ETV Bharat / sports

ତୃତୀୟ ଟେଷ୍ଟ ପାଇଁ ଏବେବି ପ୍ରଥମ ପସନ୍ଦ ସିଡନୀ କ୍ରିକେଟ ଗ୍ରାଉଣ୍ଡ: କ୍ରିକେଟ ଅଷ୍ଟ୍ରେଲିଆ

author img

By

Published : Dec 21, 2020, 6:54 AM IST

ସିଡନୀରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନେଇ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ ସିରିଜର ଶେଷ ଦୁଇଟି ମ୍ୟାଚ ସ୍ଥାନ ବଦଳିପାରେ ବୋଲି ଆଲୋଚନା ହେଉଛି।

Cricket Australia said, Sydney is still the first choice for the third Test
ତୃତୀୟ ଟେଷ୍ଟ ପାଇଁ ଏବେବି ପ୍ରଥମ ପସନ୍ଦ ସିଡନୀ କ୍ରିକେଟ ଗ୍ରାଉଣ୍ଡ: କ୍ରିକେଟ ଅଷ୍ଟ୍ରେଲିଆ

ଆଡିଲେଡ: ସିଡନୀରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନେଇ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ ସିରିଜର ଶେଷ ଦୁଇଟି ମ୍ୟାଚ ସ୍ଥାନ ବଦଳିପାରେ ବୋଲି ଆଲୋଚନା ହେଉଛି। ବିଶେଷ କରି ତୃତୀୟ ଟେଷ୍ଟ ମ୍ୟାଚ କେଉଁଠାରେ ସେନେଇ କୌଣସି ନିଷ୍ପତ୍ତି ନିଆଯାଇନଥିବା ସୂଚନା ମଳିଛି। ଏଭଳି ସ୍ଥିତିରେ ତୃତୀୟ ଟେଷ୍ଟ ମ୍ୟାଚ ପାଇଁ ଏବେବି ସିଡନୀ କ୍ରିକେଟ ଗ୍ରାଉଣ୍ଡ ପ୍ରଥମ ପସନ୍ଦ ବୋଲି ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ପକ୍ଷରୁ କୁହାଯାଇଛି।

ଜାନୁଆରୀ 7 ତାରିଖରେ ସିଡନୀରେ ତୃତୀୟ ଟେଷ୍ଟ ମ୍ୟାଚ ଆରମ୍ଭ ହେବ। ଏହାପରେ ଜାନୁଆରୀ 15 ତାରଖରେ ଚତୁର୍ଥ ଟେଷ୍ଟ ମ୍ୟାଚ ବା ଅନ୍ତିମ ଟେଷ୍ଟ ମ୍ୟାଚ ଖେଳା ଯିବ। ସିଡନୀର ଉତ୍ତର ସମୁଦ୍ରତଟ ଅଞ୍ଚଳରେ କୋରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ନେଇ ସରକାରଙ୍କ ପକ୍ଷରୁ କ୍ରିକେଟ ଅଷ୍ଟ୍ରେଲିଆକୁ ସତର୍କ କରାଯାଇଛି।

ରିପୋର୍ଟ ମୁତାବକ, ତୃତୀୟ ଓ ଚତୁର୍ଥ ଟେଷ୍ଟ ମ୍ୟାଚ ପାଇଁ ଗ୍ରାଉଣ୍ଡ ଅଦଳବଦଳ କରିବାକୁ ଯୋଜନା କରଛି କ୍ରିକେଟ ଅଷ୍ଟ୍ରେଲିଆ। ତେବେ କ୍ରିକେଟ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ନିକ ହକଲେ କହିଛନ୍ତି ଯେ,"ଆମେ ଆଶା କରୁଛୁ ତୃତୀୟ ଟେଷ୍ଟ ମ୍ୟାଚ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ହିଁ ହେଉ। ବର୍ତ୍ତମାନ ସୁଦ୍ଧା ସିରିଜରେ ହେବାକୁଥିବା ମ୍ୟାଚ ଭେନ୍ୟୁ ବଦଳା ଯାଇନାହିଁ। ଏଭଳି ସଙ୍କଟ ସମୟରେ ମ୍ୟାଚ କିଭଳି ଭାବରେ ସୁଚାରୁ ରୂପେ ସମ୍ପର୍ଣ୍ଣ ହେବ ସେନେଇ ଧ୍ୟାନ ଦିଆଯାଉଛି। ସମସ୍ତ ଖେଳାଳିଙ୍କୁ ଜୈବବଳୟରେ ରଖାଯିବା ସହ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଉଛି।"

କୋରୋନା ସଂକ୍ରମଣ ନିୟନ୍ତ୍ରଣ ନହେଲେ ମେଲବର୍ଣ୍ଣରେ ହିଁ ତୃତୀୟ ଟେଷ୍ଟ ମ୍ୟାଚ ଖେଳାଯିବା ନେଇ ସୂଚନା ମିଳିଛି। ତେବେ ଏନେଇ ବିଧିବଦ୍ଧ ଭାବରେ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଡିସେମ୍ବର 26 ତାରିଖରେ ମେଲବର୍ଣ୍ଣରେ ଦ୍ବିତୀୟ ଟେଷ୍ଟ ମ୍ୟାଚ ଆରମ୍ଭ ହେବ। ସିରିଜରେ 1-0ରେ ଆଗୁଆ ରହିଛି କଙ୍ଗାରୁ ଟିମ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.