ETV Bharat / sports

ଭାରତର ଅଷ୍ଟ୍ରେଲିଆ ଗସ୍ତ ପାଇଁ ଖେଳସୂଚୀ ପ୍ରକାଶିତ: ନଭେମ୍ବର 27ରୁ ଆରମ୍ଭ ଟିମ ଇଣ୍ଡିଆର ଯାତ୍ରା

author img

By

Published : Oct 28, 2020, 7:39 PM IST

ବହୁ ପ୍ରତିକ୍ଷିତ ଭାରତର ଅଷ୍ଟ୍ରେଲିଆ ଗସ୍ତ ପାଇଁ ଖେଳସୂଚୀ ପ୍ରକାଶିତ ହୋଇଯାଇଛି । ଏହି ଗସ୍ତରେ 3ଟି ଦିନିକିଆ, 3ଟି ଟି-20 ଓ 4ଟି ଟେଷ୍ଟ ମ୍ୟାଚ ଖେଳିବ ଭ୍ରମଣକାରୀ ଭାରତୀୟ ଦଳ ।

ଭାରତର ଅଷ୍ଟ୍ରେଲିଆ ଗସ୍ତ ପାଇଁ ଖେଳସୂଚୀ ପ୍ରକାଶିତ: ନଭେମ୍ବର 27ରୁ ଆରମ୍ଭ ଟିମ ଇଣ୍ଡିଆର ଯାତ୍ରା
ଭାରତର ଅଷ୍ଟ୍ରେଲିଆ ଗସ୍ତ ପାଇଁ ଖେଳସୂଚୀ ପ୍ରକାଶିତ: ନଭେମ୍ବର 27ରୁ ଆରମ୍ଭ ଟିମ ଇଣ୍ଡିଆର ଯାତ୍ରା

ମେଲବର୍ଣ୍ଣ: ବହୁ ପ୍ରତୀକ୍ଷିତ ଭାରତର ଅଷ୍ଟ୍ରେଲିଆ ଗସ୍ତ ପାଇଁ ଖେଳସୂଚୀ ପ୍ରକାଶିତ ହୋଇଯାଇଛି । ନଭେମ୍ବର 27ରୁ ଆରମ୍ଭ ହୋଇ ଜାନୁୟାରୀ 19 ପର୍ଯ୍ୟନ୍ତ ରହିଛି ଏହି ଖେଳସୂଚୀ । ଏହି ଗସ୍ତରେ 3ଟି ଦିନିକିଆ, 3ଟି ଟି-20 ଓ 4ଟି ଟେଷ୍ଟ ମ୍ୟାଚ ଖେଳିବ ଭ୍ରମଣକାରୀ ଭାରତୀୟ ଦଳ ।

ସପୋର୍ଟ ଷ୍ଟାଫଙ୍କ ସହ ଭାରତୀୟ ଦଳ ଆସନ୍ତା ନଭେମ୍ବର 12ରେ ଅଷ୍ଟ୍ରେଲିଆ ଗସ୍ତ କରିବ । ଯାହା ଅଷ୍ଟ୍ରେଲିଆ ସୀମା ସୁରକ୍ଷାକର୍ମୀଙ୍କ ଅନୁମତି କ୍ରମେ ଧାର୍ଯ୍ୟ କରାଯିବ । ତେବେ ସିଡନୀରେ ପହଞ୍ଚିବା ଦଳ କ୍ବାରେଣ୍ଟାଇନରେ ରହିବ । ପ୍ରାୟ 2 ମାସର ଏହି ଗସ୍ତ ହେବ । ନଭେମ୍ବର 27 ଏବଂ 29ରେ ସିଡନୀରେ ପ୍ରଥମ ଏବଂ ଦ୍ବିତୀୟ ଦିନିକିଆରୁ ଅଷ୍ଟ୍ରେଲିଆ ଗସ୍ତର ଯାତ୍ରା ଆରମ୍ଭ ହେବ । ପରେ ଡିସେମ୍ବର 2ରେ କାନବେରାର ମାଉଣ୍ଟ ଓଭାଲରେ ଶେଷ ଦିନିକିଆ ଖେଳାଯିବ ।

ଭାରତର ଅଷ୍ଟ୍ରେଲିଆ ଗସ୍ତ
ଭାରତର ଅଷ୍ଟ୍ରେଲିଆ ଗସ୍ତ

ସେହିପରି ଉକ୍ତ ଗ୍ରାଉଣ୍ଡରେ ହିଁ 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜର ପ୍ରଥମ ମ୍ୟାଚ ଡିସେମ୍ବର 4ରେ ଖେଳାଯିବ । ଏହା ପରେ ଦଳ ଡିସେମ୍ବର 6 ଏବଂ 8ରେ ସିଡନୀରେ ଅନ୍ତିମ ଦୁଇଟି ଟି-20 ମ୍ୟାଚ ଖେଳାଯିବ । ଏହା ପରେ ଆରମ୍ଭ ହେବ ବର୍ଡର-ଗାଭାସ୍କର ଟ୍ରଫି । ଏହି ଟେଷ୍ଟ ସିରିଜର ପ୍ରତମ ମ୍ୟାଚ ଡିସେମ୍ବର 17ରେ ଆଡିଲେଡ୍ ଓଭାଲ ଠାରେ ଖେଳାଯିବ । ଯାହା ଗୋଲାପୀ ବଲ ବା ଦିବା ରାତ୍ର ଟେଷ୍ଟ ମ୍ୟାଚ୍‌ ହେବ । ପରେ ଦ୍ବିତୀୟ ଟେଷ୍ଟ ଡିସେମ୍ବର 26 ରେ ପାରମ୍ପାରିକ ବକ୍ସିଂ ଡେ ସ୍ଲଟରେ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ (MCG) ଖେଳାଯିବ । ସେହିପରି ଜାନୁଆରୀ 7 ରୁ ସିଡନୀରେ ତୃତୀୟ ଟେଷ୍ଟ ଓ ଜାନୁଆରୀ 15ରୁ ବ୍ରିସବେନର ଗାବାଠାରେ ଚତୁର୍ଥ ଟେଷ୍ଟ ଖେଳାଯିବ ।

ସମ୍ପୂର୍ଣ୍ଣ ତାଲିକା-

ଦିନିକିଆ-

  • ପ୍ରଥମ-27 ନଭେମ୍ବର, ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ
  • ଦ୍ବିତୀୟ- 29 ନଭେମ୍ବର, ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ
  • ତୃତୀୟ-2 ଡିସେମ୍ବର, ମାଉଣ୍ଟ ଓଭାଲ୍

ଟି-20-

  • ପ୍ରଥମ- 4 ଡିସେମ୍ବର, ମନୁକା ଓଭାଲ୍
  • ଦ୍ବିତୀୟ- 6 ଡିସେମ୍ବର, ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ
  • ତୃତୀୟ- 8 ଡିସେମ୍ବର, ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ

ଟେଷ୍ଟ-

  • ପ୍ରଥମ- 17-21 ଡିସେମ୍ବର, ଆଡିଲେଡ୍ ଓଭାଲ୍ (ଦିବା-ରାତ୍ର)
  • ଦ୍ବିତୀୟ- 26-30 ଡିସେମ୍ବର, ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ
  • ତୃତୀୟ- 7-11 ଜାନୁଆରୀ, ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ
  • ଚତୁର୍ଥ- 15-19 ଜାନୁଆରୀ, ଗାବା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.