ETV Bharat / sports

Women's U19 T20 World Cup: ଜାଣନ୍ତୁ, ସେଫାଳିଙ୍କ ସଂଘର୍ଷ କାହାଣୀ

author img

By

Published : Jan 30, 2023, 9:08 PM IST

ସେଫାଳି ବର୍ମାଙ୍କ ନେତୃତ୍ବରେ ଅଣ୍ଡର ୧୯ ମହିଳା ଟି୨୦ ବିଶ୍ବକପ ଟାଇଟଲ ହାତେଇଛି ଟିମ ଇଣ୍ଡିଆ । ତେବେ ସେଫାଳି ବର୍ମାଙ୍କ ନେତୃତ୍ବକୁ ନେଇ ଏବେ କ୍ରିକେଟ ମାହୋଲରେ ଚର୍ଚ୍ଚା ଜୋର ଧରିଛି । ଅଧିକ ପଢନ୍ତୁ

ସେଫାଳି ବର୍ମା
ସେଫାଳି ବର୍ମା

ହାଇଦ୍ରାବାଦ: ଟି-20 ବିଶ୍ବକପ ହାତେଇ ଇତିହାସ ରଚିଛି ମହିଳା ଅଣ୍ଡର-19 କ୍ରିକେଟ ଟିମ । ସେଫାଳି ବର୍ମାଙ୍କ ନେତୃତ୍ବରେ ଅଣ୍ଡର ୧୯ ମହିଳା ଟି୨୦ ବିଶ୍ବକପ ଟାଇଟଲ ହାତେଇଛି ଟିମ ଇଣ୍ଡିଆ । ଏହି ସଫଳତା ପରେ ଭାରତୀୟ କ୍ରୀଡା ଇତିହାସରେ ଲେଖା ହୋଇଛି ଏକ ସ୍ବର୍ଣ୍ଣିମ ଅଧ୍ୟାୟ । ତେବେ ସେଫାଳି ବର୍ମାଙ୍କ ନେତୃତ୍ବକୁ ନେଇ ଏବେ କ୍ରିକେଟ ମାହୋଲରେ ଚର୍ଚ୍ଚା ଜୋର ଧରିଛି । ଜାନୁଆରୀ ୨୮ ତାରିଖରେ ସେଫାଳି ୧୯ ବର୍ଷରେ ପାଦ ଥାପିଛନ୍ତି । ସେଫାଳି କମ ବୟସରୁ ବହୁ ରେକର୍ଡର ଅଧିକାରୀ ହୋଇଛନ୍ତି । ନଜର ପକାନ୍ତୁ ସେଫାଳି ବର୍ମାଙ୍କ ଉପଲବ୍ଧି ଉପରେ ।

ବର୍ଷ ୨୦୦୪ ଫେବୃଆରୀ ୨୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ସେଫାଳି ବର୍ମା । ଭାରତୀୟ ସିନିୟର ମହିଳା କ୍ରିକେଟ ଟିମର କମ ବୟସର କ୍ରିକେଟର ହୋଇଛନ୍ତି ସେଫାଳି । ସେ ବର୍ଷ ୨୦୧୯ରେ ତଥା ୧୫ ବର୍ଷ ବୟସରେ ସିନିୟର ମହିଳା କ୍ରିକେଟ ଟିମରେ ଡେବ୍ୟୁ କରିଥିଲେ । ବର୍ଷ ୨୦୧୯ରେ ଟିମ ଇଣ୍ଡିଆ ଟି୨୦ ବିଶ୍ବକପ ପାଇଁ ନିଜକୁ ପ୍ରସ୍ତୁତ କରିଥିବା ସମୟରେ ସେଫାଳି ଟିମ ଇଣ୍ଡିଆରେ ସାମିଲ ହୋଇଥିଲେ । ସେଫାଳି ବର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅନ୍ତର୍ଜତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ ।

ସଚିନଙ୍କ ରେକର୍ଡ ଭାଙ୍ଗିଲେ ସେଫାଳି

ନିଜର ଡେବ୍ୟୁ ମ୍ୟାଚରେ ସେଫାଳି ବର୍ମା ଅର୍ଦ୍ଧଶତୀୟ ପାଳି ଖେଳି ସମସ୍ତଙ୍କୁ ଚକିତ କରିଦେଇଥିଲେ । ତାଙ୍କର ଏହି ଉପଲବ୍ଧି ସହିତ ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କର ଏକ ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇଥିଲେ । ସେଫାଳି ସଚିନଙ୍କର ୩୦ ବର୍ଷ ତଳର ଏକ ରେକର୍ଡ ଭାଙ୍ଗିଥିଲେ । ସଚିନ ତେନ୍ଦୁଲକର ୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରି ଏକ ରେକର୍ଡ ନିଜ ନାମରେ କରିଥିଲେ । ଯେଉଁ ଉପଲବ୍ଧି ସେଫାଳି ୧୫ ବର୍ଷ ବୟସରେ ହାସଲ କରିବାରେ ସକ୍ଷମ ହୋଇଥିଲେ ।

ସେଫାଳି ବର୍ମା ଟେଷ୍ଟ ଡେବ୍ୟୁରେ ଶତକରୁ ବଞ୍ଚିତ ହୋଇ ୯୬ ରନ ସଂଗ୍ରହ କରିଥିଲେ । ସେ ଡେବ୍ୟୁ ପାଳିରେ ଚନ୍ଦ୍ରକାନ୍ତା କୌଲଙ୍କ ରେକର୍ଡ ଭାଙ୍ଗିଥିଲେ । ଚନ୍ଦ୍ରକାନ୍ତା କୌଲ ପୂର୍ବତନ ଭାରତୀୟ ମହିଳା କ୍ରିକେଟର । ଚନ୍ଦ୍ରକାନ୍ତା ଟେଷ୍ଟ ଡେବ୍ୟୁରେ ୭୫ ରନ ସଂଗ୍ରହ କରିଥିଲେ । ସେଫାଳି ବର୍ମା ଟେଷ୍ଟ ଡେବ୍ୟୁରେ ୯୬ ରନ ସଂଗ୍ରହ କରି ଚନ୍ଦ୍ରକାନ୍ତା କୌଲଙ୍କ ରେକର୍ଡ ଭାଙ୍ଗିଥିଲେ । ସେଫାଳି ୧୫୨ ବଲରେ ୯୬ ରନର ଇନିଂସ ଖେଳିଥିଲେ ।

ସେଫାଳି ମଧ୍ୟବିତ୍ତ ପରିବାରରୁ ଆସିଛନ୍ତି । ସେଥିପାଇଁ ସେଫାଳିଙ୍କୁ ବହୁ ସଂଘର୍ଷ କରିବାକୁ ପଡିଥିଲା । ନିଜର ଫଟା ଗ୍ଲଭ୍ସ ପିନ୍ଧି ସେ କ୍ରିକେଟ ଖେଳିଥିଲେ । ଖାଲି ସେତିକି ନୁହଁ ସେଫାଳିଙ୍କୁ କ୍ରିକେଟ ଖେଳିବା ପାଇଁ ପଡୋଶୀ ତାଙ୍କ ବାପା ମାଙ୍କୁ ମନା କରିଥିଲେ । ପଡୋଶୀ କହିଥିଲେ ଝିଅକୁ ଖେଳିବା ପାଇଁ ବାହାରକୁ ପଠାଇବା ଠିକ ନୁହଁ । ଯେଉଁଥିପାଇଁ ତାଙ୍କୁ ଚୁଟି କାଟି ପୁଅ ବେଶରେ କିଛି ଦିନ ରହିବାକୁ ପଡିଥିଲା । ଯେତେବେଳେ ସେଫାଳି କ୍ରିକେଟରେ କ୍ୟାରିୟର ବନାଇବା ପାଇଁ ସ୍ବପ୍ନ ଦେଖିଥିଲେ ସେତେବେଳେ ତାଙ୍କ ହୋମ ଟାଉନରେ ମହିଳାଙ୍କ ପାଇଁ କ୍ରିକେଟ ଏକାଡେମୀ ନଥିଲା । ପରେ ତାଙ୍କ ବାପା ତାଙ୍କୁ ପୁରୁଷ କ୍ରିକେଟ ଏକାଡେମୀରେ ଭର୍ତ୍ତି କରିଥିଲେ । ସେହି ସମୟରେ ତାଙ୍କ ବାପା ତାଙ୍କର ବାଳ କାଟି ପୁଅ ବେଶରେ ପୁରୁଶ କ୍ରିକେଟ ଏକାଡେମୀରେ ଛାଡିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.