ବେଙ୍ଗାଲୁରୁ: ନିର୍ଣ୍ଣାୟକ ମ୍ୟାଚ୍ରେ ବର୍ଷା ସାଜିଲା ବାଧକ । ଟସ୍ ପଡ଼ିବା ପରେ ଗୋଟିଏ ବି ବଲ୍ ପଡ଼ି ପାରିନାହିଁ । ଫଳରେ ମ୍ୟାଚ୍ ବିଳମ୍ବରେ ଆରମ୍ଭ ହେବା ନେଇ ସୂଚନା ମିଳିଛି । ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମରେ ୫ଟିକିଆ ଟି-୨୦ ସିରିଜ୍ର ଶେଷ ମ୍ୟାଚ୍ ଖେଳାଯାଉଛି । ଏହାପୂର୍ବରୁ ସିରିଜ୍ରେ ଭାରତ ଦୁଇଟି ମ୍ୟାଚ୍ରେ ବିଜୟୀ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକା ଦୁଇଟି ମ୍ୟାଚ୍ରେ ବିଜୟୀ ହୋଇଛି । ସିରିଜ ୨-୨ରେ ବରାବର ରହିଛି ।
ଆଜିର ମ୍ୟାଚ୍ ପାଇଁ ଦକ୍ଷିଣ ଆଫ୍ରିକା ଦଳରେ ୩ଟି ପରିବର୍ତ୍ତନ କରାଯାଇଥିବା ବେଳେ ଭାରତୀୟ ଦଳ ଅପରିବର୍ତ୍ତିତ ରହିଛି । ଶେଷ ଟି-୨୦ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଚୂଡ଼ାନ୍ତ ଏକାଦଶରେ ଟେମ୍ବା ବଭୁମା, ମାର୍କୋ ଜାନ୍ସେନ୍, ତବରେଜ ଶାମସୀଙ୍କ ସ୍ଥାନରେ ଟ୍ରିଷ୍ଟନ ଷ୍ଟବ୍ସ୍ ରିଜା ହେଣ୍ଡ୍ରିକ୍ସ, କେଜି କାଗିସୋ ରବାଡାଙ୍କୁ ସ୍ଥାନ ମିଳିଛି । ଗତମ୍ୟାଚ୍ରେ ଏକ ବାଉନ୍ସର ବଲ୍ରେ ଆହତ ହୋଇଥିଲେ ଅଧିନାୟକ ଟେମ୍ବା ବଭୁମା । ତାଙ୍କ ସ୍ଥାନରେ ଆଜି କେଶବ ମହାରାଜ ଦକ୍ଷିଣ ଆଫ୍ରିକା ଅଧିନାୟକ ଦାୟିତ୍ବ ନେଇଛନ୍ତି ।