ହାଇଦ୍ରାବାଦ: ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ ମ୍ୟାଚ । ଟି ଟ୍ବେଣ୍ଟି ସିରିଜ୍ ଡ୍ର' ପରେ ଏକ ଦିବସୀୟ ଶୃଙ୍ଖଳା ପାଇଁ ଜୋକଦାର ପ୍ରସ୍ତୁତି କରିଛି ଟିମ୍ ଇଣ୍ଡିଆ । ଆଜି କେଏଲ ରାହୁଲଙ୍କ ନେତୃତ୍ବରେ ପଡିଆକୁ ଓହ୍ଳାଇବ ମେନ ଇନ୍ ବ୍ଲୁ' । ଯୁବ ଖେଳାଳିଙ୍କୁ ନେଇ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରହିଛି । ସେପଟେ ଘରୋଇ ମାଟିରେ ଭାରତକୁ ହରାଇବା ପାଇଁ ଜୋର ପ୍ରସ୍ତୁତି କରିଛି ଦକ୍ଷିଣ ଆଫ୍ରିକା। ଏଥି ପାଇଁ ଓ୍ବାଣ୍ଡର୍ସ ପିଚ ପୁରା ପ୍ରସ୍ତୁତ ରହିଛି । ମଧ୍ୟାହ୍ନ 1ଟା 30ରେ ମ୍ୟାଚ୍ ଖେଳାଯିବ ।
-
T20Is ✅#TeamIndia READY for the ODIs 👍 👍#SAvIND pic.twitter.com/eJE9XdCv8e
— BCCI (@BCCI) December 17, 2023 " class="align-text-top noRightClick twitterSection" data="
">T20Is ✅#TeamIndia READY for the ODIs 👍 👍#SAvIND pic.twitter.com/eJE9XdCv8e
— BCCI (@BCCI) December 17, 2023T20Is ✅#TeamIndia READY for the ODIs 👍 👍#SAvIND pic.twitter.com/eJE9XdCv8e
— BCCI (@BCCI) December 17, 2023
ଦିନିକିଆ ବିଶ୍ବକପରେ ଭାରତୀୟ ଦଳ ଫାଇନାଲରେ ପରାଜୟ ପରେ ଆଜି ପୁଣି ଦିନିକିଆ ମ୍ୟାଚ୍ ଖେଳିବାକୁ ଯାଉଛି । ଦଳର ବୋଲିଂ ଓ ବ୍ୟାଟିଂ ବିଭାଗ ବିଶ୍ବକପରେ ଦମଦାର ପ୍ରଦର୍ଶନ କରିଥିଲେ ମଧ୍ୟ ଫାଇନାଲରେ ଫେଲ୍ ମାରିଥିଲା । ତେବେ ସମସ୍ତ ତ୍ରୁଟିକୁ ସୁଧାରି ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ମ୍ୟାଚରେ ଭଲ ପ୍ରଦର୍ଶନ କରିବା ନେଇ ଦଳ ଆଶାବାଦୀ । ବିଶ୍ବକପ ଶେଷ ହେବା କେଏଲ ଲାହୁଲଙ୍କୁ ବିଶ୍ରାମ ଦିଆଯାଇଥିଲା । ସେ ଟି-ଟ୍ବେଣ୍ଟି ମ୍ୟାଚ୍ ଖେଳିନଥିଲେ । ଏବେ ଦିନିକିଆ ଭାର ତାଙ୍କ କାନ୍ଧରେ ରହିଛି । ଯୁବ ଖେଳାଳିଙ୍କୁ ନେଇ ପୁରା ରଣନୀତି ସହ ପଡ଼ିଆକୁ ଓହ୍ଳାଇବାକୁ ସେ ପ୍ରସ୍ତୁତ ହୋଇଛନ୍ତି ।
ସାଉଥ ଆଫ୍ରିକା ବିପକ୍ଷରେ ଟି-ଟ୍ବେଣ୍ଟି ଖେଳିନଥିବା କିଛି ଖେଳାଳିଙ୍କୁ ଦିନିକିଆରେ ସ୍ଥାନ ମିଳିଛି । ଏକାଦଶରେ କାହାକୁ ସାମିଲ କରାଯିବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି । ଟସ୍ ପଡ଼ିବା ପରେ ହିଁ ତାହା ସ୍ପଷ୍ଟ ହେବ । ଋତୁରାଜ ଗାଏକଓ୍ବାଡ, ତିଲକ ବର୍ମା, ରିଙ୍କୁ ସିଂ, ଶ୍ରେୟସ ଆୟର ଓ ରଜତ ପଟ୍ଟିଦାରଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଡରକ ରହିଛି । ସେହିପରି ବୋଲିଂ ଭାରତ ଅର୍ଶଦୀପ ସିଂ, ମୁକେଶ, ଆଭେଶ ଖାନ, ୟୁଜବେନ୍ଦ୍ର ଚହଲ, ଓ କୁଳଦୀପ ଯାଦବକଙ୍କ ଉପରେ ରହିବ । ଚହଲ ଏସିଆ କପ, ବିଶ୍ବକପରୁ ବାଦ ପଡିଥିଲେ । ଏବେ କିନ୍ତୁ ପୁଣି ଦିନିକିଆରେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ଷ୍ଟାର ବୋଲର ଆଜିର ମ୍ୟାଚ୍ରେ ତାଙ୍କ ସ୍ପିନଂର ଯାଦୁ ଦେଖାଇବେ । ଦକ୍ଷିଣ ଆଫ୍ରିକା ବିପକ୍ଷ ଅନ୍ତିମ ମ୍ୟାଚରେ 5ଟି ଓ୍ବିକେଟ ନେଇଥିଲେ କୁଳଦୀପ । ଆଜି ମଧ୍ୟ ବିପକ୍ଷ ଦଳ ପ୍ରିତ ସେ ଘାତକ ସାବ୍ୟସ୍ତ ହୋଇପାରିନ୍ତି । ପାରିବାରିକ ମେଡିକାଲ ଏମର୍ଜେନ୍ସି କାରଣରୁ ଦୀପକ ଚହର ସିରିଜ ଖେଳିବେ ନାହିଁ । ତାଙ୍କ ସ୍ଥାନରେ ଆକାଶ ଦୀପଙ୍କୁ ସ୍ଥାନ ମିଳିଛି । ସଞ୍ଜୁ ସାମନଙ୍କୁ ଏଦାଦଶରେ ସ୍ଥାନ ମିଳିବା ନେଇ ଆଶା ରହିଛି ।
ଭାରତୀୟ ସ୍କ୍ବାଡ୍: ଋତୁରାଜ ଗାଏକ୍ୱାଡ୍, ସାଇ ସୁଦର୍ଶନ, ତିଲକ ବର୍ମା, ରଜତ ପାଟିଦାର, କେଏଲ୍ ରାହୁଲ (ଅଧିନାୟକ), ରିଙ୍କୁ ସିଂହ, ଶ୍ରେୟସ ଆୟର, ସଞ୍ଜୁ ସାମ୍ସନ୍, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅଭେଶ ଖାନ, ଅର୍ଶଦୀପ ସିଂହ, ମୁକେଶ କୁମାର, ଆକାଶ ଦୀପ ।