ନେଇ ପୂର୍ବରୁ ସୂଚୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.