ETV Bharat / sports

ତୃତୀୟ ଟି-20ରେ ଧିମା ବୋଲିଂ ଯୋଗୁଁ ଭାରତୀୟ କ୍ରିକେଟ ଟିମକୁ ଜୋରିମାନା

author img

By

Published : Dec 10, 2020, 6:14 AM IST

ତୃତୀୟ ଟି-20 ବା ଶେଷ ଟି-20 ମ୍ୟାଚରେ ଧିମା ବୋଲିଂ ଯୋଗୁଁ ଭାରତୀୟ କ୍ରିକେଟ ଟିମକୁ 20 ପ୍ରତିଶତ ମ୍ୟାଚ ଫିସ ଜୋରିମାନା କରାଯାଇଛି ।

India fined for slow over-rate in third T20I against Australia
ତୃତୀୟ ଟି-20ରେ ଧିମା ବୋଲିଂ ଯୋଗୁଁ ଭାରତୀୟ କ୍ରିକେଟ ଟିମକୁ ଜରିମାନା

ସିଡନୀ: ତୃତୀୟ ଟି-20 ବା ଶେଷ ଟି-20 ମ୍ୟାଚରେ ଧିମା ବୋଲିଂ ଯୋଗୁଁ ଭାରତୀୟ କ୍ରିକେଟ ଟିମକୁର 20 ପ୍ରତିଶତ ମ୍ୟାଚ ଫିସ ଜରିମାନା କରାଯାଇଛି। ଆଇସିସି ମ୍ୟାଚ ରେଫରି ଡେଭିଡ ବୁନ୍ ଭାରତୀୟ ଦଳ ଉପରେ ଏହି ଜରିମାନା କରିଛନ୍ତି। ଗତ ମଙ୍ଗଳବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟି-20 ଖେଳା ଯାଇଥିଲା। ଏହି ମ୍ୟାଚରେ ଭାରତ 12ରନରେ ପରାଜିତ ହୋଇଥିଲା।

ଆସିସି କୋଡ ଅଫ କଣ୍ଡକ୍ଟ ଅନୁଚ୍ଛେଦ 2.22 ଅନୁଯାୟୀ ଭାରତ ଉପରେ ଜୋରିମାନା କରାଯାଇଛି। ଏହି ଅନୁଚ୍ଛେଦ ଅନୁଯାୟୀ ଭାରତ ଟି-20 ସିରିଜର ଶେଷ ମ୍ୟାଚର ଓଭର ରେଟ ଅପେକ୍ଷାକୃତ କମ ରହିଥିଲା। ଫଳରେ ଏହି ମ୍ୟାଚ ଖେଳିଥିବା ସମସ୍ତ କ୍ରିକେଟରଙ୍କ 20 ପ୍ରତିଶତ ମ୍ୟାଚ ଫି ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମ୍ୟାଚ ରେଫରି ଡେଭିଡ ବୁନ୍। ଏହାକୁ ଆଇସିସି ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି।

ଏହାକୁ ଭାରତୀୟ ଅଧିକାନାୟକ ସ୍ବିକାର କରିଛନ୍ତି। ଏଥିପାଇଁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ଆଇସିସି କହିଛି। 3 ଟିକିଆ ଟି-20 ସିରିଜକୁ ଭାରତ 2-1ରେ ଜିତି ନେଇଛି । ତେବେ ଏହା ପୂର୍ବରୁ ଦିନିକିଆ ମ୍ୟାଚରେ ମଧ୍ୟ ଭାରତୀୟ ଦଳକୁ ଧିମା ବୋଲିଂ ଯୋଗୁଁ ଭାରତୀୟ କ୍ରିକେଟ ଟିମକୁ ପ୍ରତିଶତ ମ୍ୟାଚ ଫିସ ଜୋରିମାନା କରାଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.