ETV Bharat / sports

AUS vs IND: ବର୍ଡର ଗାଭାସ୍କର ଟ୍ରଫିରୁ ବାଦ ପଡିଲେ କେଏଲ ରାହୁଲ

author img

By

Published : Jan 5, 2021, 10:45 AM IST

ବର୍ଡର ଗାଭାସ୍କର ଟ୍ରଫିରୁ ବାଦ ପଡିଛନ୍ତି ଭାରତୀୟ ଓପନର କେଏଲ ରାହୁଲ । ଅଧିକ ପଢନ୍ତୁ...

AUS vs IND
AUS vs IND

ହାଇଦ୍ରାବାଦ: ଅଷ୍ଟ୍ରେଲିଆରେ ଚାଲିଥିବା ବର୍ଡର ଗାଭାସ୍କର ଟ୍ରଫିରୁ ବାଦ ପଡିଛନ୍ତି ଭାରତୀୟ ଓପନର କେଏଲ ରାହୁଲ । ଅଭ୍ୟାସ ସମୟରେ ତାଙ୍କର ବାମ ହାତ ରିଷ୍ଟରେ ଆଘାତ ଲାଗିଛି । ଫଳରେ ସେ ବାକିଥିବା ଦୁଇଟି ଟେଷ୍ଟ ଖେଳିପାରିବେନି ବୋଲି ଜଣାପଡିଛି ।

ଶନିବାର ନେଟ୍‌ରେ ଅଭ୍ୟାସ ସମୟରେ ତାଙ୍କ ବାମ ହାତ ରିଷ୍ଟରେ ଆଘାତ ଲାଗିଛି । ଏଥିରୁ ଆରୋଗ୍ୟ ହେବା ପାଇଁ ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନଙ୍କୁ ତିନି ସପ୍ତାହ ବିଶ୍ରାମ ନେବାକୁ ପଡିବ । ଯାହାକୁ ନେଇ ତାଙ୍କୁ ଦୁଇଟି ଟେଷ୍ଟରୁ ବାଦ୍‌ ଦିଆଯାଇଥିବା ବିସିସିଆଇ ପକ୍ଷରୁ କୁହାଯାଇଛି ।

ଏବେ ସେ ଭାରତ ଫେରିବେ ବୋଲି ଜଣାପଡିଛି । ଏହାସହ ସେ ବେଙ୍ଗାଲୁରୁ ଜାତୀୟ କ୍ରିକେଟ ଏକାଡେମୀରେ ଚିକିତ୍ସିତ ହେବେ । ସୂଚନାଥାଉକି, ବର୍ଡର ଗାଭାସ୍କର ଟ୍ରଫିରେ ଭାରତ 1-1ରେ ସ୍ଥିତି ବରାବର ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.