ETV Bharat / sports

ଜାଡେଜାଙ୍କ ବିକଳ୍ପ ଖେଳାଳି ହେଲେ ଅକ୍ଷର ପଟେଲ ! - ରବିନ୍ଦ୍ର ଜାଡେଜା

ଘରୋଇ ମାଟିରେ ଶ୍ରୀଲଙ୍କା ବିପକ୍ଷରେ ୨-୧ରେ ସିରିଜ ହାତେଇଛି ମ୍ୟାନ୍ ଇନ୍ ବ୍ଲୁ । ଏହି ସିରିଜରେ ଅକ୍ଷର ପଟେଲଙ୍କ ଉଚ୍ଚକୋଟୀର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ତେବେ ତାଙ୍କର ଏହି ପ୍ରଦର୍ଶନ ପରେ ଅକ୍ଷର ପଟେଲ ରବୀନ୍ଦ୍ର ଜାଡେଜାଙ୍କ ବିକଳ୍ପ ଖେଳାଳି ବୋଲି କିଛି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲ
ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲ
author img

By

Published : Jan 9, 2023, 12:57 PM IST

ହାଇଦ୍ରାବାଦ: ବର୍ଷ ଆରମ୍ଭରୁ ଯୁବ ଟିମ ଇଣ୍ଡିଆ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଭାରତକୁ ପ୍ରଥମ ସିରିଜ ଭେଟି ଦେଇଛି । ଘରୋଇ ମାଟିରେ ଶ୍ରୀଲଙ୍କା ବିପକ୍ଷରେ ୨-୧ରେ ସିରିଜ ହାତେଇଛି ମ୍ୟାନ୍ ଇନ୍ ବ୍ଲୁ । ଏହି ସିରିଜରେ ଅକ୍ଷର ପଟେଲଙ୍କ ଉଚ୍ଚକୋଟୀର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଯେଉଁ କାରଣରୁ ସେ ଭାରତ ବନାମ ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜରେ ମ୍ୟାନ ଅଫ ଦି ସିରିଜ ଭାବରେ ବିବେଚିତ ମଧ୍ୟ ହୋଇଥିଲେ ।

ବର୍ଷ ଆରମ୍ଭରୁ ଅକ୍ଷର ପଟେଲଙ୍କର ଏଭଳି ଚମତ୍କାର ପ୍ରଦର୍ଶନ ପ୍ରଶଂସକଙ୍କ ମନରେ ଆଶ୍ବସ୍ତି ଆଣିଛି । କାରଣ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆହତ କାରଣରୁ ଏସିଆ କପରୁ ବାଦ ପଡିବା ପରେ ଦଳ ତାଙ୍କର ଅନୁପସ୍ଥିତି ଅନୁଭବ କରିଥିଲା । ତେବେ ଶ୍ରୀଲଙ୍କା ବିପକ୍ଷ ସିରିଜରେ ଅକ୍ଷରଙ୍କ ଦମଦାର ପ୍ରଦର୍ଶନ ପରେ ସେ ଟିମ୍‌ ଇଣ୍ଡିଆରେ ଜାଡେଜାଙ୍କ ସ୍ଥାନ ପୂରଣ କରିବେ ବୋଲି କ୍ରିକେଟ ବିଶେଷଜ୍ଞ କହିଛନ୍ତି । ଅକ୍ଷର ପଟେଲ ଜାଡେଜାଙ୍କ ଭଳି ବାମହାତୀ ବୋଲର ସହ ବାମହାତୀ ବ୍ୟାଟର ମଧ୍ୟ ।

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ଅକ୍ଷର ପଟେଲ ତିନୋଟି ମ୍ୟାଚରୁ ୩ଟି ୱିକେଟ ନେଇଛନ୍ତି । ଟିମ ଇଣ୍ଡିଆକୁ ୱିକେଟରେ ଆବଶ୍ୟକ ରହିଥିବା ସମୟରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଉପରେ ଭରସା କରି ବୋଲିଂ ଦେଉଥିଲେ । ଏହା ସହିତ ଅକ୍ଷର ପଟେଲ ଏହି ସିରିଜରେ ଧୂଆଁଧାର ବ୍ୟାଟିଂ ମଧ୍ୟ କରିଛନ୍ତି । ସେ ପ୍ରଥମ ଟି୨୦ ମ୍ୟାଚରେ ୩୧ ରନ, ଦ୍ବିତୀୟ ଟି୨୦ ମ୍ୟାଚରେ ୬୫ ରନ ଏବଂ ତୃତୀୟ ଟି୨୦ ମ୍ୟାଚରେ ୨୧ ରନ କରିଥିଲେ । ତାଙ୍କର ଏହି ପ୍ରଦର୍ଶନ ପରେ ଅକ୍ଷର ପଟେଲ ରବିନ୍ଦ୍ର ଜାଡେଜାଙ୍କ ବିକଳ୍ପ ଖେଳାଳି ବୋଲି କିଛି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.