ETV Bharat / sports

Under 19 Asia Cup: ସେମିରେ ବାଂଲାଦେଶକୁ ଭେଟିବ ଭାରତ

author img

By

Published : Dec 28, 2021, 8:09 PM IST

19 ବର୍ଷରୁ କମ ଏସିଆ କପ୍‌ ସେମିଫାଇନାଲରେ ବାଂଲାଦେଶକୁ ଭେଟିବ ଭାରତ । ଟିମ ଇଣ୍ଡିଆ ଏହି ଟୁର୍ନାମେଣ୍ଟର ସବୁଠୁ ସଫଳତମ ଟିମ ରହିଛି । ବର୍ଷ ୨୦୦୦, ୨୦୦୮, ୨୦୧୨ ଓ ୨୦୧୮ରେ ୪ଥର ଟାଇଟେଲ ବିଜେତା ରହିସାରିଛି ଭାରତୀୟ ଜୁନିୟର ଟିମ । ଅଧିକ ପଢନ୍ତୁ

India vs Bangladesh in semifinals after group-deciding match called off due to COVID-19
Under 19 Asia Cup: ସେମିଫାଇନାଲରେ ବାଂଲାଦେଶକୁ ଭେଟିବ ଭାରତ

ଦୁବାଇ: 19 ବର୍ଷରୁ କମ ଏସିଆ କପ୍‌ ସେମିଫାଇନାଲରେ ବାଂଲାଦେଶକୁ ଭେଟିବ ଭାରତ । ମଙ୍ଗଳବାର ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଶେଷ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ COVID-19 ସଂକ୍ରମଣ କାରଣରୁ ବାତିଲ ହୋଇଛି । ଦୁଇଜଣ ଅଫିସିଆଲ ସଂକ୍ରମିତ ଚିହ୍ନଟ ହେବାପରେ ମ୍ୟାଚ୍‌ ବାତିଲ ଘୋଷଣା କରିଥିଲା ଏସିଆନ କ୍ରିକେଟ କାଉନସିଲ୍‌(ACC) । ଏହାପରେ ସେମିଫାଇନାଲ ଲାଇନ ଚୂଡାନ୍ତ ହୋଇଛି ।

ଗୁରୁବାର(ଡିସେମ୍ବର ୩୦)ରେ ଭାରତ ଓ ବାଂଲାଦେଶ ମଧ୍ୟରେ ସେମିଫାଇନାଲ ମୁକାବିଲା ଖେଳାଯିବ ।

ଏହାମଧ୍ୟ ପଢନ୍ତୁ: Centurion Test: 327 ରନ୍‌ରେ ଭାରତର ପ୍ରଥମ ଇଂନିସ ଶେଷ

ଶେଷ ମ୍ୟାଚ୍‌ ବାତିଲ ହେବାପୂର୍ବରୁ ଉଭୟ ବାଂଲାଦେଶ ଓ ଶ୍ରୀଲଙ୍କା ସେମିଫାଇନାଲ ଟିକେଟ ହାତେଇ ସାରିଥିଲେ । ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ କେବଳ ଗ୍ରୁପ ବିଜେତା ଓ ରନର୍ସ-ଅପ୍‌ ସ୍ଥିର ହେବାର ଥିଲା ।

ତେବେ ରନ୍‌ ରେଟ୍‌ ଅଧିକ ଥିବାରୁ ବାଂଲାଦେଶ ଗ୍ରୁପ ଟପର ହେବାସହ ଭାରତ ସହ ସେମିଫାଇନାଲ ମୁକାବିଲା ଖେଳିବ । ଅନ୍ୟପଟେ ଦ୍ବିତୀୟ ସେମିଫାଇନାଲ ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ।

ଏହାମଧ୍ୟ ପଢନ୍ତୁ: ଅଶ୍ବିନ, ରୁଟ୍‌, ଜେମିଏସନ, କରୁଣାରତ୍ନେ ବର୍ଷର ଶ୍ରେଷ୍ଠ ପୁରୁଷ ଟେଷ୍ଟ କ୍ରିକେଟର ମନୋନୀତ

ଟିମ ଇଣ୍ଡିଆ ଏହି ଟୁର୍ନାମେଣ୍ଟର ସବୁଠୁ ସଫଳତମ ଟିମ ରହିଛି । ବର୍ଷ ୨୦୦୦, ୨୦୦୮, ୨୦୧୨ ଓ ୨୦୧୮ରେ ୪ଥର ଟାଇଟେଲ ବିଜେତା ରହିସାରିଛି ଭାରତୀୟ ଜୁନିୟର ଟିମ । ୨୦୧୬ ଓ ନ୍ୟୁଜିଲାଣ୍ଡରେ ଖେଳାଯାଇଥିବା ୨୦୨୦ ସଂସ୍କରଣରେ ରନର୍ସ-ଅପ୍‌ ମଧ୍ୟ ହୋଇଥିଲା ଟିମ ଇଣ୍ଡିଆ ।

PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.