ETV Bharat / sports

INDVSWI 1st ODI: କୁଳଦୀପଙ୍କ କମାଲ, 5 ୱିକେଟରେ ଜିତିଲା ଭାରତ

author img

By

Published : Jul 28, 2023, 7:27 AM IST

ଘରୋଇ ୱେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିିରିଜରେ ଭାରତ ପ୍ରଥମ 5 ୱିକେଟରେ ପ୍ରଥମ ଦିନିକିଆ ଜିତି 1-0ରେ ଆଗୁଆ ରହିଛି । ଅଧିକ ପଢନ୍ତୁ

india vs westindies first odi
INDVSWI 1st ODI

ବ୍ରିଜଟାଉନ: ଭ୍ରମଣକାରୀ ଭାରତ ଓ ଘରୋଇ ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହୋଇଛି । ଏଥିରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ପ୍ରଥମ ଦିନିକିଆରେ ୱେଷ୍ଟଇଣ୍ଡିଜକୁ 5 ୱିକେଟରେ ପରାସ୍ତ କରିଛି ଭାରତ । କୁଳଦୀପ ଯାଦବ ଓ ଜାଡେଜାଙ୍କ ଘାତକ ବୋଲିଂରେ ଘାଇଲା ହୋଇଥିଲା ଘରୋଇ ଦଳ । 4 ୱିକେଟ ନେଇ କୁଳଦୀପ ଯାଦବ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ । ବ୍ୟାଟିଂ ଆମନ୍ତ୍ରଣ ପାଇ ଘରୋଇ ଦଳର ବ୍ରାଡନ କିଙ୍କ ଓ କିଲି ମେୟର୍ସ ପାଳି ଆରମ୍ଭ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପ୍ରଥମ ସଫଳତା ମିଳିଥିଲା । ସେ କିଲି ମେୟର୍ସଙ୍କୁ (2) ସଅଳ ପାଭିଲିୟନ ଫେରିଥିଲେ । ଏହା ପରେ ଆଲିକ ଆଥଞ୍ଜୋ ଓ ବ୍ରାଡନ କିଙ୍କ ବ୍ୟାଟିଂ ଜାରି ରଖିଥିଲେ । ଦଳୀୟ ସ୍କୋର 45ରେ ଘରୋଇ ଦଳର ଆଉ ଏକ ୱିକେଟ ପତନ ହୋଇଥିଲା । ଦିନିକିଆରେ ପଦାର୍ପଣ କରିଥିବା ମୁକେଶ କୁମାର ଆଲିକ ଆଥଞ୍ଜୋ (22)କୁ ଆଉଟ କରିଥିଲେ । ପରେ ସାର୍ଦୁଳ ଠାକୁର ବ୍ରାଡନ କିଙ୍କ (17)ଙ୍କୁ ପାଭିଲିୟନ ପଠାଇଥିଲେ । ସାହି ହୋପ ଏବଂ ସିମରନ ହେତମୟେର କ୍ରିଜରେ ଉପସ୍ଥିତ ଥିଲେ । ମାତ୍ର ଏ ଯୋଡି ବେଶୀ ସମୟ ତିଷ୍ଠି ନଥିଲେ । ରବୀନ୍ଦ୍ର ଜାଡେଜା ସିମରନ ହେତମୟେରଙ୍କୁ (11) ଆଉଟ କରିଥିଲେ । ପରେ ପରେ ଜାଡେଜାଙ୍କୁ ଆଉ ଏକ ସଫଳତା ମିଳିଥିଲା ସେ ରୋଭମାନ ପୋୱେଲଙ୍କୁ (4) ଆଉଟ କରିଥିଲେ । ଘରୋଇ ଦଳର ସ୍କୋର 96ରେ 5ଟି ୱିକେଟ ପତନ ହୋଇଥିଲା । ସେହି ଓଭରରେ ରୋମାରିଓଙ୍କୁ (0) ଶିକାର କରିଥିଲେ ଜାଡେଜା ।

ଏହା ପରେ ସ୍ପିନର କୁଳଦୀପ ଯାଦବ କମାଲ କରିଥିଲେ । ୟାନିକଙ୍କୁ ଏଲବିଡବ୍ଲ୍ୟୁ କରିଥିଲେ କୁଳଦୀପ । ସାଇ ହୋପ (43) ଘରୋଇ ଦଳର ଆଶା ଥିଲେ ମାତ୍ର ସେ କୁଳଦୀପଙ୍କ ସ୍ପିନ ଜାଲରେ ଫସି ଯାଇଥିଲେ । ଜେଡେନ ସିଲସ (0)ଙ୍କୁ ପାଭିଲିୟନ ରାସ୍ତା ଦେଖାଇଥିଲେ କୁଳଦୀପ । ଘରୋଇ ଦଳ 114ରେ ଅଲଆଉଟ ହୋଇଥିଲା । କୁଳଦୀର ଯାଦବ 3 ଓଭରରେ 6ରନ ଦେଇ 4ଟି ୱିକେଟ ହାସଲ କରିଥିଲେ । 26ରନରେ ଶେଷ 7ଟି ୱିକେଟ ହରାଇଥିଲେ ୱେଷ୍ଟ ଇଣ୍ଡିଜ । ଭାରତ ପକ୍ଷରୁ କୁଳଦୀପ ଯାଦବ ସର୍ବାଧିକ 4ଟି, ରବୀନ୍ଦ୍ର ଜାଡେଜା 3ଟି, ମୁକେଶ କୁମାର ସାର୍ଦୁଲ ଠାକୁର ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

115ରନ ଛୋଟିଆ ବିଜୟ ଲକ୍ଷ୍ୟ ନେଇ ଭାରତର ଶୁଭମନ ଗିଲ ଓ ଇଶାନ କିଷନ ପାଳି ଆରମ୍ଭ କରିଥିଲେ । ଦଳୀୟ ସ୍କୋର 18ରେ ଭାରତ ପ୍ରଥମ ୱିକେଟ ପତନ ହୋଇଥିଲା । ଗିଲ 7 ରନ କରି ସଅଳ ଆଉଟ ହୋଇଥିଲେ । ସୂର୍ଯ୍ୟକୁମାର ଇଶାନ ବ୍ୟାଟିଂ ଜାରି ରଖିଥିଲେ । ସୂର୍ଯ୍ୟକୁମାର 19ରନ କରି ଏଲବିଡବଲ୍ୟୁ ହୋଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ରନ ଆଉଟ ହୋଇଥିଲେ । ଦଳୀୟ ସ୍କୋର 70ରେ ଭାରତର 3ଟି ୱିକେଟ ପତନ ହୋଇଥିଲା । ଇଶାନ କିଷନ କ୍ରିଜରେ ଉପସ୍ଥିତ ରହି ଅର୍ଦ୍ଧଶତକ ହାସଲ କରିଥିଲେ । ସେ 46 ବଲରେ 52 ରନ କରି ଆଉଟ ହୋଇଥିଲେ । ପରେ ପରେ ସାର୍ଦୁଳ ଠାକୁର (1) ପାଭିଲିୟନ ଫେରିଥିଲେ । 97ରେ ଭାରତର 5ଟି ୱିକେଟ ପତନ ହୋଇଥିଲା । ଏହା ପରେ ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡେଜା ସ୍ଥିତି ସମ୍ଭାଳି ଖେଳିଥିଲେ । ଉଭୟ କ୍ରିଜରେ ଉପସ୍ଥିତ ରହି ଦଳକୁ ବିଜୀୟ କରାଇଥିଲେ । ପ୍ରଥମ ଦିନିକିଆକୁ 5 ୱିକେଟରେ ଜିତିଥିଲା ଭାରତ । ଜାଡେଜା ଓ ରୋହିତ ଯଥାକ୍ରମେ ଅପରାଜିତ 16 ଓ 12 ରନ କରିଥିଲେ ।

ଏହା ବି ପଢନ୍ତୁ...INDvsWI Test Series : ଦ୍ବିତୀୟ ଟେଷ୍ଟ ଡ୍ର, 1-0ରେ ସିରଜ ଜିତିଲା ଭାରତ

ଏହା ବି ପଢନ୍ତୁ...ଚଳିତ ସିଜିନ ପାଇଁ ମ୍ୟାଚ୍‌ ସେଡ୍ୟୁଲ ଘୋଷଣା କଲା BCCI, ପୁଣି ନିରାଶ ବାରବାଟୀ

ପ୍ରକାଶ ଥାଉ କି, ଭାରତ ଓ ଘରୋଇ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ସିରିଜରେ ଭାରତ ବିଜୟ ହାସଲ କରିଥିଲା । ପ୍ରଥମ ଟେଷ୍ଟକୁ ଭାରତ 141 ବିଜୟୀ ହୋଇଥିଲା । ଦ୍ବିତୀୟ ଟେଷ୍ଟ ଡ୍ର' ହୋଇଥିଲା । 1-0ରେ ଭାରତ ଟେଷ୍ଟ ସିରିଜରେ ବାଜି ମାରି ନେଇଥିଲା । ଆସନ୍ତା ଜୁଲାଇ 29 ତାରିଖରେ ଦ୍ବିତୀୟ ଦିନିିକିଆ ଖେଳାଯିବ । ଏହା ପରେ ଅଗଷ୍ଟ 1ରେ ତୃତୀୟ ଦିନିକିଆ ଖେଳାଯିବ । ଏହାପରେ ଅଗଷ୍ଟ 3, 6, 8, 12 ଓ 13 ତାରିଖରେ 5 ମ୍ୟାଚ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.