ହାଇଦ୍ରାବାଦ: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜି ଖେଳାଯାଉଛି 5 ମ୍ୟାଚ୍ ବିଶିଷ୍ଟ ଟି20 ସିରିଜର ପ୍ରଥମ ମ୍ୟାଚ୍ । ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୯୦ ରନ କରିଛି । ତେବେ ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଅର୍ଦ୍ଧଶତକ ହାସଲ କରିଛନ୍ତି ।
-
Innings Break!
— BCCI (@BCCI) July 29, 2022 " class="align-text-top noRightClick twitterSection" data="
A solid batting display from #TeamIndia! 👌 👌
6⃣4⃣ for captain @ImRo45.
4⃣1⃣* for @DineshKarthik.
Over to our bowlers now! 👍
Scorecard ▶️ https://t.co/qWZ7LSCVXA #WIvIND pic.twitter.com/l7yZ38PtDH
">Innings Break!
— BCCI (@BCCI) July 29, 2022
A solid batting display from #TeamIndia! 👌 👌
6⃣4⃣ for captain @ImRo45.
4⃣1⃣* for @DineshKarthik.
Over to our bowlers now! 👍
Scorecard ▶️ https://t.co/qWZ7LSCVXA #WIvIND pic.twitter.com/l7yZ38PtDHInnings Break!
— BCCI (@BCCI) July 29, 2022
A solid batting display from #TeamIndia! 👌 👌
6⃣4⃣ for captain @ImRo45.
4⃣1⃣* for @DineshKarthik.
Over to our bowlers now! 👍
Scorecard ▶️ https://t.co/qWZ7LSCVXA #WIvIND pic.twitter.com/l7yZ38PtDH
ଭାରତ ପକ୍ଷରୁ ଓପନିଂ ପାଇଁ ସୂର୍ଯ୍ୟକୁମାର ଯାଦବ ଏବଂ ରୋହିତ ଶର୍ମା ପଡିଆକୁ ଓହ୍ଲାଇଥିଲେ । ରୋହିତ ୪୪ ବଲରୁ ୭ ଟି ଚୌକା ସହିତ ୨ଟି ଛକା ମାରି ରନ ସଂଗ୍ରହ କରି ସେ ହୋଇଛନ୍ତି । ସୂର୍ଯ୍ୟକୁମାର ଯାଦବ ୧୬ ବଲରୁ ୩ଟି ଚାରି ଗୋଟିଏ ୬ ମାରି ୨୪ ରନ କରି ଆଉଟ ହୋଇଥିଲେ । ପରେ ତିନି ନମ୍ବରରେ ବ୍ୟାଟିଂ ପାଇଁ ଆସିଥିବା ଶ୍ରେୟସ ଆୟାର ଖାତା ଖୋଲି ନପାରି ଜିରୋ ରନ କରି ପାଭଲିଓନ ଫେରିଥିଲେ । ଋଷଭ ପନ୍ତ ୧୪, ହାର୍ଦ୍ଦିକ ପାଣ୍ଡ୍ୟା ୧ ଏବଂ ରବୀନ୍ଦ୍ର ଜାଡେଜା ୧୬ ରନ କରି ଆଉଟ ହୋଇଛନ୍ତି । ସେପଟେ ଦିନେଶ କାର୍ତ୍ତିକ ୪୧ ରନ ଏବଂ ରବିଚନ୍ଦ୍ରନ ଅଶ୍ବିନ ୧୩ ରନ କରି ଅପରାଜିତ ରହିଛନ୍ତି ।
ସେପଟେ ୧୯୧ ରନର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଛି ୱେଷ୍ଟଇଣ୍ଡିଜ । ଶାମରାହ ବ୍ରୁକ୍ସ ଏବଂ କେୟଲ ମାୟର୍ସ ୱେଷ୍ଟଇଣ୍ଡିଜ ପକ୍ଷରୁ ଓପନିଂ ପାଇଁ ପଡିଆକୁ ଓହ୍ଲାଇଛନ୍ତି ।