ETV Bharat / sports

ଶ୍ରୀଲଙ୍କା ଗସ୍ତରେ ଯିବ ଟିମ ଇଣ୍ଡିଆ: ଖେଳିବ 3ଟି ଦିନିକିଆ, ଟି20 ସିରିଜ

ଶ୍ରୀଲଙ୍କା ଗସ୍ତରେ ଯିବ ଟିମ ଇଣ୍ଡିଆ । ଜୁଲାଇରେ 3 ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଓ 3ଟି ଟି20 ମ୍ୟାଚ ଖେଳିବ ଭାରତ । ଅଧିକ ପଢନ୍ତୁ...

India to tour Sri Lanka for three ODIs and three T20Is
ଶ୍ରୀଲଙ୍କା ଗସ୍ତରେ ଯିବ ଟିମ ଇଣ୍ଡିଆ: ଖେଳିବ 3ଟି ଦିନିକିଆ, ଟି20 ସିରିଜ
author img

By

Published : May 10, 2021, 8:27 PM IST

ହାଇଦ୍ରାବାଦ: ଶ୍ରୀଲଙ୍କା ଗସ୍ତରେ ଯିବ ଟିମ ଇଣ୍ଡିଆ । ଜୁଲାଇରେ 3 ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଓ 3ଟି ଟି20 ମ୍ୟାଚ ଖେଳିବ ଭାରତ ।

ଏକ ସ୍ପୋର୍ଟ୍ସ ୱେବସାଇଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଶ୍ରୀଲଙ୍କା କ୍ରିକେଟ ବୋର୍ଡ(SLC) ବିସିସିଆଇକୁ ଦ୍ବିପାକ୍ଷିକ ସୀମିତ ଓଭର ସିରିଜ ନେଇ ପ୍ରସ୍ତାବ ଦେଇଥିଲା । ଫଳରେ ଉଭୟ ଟିମ ପ୍ରଥମେ 3 ଟିକିଆ ଦିନିକିଆ ସିରିଜ ଓ ପରେ ଟି20 ସିରିଜ ଖେଳିବା ନେଇ ସ୍ଥିର ହୋଇଛି ।

ଜୁଲାଇ 13, 16, 19ରେ 3ଟି ଦିନିକିଆ ମ୍ୟାଚ ଓ ପରେ ଜୁଲାଇ 22ରୁ 27 ମଧ୍ୟରେ ଟି20 ସିରିଜ ଖେଳାଯିବାନେଇ ସୂଚୀ ରହିଛି ।

ଜୁଲାଇ 5ରେ ଭାରତୀୟ ଟିମ ଶ୍ରୀଲଙ୍କା ଗସ୍ତରେ ଯିବ ଓ ଜୁଲାଇ 28ରେ ସ୍ବଦେଶ ଫେରିବ । ଶ୍ରୀଲଙ୍କାରେ ପହଞ୍ଚିବା ପରେ ଖେଳାଳିଙ୍କୁ ଗୋଟିଏ ସପ୍ତାହ କ୍ବାରେଣ୍ଟିନରେ ରହିବାକୁ ହେବ । ପ୍ରଥମ ଦିନ ରୁମ ମଧ୍ୟରେ କଠୋର କ୍ବାରେଣ୍ଟିନ ଓ ପରବର୍ତ୍ତୀ 4 ଦିନ କେବଳ ହୋଟେଲରୁ ଗ୍ରାଉଣ୍ଡକୁ ଯିବାକୁ ଅନୁମତି ରହିଛି । ସ୍କ୍ବାଡକୁ ଅନ୍ୟ କୌଣସି ସ୍ଥାନକୁ ଯିବା ବାରଣ କରାଯାଇଛି ।

ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ଓ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଟିମରେ ରହିଥିବା ଖେଳାଳି ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ସିରିଜରେ ଖେଳିପାରିବେ ନାହିଁ ।

ନ୍ୟୁଜିଲାଣ୍ଡ ବିପକ୍ଷରେ ଜୁନ 18ରୁ ଖେଳାଯିବାକୁ ଥିବା ବିଶ୍ବ ଟେଷ୍ଟ ଚମ୍ପିଆନସିପ ପାଇଁ ବିରାଟ ବାହିନୀ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ମେ 25ରୁ ଭାରତରେ ପ୍ରସ୍ତୁତ ହୋଇଥିବା ଜୈବ ସୁରକ୍ଷା ବଳୟରେ 8 ଦିନ ଓ ପରେ ୟୁକେରେ ପହଞ୍ଚିବା ପରେ 10 ଦିନ କ୍ବାରେଣ୍ଟିନରେ ରହିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.