ସିଡନୀ: ଗୁରୁବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ତୃତୀୟ ଟେଷ୍ଟ ମ୍ୟାଚ । ଏଥିପାଇଁ ଟିମ ଇଣ୍ଡିଆ ପକ୍ଷରୁ 11 ଜଣିଆ ଦଳ ଘୋଷଣା ହୋଇଛି। ତୃତୀୟ ଟେଷ୍ଟ ପାଇଁ ଦଳରେ ଦୁଇଟି ପରିବର୍ତ୍ତନ ହୋଇଛି। ଓପନର ମୟଙ୍କ ଅଗ୍ରୱାଲଙ୍କ ସ୍ଥାନରେ ହିଟମ୍ୟାନ ରୋହିତ ଶର୍ମା ସାମିଲ ହୋଇଥିବାବେଳେ ଉମେଶ ଯାଦବଙ୍କ ସ୍ଥାନରେ ଫାଷ୍ଟ ବୋଲର ନବଦୀପ ସାଇନି ସାମିଲ ହୋଇଛନ୍ତି । ଏନେଇ ବିସିସିଆଇ ଟ୍ବିଟ କରି ସୂଚନା ଦେଇଛି ।
-
NEWS - #TeamIndia announce Playing XI for the 3rd Test against Australia at the SCG.
— BCCI (@BCCI) January 6, 2021 " class="align-text-top noRightClick twitterSection" data="
Navdeep Saini is all set to make his debut.#AUSvIND pic.twitter.com/lCZNGda8UD
">NEWS - #TeamIndia announce Playing XI for the 3rd Test against Australia at the SCG.
— BCCI (@BCCI) January 6, 2021
Navdeep Saini is all set to make his debut.#AUSvIND pic.twitter.com/lCZNGda8UDNEWS - #TeamIndia announce Playing XI for the 3rd Test against Australia at the SCG.
— BCCI (@BCCI) January 6, 2021
Navdeep Saini is all set to make his debut.#AUSvIND pic.twitter.com/lCZNGda8UD
ତୃତୀୟ ଟେଷ୍ଟରେ ରୋହିତ ଶର୍ମା ଓପନିଂ କରିବା ନେଇ ଏକ ପ୍ରକାର ସ୍ଥିର ହୋଇଯାଇଛି। ମାଂସପେଶୀରେ ଆହତ ଜନିତ ସମସ୍ୟା ଯୋଗୁଁ ଫାଷ୍ଟ ବୋଲର ଉମେଶ ଯାଦବ ସିରିଜରୁ ବାଦ ପଡ଼ିଥିଲେ। ଏହାପରେ ତାଙ୍କ ସ୍ଥାନରେ ନବଦୀପ ସାଇନିଙ୍କୁ ଦଳରେ ସାମିଲ କରାଯାଇଛି। ନବଦୀପ ସାଇନି ଅଷ୍ଟ୍ରେଲିଆ ବିପକ୍ଷରେ ନିଜ ଟେଷ୍ଟ ମ୍ୟାଚ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ଭଲ ପ୍ରଦର୍ଶନ କରି ଦଳରେ ନିଜ ସ୍ଥାନ ପକ୍କା କରିବାକୁ ସେ ନିଶ୍ଚୟ ଚେଷ୍ଟା କରିବେ।
ସେପଟେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା 4ଟିକିଆ ସିରିଜରେ 1-1ରେ ବରାବର ରହିଛି। ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ବାଜିମାତ କରିଥିବାବେଳେ ଦ୍ବିତୀୟ ମ୍ୟାଚରେ ଭାରତ ବିଜୟୀ ହୋଇଥିବ। ତୃତୀୟ ଟେଷ୍ଟ ମ୍ୟାଚ ଦୁଇ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ। ଦ୍ବିତୀୟ ମ୍ୟାଚ ଜିତିବା ପରେ ଟିମ ଇଣ୍ଡିଆ ପାଖରେ ମୋମେଣ୍ଟମ ରହିଛି ।
ସିଡନୀ ଟେଷ୍ଟ ପାଇଁ ଚୂଡ଼ାନ୍ତ ଏକାଦଶ
ଆଜିଙ୍କ୍ୟ ରାହାଣେ(ଅଧିନାୟକ), ରୋହିତ ଶର୍ମା(ଉପ-ଅଧିନାୟକ), ଶୁଭମନ ଗିଲ, ଚେତେଶ୍ବର ପୂଜାରା, ହନୁମା ବିହାରୀ, ରିଷଭ ପନ୍ତ, ରବିନ୍ଦ୍ର ଜାଡେଜା, ଆର.ଅଶ୍ବୀନ, ଜଶପ୍ରୀତ ବୁମାରାହ, ମହମ୍ମଦ ସିରାଜ ଓ ନବଦୀପ ସାଇନି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ