ETV Bharat / sports

ଇଣ୍ଡିଆ-ଇଂଲଣ୍ଡ ସେମି ଫାଇଟ୍, ବର୍ଷା ବାଧକ ସାଜିଲେ ଫାଇନାଲ ଖେଳିବ ଭାରତ

author img

By

Published : Nov 9, 2022, 10:58 PM IST

ଦ୍ବିତୀୟ ସେମିଫାଇନାଲରେ ଯଦି ବର୍ଷା କାରଣରୁ ଇଂଲଣ୍ଡ ଓ ଭାରତ ମଧ୍ୟରେ ମ୍ୟାଚ ଖେଳାଯାଇନପାରେ ତାହେଲେ ଭାରତ ପାଖରେ ଫାଇନାଲରେ ଖେଳିବାର ସୁଯୋଗ ରହିଛି । ଅଧିକ ପଢନ୍ତୁ

ଇଣ୍ଡିଆ ଇଂଲଣ୍ଡ ସେମିଫାଇଟ୍, ବର୍ଷା ବାଧକ ସାଜିଲେ ଫାଇନାଲ ଖେଳିବ ଭାରତ

ହାଇଦ୍ରାବାଦ: ଭାରତୀୟ କ୍ରକେଟ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଦ୍ବିତୀୟ ସେମିଫାଇନାଲରେ ଯଦି ବର୍ଷା କାରଣରୁ ଇଂଲଣ୍ଡ ଓ ଭାରତ ମଧ୍ୟରେ ମ୍ୟାଚ ଖେଳାଯାଇନପାରେ ଏବଂ ରିଜର୍ଭ ଡେ’ ରେ ମଧ୍ୟ ଖେଳ ନହୁଏ, ତାହେଲେ ଭାରତ ପାଖରେ ଫାଇନାଲରେ ଖେଳିବାର ସୁଯୋଗ ରହିଛି ।

କାରଣ ଇଂଲଣ୍ଡଠାରୁ ଗୋଟିଏ ପଏଣ୍ଟ ଆଗରେ ଭାରତ ରହିଛି । ସୁପର ୧୨ ପର୍ଯ୍ୟାୟରେ ଇଂଲଣ୍ଡ ୭ ପଏଣ୍ଟ ପାଇଥିବା ବେଳେ ଭାରତ ୫ ଟି ମ୍ୟାଚରୁ ଚାରୋଟି ମ୍ୟାଚରେ ବିଜୟ ଲାଭ କରି ୮ ପଏଣ୍ଟ ଅକ୍ତିଆର କରିଥିଲା । ଯଦି ବର୍ଷା ବାଧକ ସାଜେ ତାହେଲେ ଦ୍ବିତୀୟ ସେମିଫାଇନାଲ ମ୍ୟାଚ ରିଜର୍ଭ ଡେ ରେ ଖେଳାଯିବ । ଯଦି ରିଜର୍ଭ ଡେରେ ଖେଳର ପରିଣାମ ନ ବାହାରେ ତାହେଲେ ପଏଣ୍ଟ ଅନୁସାରେ ଭାରତ ଫାଇନାଲରେ ପ୍ରବେଶ କରିବାରେ କ୍ଷମତା ରଖିବ ।

ସୁପର ୧୨ ପର୍ଯ୍ୟାୟ ପଏଣ୍ଟ ଟେବୁଲରେ ଗ୍ରୁପ ୧ ଓ ଗ୍ରୁପ ୨ ମଧ୍ୟରୁ ଭାରତ ଚମ୍ପିଆନ୍ ଟିମ୍ ଭାବରେ ସେମି ଫାଇନାଲରେ ପ୍ରବେଶ କରିଛି । ସେମିଫାଇନାଲରେ ପ୍ରବେଶ କରିଥିବା ଚାରୋଟି ଦଳ ମଧ୍ୟରୁ ଭାରତର ପଏଣ୍ଟ ଅଧିକ ରହିଥିଲା । ନ୍ୟୁଜିଲାଣ୍ଡ, ପାକିସ୍ତାନ, ଇଂଲଣ୍ଡ ମଧ୍ୟରୁ ଭାରତ ସର୍ବାଧିକ ୮ ପଏଣ୍ଟ ହାସଲ କରି ସେମିଫାଇନାଲ ଟିକଟ ହାତେଇଥିଲା ।

ଆସନ୍ତାକାଲି (ଗୁରୁବାର) ଭାରତ-ଇଂଲଣ୍ଡ ମଧ୍ୟରେ ହେବ ସେମି-ଫାଇଟ୍ । ଭାରତୀୟ ସମୟ ୧.୩୦ରେ ଆଡିଲେଡରେ ହେବେ ମୁହାଁମୁହିଁ । ଉଭୟ ଦଳ ପରସ୍ପର ବିପକ୍ଷରେ ସ୍ବତନ୍ତ୍ର ରଣନୀତି ନେଇ ମଇଦାନକୁ ଓହ୍ଲାଇବେ । ଟି୨୦ ବିଶ୍ବକପ ଫାଇନାଲ ଟିକଟ୍ ହାତେଇବା ପାଇଁ ବଟଲର ଏଣ୍ଡ କୋ ଏବଂ ରୋହିତ ଏବଂ କୋ ମଧ୍ୟରେ ହେବ ଜୋରଦାର ଲଢେଇ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.